Categories: ମେଟ୍ରୋ

ଅଗ୍ନି ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ

କଟକ ଅଫିସ,୨୭ା୫ : ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିବିଭାଗ ପକ୍ଷରୁ କଟକରେ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ସହରର ଉପରୋକ୍ତ କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ସେଣ୍ଟରଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ତାହାର ଯାଞ୍ଚ କରାଯାଉଛି। ଯେଉଁ ସେଣ୍ଟରଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ ଥିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଅଗ୍ନିଶମ ବିଭାଗ ଏଫ୍‌ଓ ଅବନୀ ସ୍ବାଇଁ କହିଛନ୍ତି।