Posted inଖେଳ

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ । ରାଜ୍ୟର ସବୁଠାରୁ ଶକ୍ତିଶାଳୀ କ୍ରୀଡ଼ା ସଂଘ ଓସିଏର ମୁଖିଆ କିଏ ହେବ ତାହାକୁ ନେଇ ଏବେ ଚାଲିଛି ଅଙ୍କକଷା। ଏକଦା ରାଜ୍ୟ କ୍ରିକେଟର ସର୍ବେସର୍ବା ବିବେଚିତ ହେଉଥିବା ଆଶୀର୍ବାଦ ବେହେରା ଏବେ ଓସିଏର କୌଣସି ପଦବୀରେ ନଥିଲେ ମଧ୍ୟ ଆସୋସିଏଶନ ଗଠନ କରିବାରେ ତାଙ୍କ ଭୂମିକା ହିଁ ସବୁଠାରୁ ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି । ଆଶୀର୍ବାଦ ବେହେରାଙ୍କ ପତିଆରା ଏବେ ବି ସତେଜ ଓସିଏରେ। ତେବେ ଆଶୀର୍ବାଦଙ୍କ ପୁଅ ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଓସିଏର ଭବିଷ୍ୟତ ମୁଖିଆ ଭାବେ ପ୍ରୋଜେକ୍ଟ କରାଯାଉଛି ବୋଲି କେତେକ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି । ଏ କଥାକୁ ଓସିଏ ସହ ଜଡ଼ିତ ଅନେକ ପୂର୍ବତନ କ୍ରୀଡ଼ା ସଙ୍ଗଠକ ଅସ୍ବୀକାର ମଧ୍ୟ କରିନାହାନ୍ତି । ହେଲେ ସଞ୍ଜୟଙ୍କ ପାଇଁ ଏବେ ଦୋଛକି ଅବସ୍ଥା ଉପୁଜିଛି । ଆଗାମୀ ଦୁଇ ମାସ ଭିତରେ ଉଭୟ ଫାଓ ଏବଂ ଓସିଏର ନିର୍ବାଚନ ଶେଷ ହେବ । ଦୀର୍ଘବର୍ଷ ଧରି ରାଜ୍ୟରେ ଫୁଟବଲର ବିକାଶ କରିଥିବା ସଞ୍ଜୟ ଫାଓ ହାତ ଛାଡ଼ି ଓସିଏ ସହ ଯୋଡ଼ି ହେବେ କିମ୍ବା ଫାଓର ଲଗାତାର ତୃତୀୟ ଥର ସମ୍ପାଦକ ହେବେ ତାହା ଦେଖିବାକୁ ବାକି ରହିଛି । ଆସନ୍ତା ୧୦ ତାରିଖରେ ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ମଧ୍ୟ ରହିଛି । ଏହି ତାରିଖ ହିଁ ସଞ୍ଜୟଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।
୨୦୦୦ ଜୁନ ୨୫ ତାରିଖରେ କଟକର ପୁରୁଖା ରାଜନେତା ତଥା କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ପଦବୀରେ ଅବସ୍ଥାପିତ ହୋଇଥିଲେ । ୧୬ବର୍ଷର ଦାୟିତ୍ୱ ପରେ ଗତ ୨୦୧୭ ଜାନୁୟାରୀ ୪ ତାରିଖରେ ଆଶୀର୍ବାଦ ବାଧ୍ୟବାଧକତାରେ ଏହି ପଦବୀ ଛାଡ଼ି ଥିଲେ। ଲୋଧା କମିଟିର ସୁପାରିଶ କ୍ରମେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଆଶୀର୍ବାଦ ଓସିଏ ଛାଡ଼ିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କ ବିନା ପରାମର୍ଶରେ ଓସିଏରେ କୌଣସି କାମ ଆଗେଇ ନାହିଁ । କାର୍ଯ୍ୟକାରୀ କମିଟି ଗଠନ ହୋଇ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଇତି ମଧ୍ୟରେ ଆୟୋଜନ ହୋଇଥିଲେ ମଧ୍ୟ ଅଭିଜ୍ଞ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦଙ୍କ ଉପସ୍ଥିତି ସବୁବେଳେ କାମରେ ଲାଗିଛି । ଓସିଏ ନିର୍ବାଚନ ତାରିଖ ଏଯାଏଁ ନିର୍ଦ୍ଧାରିତ ହୋଇନାହିଁ । ତଥାପି ଓସିଏ ଏହା ଆଉ ଅଧିକ ଦୂର ନୁହେଁ । ଆଗାମୀ ଓସିଏ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ହିଁ ବାପାଙ୍କ ପଦବୀ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଆଶୀର୍ବାଦଙ୍କୁ ପଚରାଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଉତ୍ତର କେବେ ଦେଇ ନାହାନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ନେଇ ଯୋଜନା ମଧ୍ୟ ଅଗ୍ରଗତି କରି ସାରିଲାଣି । କମିଟି ଅଫ ଆଡମିନଷ୍ଟେଟର(ସିଓଏ)ର ଘୋଷଣା ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଆସୋସିଏଶନ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ସହ ଅଗଷ୍ଟ ୧୪ ସୁଦ୍ଧା ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ, ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ । ଏଣୁ ସେପ୍ଟେମ୍ବରରେ ଓସିଏ ନିର୍ବାଚନ ହେବା ଥୟ । ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ତାରିଖ ରହିଛି । ଆଶାୟୀ ପ୍ରାର୍ଥିଙ୍କ ପାଇଁ ଏହି ତାରିଖଟି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ପାଲଟି ସାରିଲାଣି । ଶୁଣାଣିରେ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରାର୍ଥି ଚୟନ କରାଯିବ ତାହା ସ୍ପଷ୍ଟ ହେବ । ସଞ୍ଜୟଙ୍କ ପାଇଁ ମଧ୍ୟ ଆସନ୍ତା ୧୦ ତାରିଖ ଗୁରୁତ୍ୱପୂର୍ଣ୍ଣ ।
ଅନ୍ୟପକ୍ଷରେ ଓଡ଼ିଶା ଫୁଟବଲ ଆସୋସିଏଶନରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଗଠନ ହେବା ଦିନ ଠାରୁ ସଞ୍ଜୟ ହିଁ ଏହାର ସମ୍ପାଦକ ଅଛନ୍ତି । ୨୦୧୦ ମସିହାରେ ଗଠନ ହୋଇଥିଲା ଫାଓ । ଶେଷଥର ନିମନ୍ତେ ୨୦୧୪ରେ ଫାଓ ନିର୍ବାଚନ ହୋଇଥିବା ବେଳେ ୨୦୧୮ରୁ ଏହାର କାର୍ଯ୍ୟକାଳ ଶେଷ ହୋଇ ସାରିଲାଣି । ହେଲେ ଏଯାଏଁ ନିର୍ବାଚନ କରାଯାଇନାହିଁ। ଖୁବଶୀଘ୍ର ଫାଓର ସମ୍ବିଧାନକୁ ଅବଲମ୍ବନ କରି କାଉନସିଲ ବୈଠକ ଡାକିବା ସହ ନିର୍ବାଚନ ତାରିଖ ଧାର୍ଯ୍ୟ ହେବ ବୋଲି ଫାଓ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri