ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ। ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କୁମାରୀ ନାଇକ, ରାଜେନ୍ଦ୍ର ନାଇକ, ହରି ନାଇକ, ବିନୋଦ ନାଇକଙ୍କ ଘର ଜଳିଯାଇଛି। ଏମାନେ ଗରିବ ମଜୁରିଆ ଶ୍ରେଣୀର ହୋଇଥିବାରୁୁ ସମସ୍ତେ କାମ କରିବାକୁ ବାହାରକୁ ଚାଲି ଯାଇଥିଲେ। ଫଳରେ ଘରୁ କୌଣସି ଜିନିଷ ଉଦ୍ଧାର କରାଯାଇପାରି ନାହିଁ। ସରକାରୀ ସହାୟତା ସହ ଆବାସ ଯୋଜନାରେ ଏହି ଚାରି ପରିବାରକୁ ସାମିଲ କରିବା ପାଇଁ ସେମାନେ ଦାବି କରିଛନ୍ତି।