ଅଙ୍ଗନୱାଡିକୁ ଆସୁଥିବା ଚାଉଳ ହେରଫେର ଅଭିଯୋଗ

ବାଲିଗୁଡା,୧୪ା୨(ଡି.ଏନ୍‌.ଏ.)- ବିଭିନ୍ନ ସମୟରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦେଉଥିବା ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏମିତି ଏକ ଘଟଣା ବାଲିଗୁଡା ଅଞ୍ଚଳରେ ଦେଖିବାକୁ ମିଳିଛି। ଗୋଦାମରୁ ସିଧାସଳଖ କେନ୍ଦ୍ରକୁ ଚାଉଳ ଯିବାକୁ ନିୟମ ଥିବାବେଳେ ଏହା ବେସରକାରୀ ଗୋଦାମକୁ ଯାଉଛି। ମୁତାବକ, ବାଲିଗୁଡା, ତୁମୁଡିବନ୍ଧ ଓ ରାଇକିଆ ସମେତ ୭ ବ୍ଲକର ଅଙ୍ଗନୱାଡି କେନ୍ଦ୍ରକୁ ତାରିଣୀ ଏଣ୍ଟରପ୍ରାଇଜ୍‌ ନାମକ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଚାଉଳ ଯୋଗାଇ ଆସୁଛି। ନିୟମାନୁଯାୟୀ ଗୋଦାମରୁ ବାହାରି ସିଧାସଳଖ ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଉଳ ପହଞ୍ଚତ୍ବା କଥା। କିନ୍ତୁ ଗୋଦାମରୁ ବାହାରି ପୁଣି ଏକ ଘରୋଇ ଗୋଦାମରେ ରଖାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡିଲର ଜଣକ କ.ନୂଆଗଁା ଏଫ୍‌ସିଆଇ ଗୋଦାମରୁ ଚାଉଳ ଆଣି ବାଲିଗୁଡାର ଏକ ଘରୋଇ ଗୋଦାମରେ ରଖୁଛନ୍ତି। ପରବର୍ତ୍ତୀ ସମୟରେ ବାଟମାରଣା ହେବାନେଇ ସନ୍ଦେହ ଦେଖାଦେଇଛି। ତେବେ ଘଟଣା ସମ୍ପର୍କରେ ଟ୍ରକ୍‌ ଚାଳକ କିଛି ଜାଣିନଥିବା କହିଥିବା ବେଳେ, କ୍ରିଷ୍ଣା ଟ୍ରାନ୍ସପୋର୍ଟ କହିଛି କେବଳ ଗୋଦାମରୁ ବାଲିଗୁଡା ଆମେ ଭଡାରେ ଆଣିଛୁ। କିନ୍ତୁ ଗୋଦାମରୁ ବାହାରିବା ସମୟରେ କେଉଁ ଗାଡି ନଁାରେ କେତେ ଚାଉଳ କୁଆଡେ ଯାଉଛି ତାର କିଛି ପ୍ରଣାମ ମିଳିନାହିଁ। ଏ ସମ୍ପର୍କ ରେ ବାଲିଗୁଡା ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ହରିଶ ପ୍ରଧାନଙ୍କୁ ପଚାରିବାରୁ ସେ ଏବିଷୟରେ ଜାଣି ନ ଥିବା କହିଥିଲେ। ଗୋଦାମରୁ ଚାଉଳ ସିଧା କେନ୍ଦ୍ରକୁ ଯିବା କଥା, ଅନ୍ୟ ଗୋଦାମରେ କେମିତି ଗଚ୍ଛିତ ହେଉଛି ତଦନ୍ତ କଲେ ଜଣାପଡିବ ବୋଲି କହିଛନ୍ତି। ଜିଲା ସମାଜ ସୁରକ୍ଷା ଅଧିକାରୀ ମନସ୍ବିନୀ ମିଶ୍ର କହିଛନ୍ତି ଯେ, ଏ ସମ୍ପର୍କ ରେ ମୋ ପାଖରେ କିଛି ଖବର ନାହିଁ। ବୁଝିବା ପରେ ଜଣାପଡିବ। ସୂଚନା ମୁତାବକ ଚାଉଳ ଯୋଗାଣ କରୁଥିବା ଟ୍ରାନ୍ସପୋର୍ଟ କମ୍ପାନୀ ଠିକ୍‌ ଭାବେ ଠିକ୍‌ ସମୟରେ କେନ୍ଦ୍ରକୁ ଚାଉଳ ଦେଉ ନ ଥିବା ଏବଂ ଓଜନ କମ୍‌ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri