ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍‌ ବଣ୍ଟନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଏମ୍‌ପି ମଣ୍ଡଳ ଜିଲାର ସମସ୍ତ କାର୍ଯ୍ୟରତ ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର, ଟୋପି ଓ ଗ୍ଲୋବ୍ସ ବଣ୍ଟନ କରିଥିଲେ।