ଅକ୍ଟୋବରରୁ ନୂଆ ଜିଏସ୍‌ଟି ରିଟର୍ନ ଦାଖଲ ବ୍ୟବସ୍ଥା

ନୂଆଦିଲ୍ଲୀ,୧୨ା୬ ଆସନ୍ତାବର୍ଷ ଜାନୁୟାରୀରୁ ସାରା ଦେଶରେ ବ୍ୟବସାୟୀମାନେ ସରଳ ଜିଏସ୍‌ଟି ଫର୍ମ ପୂରଣ କରିପାରିବେ। ତେବେ ଏହାର ଟ୍ରାୟାଲ ଜୁଲାଇରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ନୂଆ ମାସିକ ରିଟର୍ନ ଫର୍ମ ବ୍ୟବସ୍ଥା ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ପୁରୁଣା ରିଟର୍ନ ଫର୍ମ ଜିଏସ୍‌ଟିଆର୍‌-୩ବିକୁ ପ୍ରଚଳନରୁ ବାଦ୍‌ ଦିଆଯିବ ଏବଂ ଏହା ସ୍ଥାନରେ ଆସନ୍ତାବର୍ଷ ଜାନୁୟାରୀରୁ ଜିଏସ୍‌ଟି ଆର୍‌ଇଟି-୧ ଫର୍ମକୁ ଲାଗୁ କରାଯିବ।
ନୂଆ ବ୍ୟବସ୍ଥାରେ ଜିଏସ୍‌ଟି ଆରଇଟି-୧ ଏକ ମୁଖ୍ୟ ରିଟର୍ନ ଫର୍ମ ହେବ। ଅନ୍ୟପକ୍ଷରେ ଦୁଇଟି ସଂଲଗ୍ନ ଫର୍ମ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଏବଂ ଜିଏସ୍‌ଟି ଏଏନ୍‌ଏକ୍ସ-୨ ରହିବ। ଟିକସଦାତାଙ୍କ ଲାଗି ଚଳିତବର୍ଷ ୩ ମାସ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଏବଂ ଜିଏସ୍‌ଟି ଏଏନ୍‌ଏକ୍ସ-୨ ଫର୍ମର ଟ୍ରାୟାଲ ଲାଗି ଉପଲବ୍ଧ ହେବ। ଏହି ଅବଧିରେ ଟିକସଦାତାଙ୍କୁ ପିଛିଲା ଅବଧିର ଟିକସ ଦେୟ ଏବଂ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟର ପ୍ରଭାବ ପଡ଼ିବ ନାହିଁ। ଏହି ଅବଧିରେ ସେ ଆପୂର୍ତ୍ତି ଲାଗି ମାସିକ ଅଥବା ତ୍ରୈମାସିକ ଆଧାରରେ ଜିଏସ୍‌ଟିଆର୍‌-୧ ଏବଂ ମାସିକ ଆଧାରରେ ଜିଏସ୍‌ଟିଆର୍‌-୩ବିର ଅନୁପାଳନ କରିଚାଲିବେ। ଯୋଜନା ମୁତାବକ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବାର୍ଷିକ କାରବାର କରୁଥିବା ଟିକସଦାତା ଅକ୍ଟୋବରରୁ ନିଜର ମାସିକ ରିଟର୍ନ ଇନ୍‌ଭଏସ୍‌ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ଅପଲୋଡ କରିବେ। ସେହିଭଳି ଭାବେ, ୫ କୋଟି ଟଙ୍କାରୁ କମ୍‌ ବାର୍ଷିକ କାରବାର କରୁଥିବା କ୍ଷୁଦ୍ର ଟିକସଦାତା ଜାନୁୟାରୀ, ୨୦୨୦ରୁ ଜିଏସ୍‌ଟି ଏଏନ୍‌ଏକ୍ସ-୧ ଫର୍ମ ତ୍ରୈମାସିକ ଆଧାରରେ ପୂରଣ କରିବା ବାଧ୍ୟତାମୂଳକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri