୮୭ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର,୨୪ା୬(ବି.ପ୍ର)- ପୋଲିସକୁ ଚକମା ଦେବା ପାଇଁ ଗଞ୍ଜେଇ ଚାଲାଣ କାରୀ ଏକ ଅଭିନବ ଉପାୟ ବାଛି ନେଇଥିଲେ। ପରିବା ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ନବରଙ୍ଗପୁର ପୋଲିସ ଚଢାଉ କରି ଏକ ନମ୍ବର ବିହିନ ୪ ଚକିଆ ଗାଡିରୁ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ ରାୟପୁର ଜିଲା ରାମଭାଟା ଗାଁର ଓମ ପ୍ରକାଶ ଚୌହାନ ଓ ଲକ୍ଷ୍ମଣ ଚୌହାନ । ଗଞ୍ଜେଇ ପ୍ୟାକେଟ କରି ଏକ ଜରି ଅଖା ବସ୍ତାରେ ରଖାଯାଇଥିଲା। ତାହା ଉପରେ ପଲିଥିନ ଆଚ୍ଛାଦିତ କରି ପରିବା ପୋଟଳ ବୋଝେଇ କରାଯାଇଥିଲା। ପୋଲିସ କୌଣସି ସୂତ୍ରରୁ ଖବର ପାଇ ତ୍ରିବେଣୀ ଛକରୁ ଗାଡିକୁ ଠାବ କରି ପିଛା କରିଥିଲା । ସହରର ଶେଷ ମୁଣ୍ଡ ମାଝିଗୁଡା ଛକ ନିକଟରେ ଗାଡି ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରାଯାଇଥିଲା । ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲାପାଳ ଚୟନୁ ଗଣ୍ଡ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ୮୭ କିଲୋ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏସଆଇ ଦେବଦତ୍ତ ମଲ୍ଲିକ, ନିଳିମା ପାଣିଗ୍ରାହୀ, ସୁମିତ୍ରା ଜୟସିଂ, ଏସଆଇ ଖବର ସିନ୍ଦୁ ସାହୁ, ଅଶୋକ କୁମାର ଦେଓ ପ୍ରମୁଖ ଚଢାଉ କରିଥିଲେ ା ଏନେଇ ନବରଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri