Categories: ଜାତୀୟ

ଅଖିଳେଶଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟିବ: ରହିବେନି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସୁରକ୍ଷା ଦଳରେ ଏଣିକି ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ରହିବେନି। ତାଙ୍କର ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟାଇବା ପାଇଁ ଯୋଜନା ହୋଇଛି। ତେବେ ମୁଲାୟମ୍‌ ସିଂ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀଙ୍କର ଏହି ସୁରକ୍ଷା କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଉଛି। ଏନେଇ ଏନ୍‌ଏସ୍‌ଜିକୁ ଶୀଘ୍ର ସୂଚିତ କରାଯିବ। ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମେଣ୍ଟର ବିଫଳତା ପରେ ଅଖିଳେଶଙ୍କ ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଚନ୍ଦ୍ରାବାବୁଙ୍କୁ ପୂର୍ବରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳୁଥିଲା। ତେବେ ଏହା ଏବେ ଓ୍ବାଇ ସୁରକ୍ଷାକୁ ପରିବର୍ତ୍ତନ ହୋଇଛି।

Share