ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଓ ଚର୍ଚ୍ଚା ହେଉଛି। ଏପରିକି ବିଏସ୍‌ଏନ୍‌ଏଲ୍‌ ସାରା ଦେଶରେ ୪ଜି ସେବା ଆରମ୍ଭ କରିବାକୁ ଯାଉଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ର ୪ଜି ସେବାକୁ ନେଇ ରହିଥିବା କଳ୍ପନା-ଜଳ୍ପନା ଓ ବହୁ ପ୍ରଶ୍ନବାଚୀ ପରେ ମଧ୍ୟ ବିଏସଏନଏଲର ଅଧିକାରୀମାନେ ଦାବି କରିଛନ୍ତି, ବ୍ରାଣ୍ଡ୍‌ର ୪ଜି ନେଟୱର୍କରେ ଅନେକ ପ୍ରକାର ସୁବିଧା ସାଙ୍ଗକୁ ପ୍ରତି ସେକେଣ୍ଡରେ ୪୦-୪୫ ମେଗାବିଟ ଶିଖର ଗତି ରେକର୍ଡ କରାଯାଇଛି, ଯାହା ପାଇଲଟ ପର୍ଯ୍ୟାୟରେ ୭୦୦ ମେଗାହର୍ଜ (ଏମ୍‌ଏଚ୍‌ଜେଡ/Mhz)ର ପ୍ରିମିୟମ ସ୍ପେକ୍ଟ୍ରମ ବ୍ୟାଣ୍ଡରେ ରୋଲ କରାଯାଇଛି। ସେହିପରି ଦେଶର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାଣ୍ଟି ସିର୍ଭିସ ବା ଟିସିଏସ୍‌ ଏବଂ ରାଷ୍ଟ୍ରାୟତ୍ତ ଟେଲିକମ୍‌ ଅନୁସନ୍ଧାନ ସଂଗଠନ ସି-ଡଟ୍‌-ନେତୃତ୍ୱାଧୀନ କନ୍ସୋର୍ଟିୟମ୍‌ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳର ବିକଶିତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପଞ୍ଜାବରେ କମ୍ପାନୀ ୪ଜି ସେବା ଆରମ୍ଭ କରିଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ବୋର୍ଡରେ ରଖିଛି। ଏପରିକି ସି-ଡଟ୍‌ ଦ୍ୱାରା ବିକଶିତ ୪ଜି କୋର ପଞ୍ଜାବର ବିଏସ୍‌ଏନ୍‌ଏଲ ନେଟୱର୍କରେ ବହୁତ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଏହା ଗତ ବର୍ଷ ଜୁଲାଇରେ ସ୍ଥାପିତ ହୋଇଥିଲା। ଏହିପରି ଜଟିଳ ପ୍ରଯୁକ୍ତିବିଦ୍ୟାର ସଫଳତା ପ୍ରମାଣ କରିବାକୁ ଅତି କମରେ ୧୨ ମାସ ସମୟ ଲାଗିଥାଏ। କିନ୍ତୁ ସି-ଡଟ-କୋର ୧୦ମାସ ମଧ୍ୟରେ ଏହାକୁ ପ୍ରମାଣିତ କରିପାରିଛି। ଅପରପକ୍ଷରେ ଆଉ କିଛି ମାସ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ଆଟମାନୀର ୪ଜି ଟେକ୍ନୋଲୋଜି ଲଞ୍ଚ କରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ବିସ୍ତୃତ ଭାବେ କହିଛନ୍ତି।
ସମଗ୍ର ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ବିଏସ୍‌ଏନ୍‌ଏଲ ୧.୧୨ ଲକ୍ଷ ଟାୱାର ନିୟୋଜନ ପ୍ରକ୍ରିୟାରେ ଅଛି। କମ୍ପାନୀ ସାରା ଦେଶରେ ୪ଜି ସେବା ପାଇଁ ୯,୦୦୦ରୁ ଅଧିକ ଟାୱାର ସ୍ଥାପନ କରିଛି, ସେଥିମଧ୍ୟରୁ ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି ୱେଷ୍ଟ ଏବଂ ହରିୟାଣା ସର୍କଲରେ ୬,୦୦୦ରୁ ଅଧିକ ଟାୱାର ସକ୍ରିୟ ଅଛିି। ବିଏସ୍‌ଏନ୍‌ଏଲ ଗତ ୪-୫ବର୍ଷ ମଧ୍ୟରେ ୪ଜି ସକ୍ଷମ ସିମ ବିକ୍ରି କରୁଛି। କେବଳ ସେହି ଗ୍ରାହକମାନଙ୍କର ପୁରୁଣା ସିମ୍‌ ଥିବା ଏହି ସେବାକୁ ଅନୁଭବ କରିବା ପାଇଁ ନୂତନ ସିମ୍‌ ପାଇବାକୁ ପଡ଼ିବ ବୋଲି ବିଏସ୍‌ଏନ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri