Categories: ବାଣିଜ୍ୟ

ଅଗଷ୍ଟ ପୂର୍ବରୁ ମିଳିପାରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୨୫ ତାରିଖରୁ ଘରୋଇ ବଜାରରେ ବିମାନ ସେବା ପୁଣି ଥରେ ଶୁଭାରମ୍ଭ କରିବା ଲାଗି ସରକାର ନିକଟରେ ଘୋଷଣା କରିଛନ୍ତି। ସେହିଭଳି ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଲୋକଙ୍କୁ ମିଳିପାରେ। ଏହାପୂର୍ବରୁ ଉକ୍ତ ସେବା ଯୋଗାଇଦେବାକୁ ସରକାର ଚେଷ୍ଟା କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ସୂଚନା ଦେଇଛନ୍ତି। ସ୍ଥିତିକୁ ଦେଖି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଜନୀତ ଲକ୍‌ଡାଉନ ଲାଗି ସରକାର ମାର୍ଚ୍ଚ ୨୫ଠାରୁ ସବୁ ଫ୍ଲାଇଟ ସେବାକୁ ବନ୍ଦ କରିଦେଇଛନ୍ତି। ବନ୍ଦେ ଭାରତ ମିଶନ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି। ପରିବର୍ତ୍ତିତ ଆଇନ ଅନୁସାରେ ଲୋକଙ୍କୁ ବିମାନ ସେବା ଉପଲବ୍ଧ ହେଉଛି।

Share