୮୭ ହଜାର ହେକ୍ଟରରେ ହେବ ଚାଷ

ଅନୁଗୋଳ ଅଫିସ, ୧୬ା୬

ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ ଅନୁକୂଳ ରହିବ ବୋଲି ସେମାନେ ଅନୁମାନ ଲଗାଇଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ମଧ୍ୟ ଏ ବର୍ଷ ଭଲ ବର୍ଷା ହେବ ବୋଲି ରିପୋର୍ଟ ଦେଉଛି। ତେଣୁ ଚାଷ କାର୍ଯ୍ୟ ପାଇଁ ସଜବାଜ ହେଉଛନ୍ତି ଅନୁଗୋଳ ଜିଲାର ଚାଷୀ। ଜିଲା ପ୍ରଶାସନ ମଧ୍ୟ ଖରିଫ ଚାଷ ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହ ଚାଷୀଙ୍କ ପାଖରେ ବିହନ ଓ ସାର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।
କୃଷି ବିଭାଗର ସୂଚନା ମୁତାବକ, ଚଳିତ ବର୍ଷ ଅନୁଗୋଳ ଜିଲାରେ ମୋଟ୍‌ ୮୭ ହଜାର ୫୦ ହେକ୍ଟର ଜମିରେ ଖରିଫ ଚାଷ ହେବ। ଏଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଚାଷ ହେବାକୁ ଥିବାବେଳେ ୩ ହଜାର ୨୦୨ ହେକ୍ଟରରେ ହେବ ଅଣଧାନ ଚାଷ। ମୋଟ୍‌ ୮୭ ହଜାର ୫୦ ହେକ୍ଟରରୁ ୬୮ ହଜାର ୪୮୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ତେଣୁ ବହୁ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିବେ। ସେହିପରି ଚାଷୀଙ୍କ ପାଖରେ କିପରି ବିହନ ଓ ସାର ପହଞ୍ଚିବ ସେ ନେଇ ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଛି। ଜିଲାରେ ୭ ହଜାରରୁ ଅଧିକ କୁଇଣ୍ଟାଲ ଧାନ ବିହନ ଦରକାର। ଏ ପର୍ଯ୍ୟନ୍ତ ୬ ହଜାର ୯୬୧ କୁଇଣ୍ଟାଲ ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଆଉ ୪୮୦ କୁଇଣ୍ଟାଲ ଖୁବ୍‌ଶୀଘ୍ର ପହଞ୍ଚତ୍ବ। ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ଏକ ହଜାର କୁଇଣ୍ଟାଲ ବିହନ ଦିଆସରିଲାଣି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଭୋଳାଶଙ୍କର ବେହେରା ସୂଚନା ଦେଇଛନ୍ତି। ସେହିପରି ଚାଷୀଙ୍କ ଚାହିଦାକୁ ଦେଖି ବିରି, ହରଡ଼, ଚିନାବାଦାମ ବିହନ ଯୋଗାଇ ଦିଆଯିବ। ଏସବୁ ଏପର୍ଯ୍ୟନ୍ତ ବିଭାଗ ନିକଟକୁ ଆସିନି। ଫାର୍ମରେ ମୁଗ ବିହନ ରହିଛି। ପରୀକ୍ଷଣ ପରେ ତାହା ଯୋଗାଇ ଦିଆଯିବ। ସେହିପରି ସାର ନେଇ କୌଣସି ସମସ୍ୟା ନାହିଁ। ଚଳିତ ଖରିଫ ଚାଷ ପାଇଁ ୧୪ ହଜାର ୨୦୦ ମେଟ୍ରିକ୍‌ ଟନ୍‌ ସାର ଦରକାର ଥିବାବେଳେ ଜିଲାରେ ଡିଏପି ଓ ପଟାସ ଯଥେଷ୍ଟ ପରିମାଣର ମହଜୁଦ ଅଛି। ୫ ଶହ କୁଇଣ୍ଟାଲ ୟୁରିଆ ସାର ଗଚ୍ଛିତ ରହିଛି। ଚଳିତ ମାସରେ ଆଉ କିଛି ୟୁରିଆ ପହଞ୍ଚତ୍ବ। କରୋନା ଯୋଗୁ ପ୍ରବାସୀ ଶ୍ରମିକ ଘରମୁହଁା ହେଉଛନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ସହ ସମସ୍ତ କୃଷିଭିତ୍ତିକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଜିଲା ମୁଖ୍ୟ କୃଷି ଅଧିକାରୀ ବେହେରା କହିଛନ୍ତି, ଏ ବର୍ଷ ଠିକ୍‌ ସମୟରେ ମୌସୁମୀ ଆସି ପହଞ୍ଚତ୍ଛି। ଜିଲାର ପ୍ରାୟ ୧୫ ପ୍ରତିଶତ ଜମିରେ ବୁଣାବୁଣି ସରିଲାଣି। ଏଥର ଭଲ ଚାଷ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri