Categories: ଜାତୀୟ

ଅକ୍ଷୟ ପାତ୍ର ଫାଉଣ୍ଡେଶନକୁ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ

ଲଣ୍ଡନ,୧୫ା୬(ପି.ଟି.): ଭାରତର ଏକ ଅଣଲାଭକାରୀ ସଂସ୍ଥା ଅକ୍ଷୟ ପାତ୍ର ସ୍କୁଲ୍‌ ମିଲ୍‌ ପ୍ରୋଜେକ୍ଟକୁ ବିବିସି ଓ୍ବାର୍ଲଡ ସର୍ଭିସ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଚଳିତ ସପ୍ତାହରେ ବ୍ରିଷ୍ଟଲ୍‌ଠାରେ ଆୟୋଜିତ ବିବିସି ଫୁଡ ଆଣ୍ଡ ଫାର୍ମିଂ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱରେ ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ, ଆହରଣ କ୍ଷେତ୍ରରେ ନୂଆ ଦିଗ ଦେଖାଉଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଏହା ସ୍ବୀକୃତି ପ୍ରଦାନ କରିଥାଏ।
ବେଙ୍ଗାଲୁରୁ ଭିତ୍ତିକ ସ୍ବେଚ୍ଛାସେବୀ ସଂଗଠନ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌କୁ ଏକ ଅନ୍ତର୍ଜାତୀୟ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଇଥିଲା। ଏହାର ସିଇଓ ଶ୍ରୀଧର ଭେଙ୍କଟ କହନ୍ତି, ଉକ୍ତ ପୁରସ୍କାର ଲାଭ କରିଥିବାରୁ ଖୁବ୍‌ ଗର୍ବ ଅନୁଭବ କରୁଛୁ। ଉକ୍ତ ସଂସ୍ଥା ପାଖାପାଖି ୨୦ବର୍ଷ ତଳେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ସେତେବେଳେ ୧୫୦୦ ସ୍କୁଲ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ସମଗ୍ର ଦେଶରେ ୧.୭୫ ନିୟୁତ ସ୍କୁଲ ପିଲାଙ୍କୁ ଗରମ, ତଟକା ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଉଛି।

Share