Categories: ଜାତୀୟ

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାମାନେ ସମସ୍ତ ଡିଟିସି(ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେଶନ) ବସ୍‌ ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତାୟାତ କରିପାରିବେ ବୋଲି କେଜରିଓ୍ବାଲ କହିଛନ୍ତି। ଏହା ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି। ଗୁରୁବାର ଛତ୍ରଶାଳା ଷ୍ଟାଡିୟମରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କେଜରିଓ୍ବାଲ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ରେ ଏହି ପ୍ରପୋଜାଲ ଆସିଥିବା ବେଳେ ଏହା ଆସନ୍ତା ଅକ୍ଟୋବରରେ କାର୍ଯ୍ୟକାରୀ କରାଯିବ। ଅବଶ୍ୟ ସେ ସମୟରେ କେତେଜଣ ମହିଳା ଏହାର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରଥମେ ଦିଲ୍ଲୀ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ।

Share