୮୦ ବଛ୍‌ରିଆ ଅଜାର ହାତେ ନାତେନ୍‌ର ଭବିଷତ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ମଞ୍ଜୁଲା

କଣ୍ଟାବାଞ୍ଜି, ୬।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଘୁନେଶ ପଁଚେତ୍‌ ଖୁଜେନ ଗଁାର ମଞ୍ଜୁଲା ନାଗ(୧୮)। ଅନେକ ବଛର ହେଲା ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଅଜା ବୁଢ଼ା ନ ତାକର ସାହାଭରସା। ହେଲେ ବଛର କେତେ ହେଲା ମଞ୍ଜୁଲା ମିରଗି ବେମାରରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ଅଜା ବି ତାକର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଅଜା ନାତେନ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଖୁଜେନ ଗଁାର ଜାଗେ ତାଣ୍ଡି(୮୦)। ନିଜର ଗୁଟେବଲି ଝି’ ଶୁକୁରବାରିକେ ଗଁାର କରାଟି ନାଗକଁର ସଂଗେ ବିହା କରେଇଥିଲେ। କରାଟି ନାଗ ଆର ଶୁକୁରବାରିକଁର ଝି’ ହେଉଛନ୍‌ ମଞ୍ଜୁଲା ନାଗ(୧୮)। ଆଏଜ୍‌କେ ୧୦ ବଛର ତଲେ କରାଟି ଆର ଶୁକୁରବାରି ଆରପାରକେ ଚାଲିଯାଇଛନ୍‌। ସେଦିନ୍‌ଠାନୁ ଜାଗେ ମା’ବାପ୍‌ ଛେଉଁଡ୍‌ ନାତେନ୍‌ ମଞ୍ଜୁଲାର ଦେଖ୍‌ଭାଲ, ପାଲପୋଷ କଥା ବୁଝୁଛନ୍‌। ସେ ମଞ୍ଜୁଲାକେ ପାଠ୍‌ ବି ପଢ଼ଉଥିଲେ। ହେଲେ ୨୦୧୭ ସାଲେ ମାଟ୍ରିକ ପଢ଼ଲା ବଛର ମଞ୍ଜୁଲାକେ ମିରଗି ବେମାର ଅମରାଲା। ସେଦିନ୍‌ଠାନୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ଲା। ପଛେ ଫେନ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ ଯେ ଆରୁ ସେ ଚଲାବୁଲା କରି ନାଇଁପାରଲେ। ଏନ୍‌ତାଥି ଜାଗେ ମଞ୍ଜୁଲାକେ ତୁରେକେଲାନୁ କଣ୍ଟାବାଞ୍ଜି, ବଲାଙ୍ଗୀର ତକ୍‌ ନେଇ ଚିକିଛା କରେଇ ନିରାଶ ହେଲେ। ଆଏଜ୍‌କେ ୨ ବଛର ହେଲା ମଞ୍ଜୁଲା ଖଟେ ପଡ଼ି ରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଜାଗେ ତାକର ଗଧାମଖା, ଖୁଆପିଆ, ଝଡ଼ାଝପଟଠାନୁ ସେବା ଯତନ କରୁଛନ୍‌। ହେଲେ ଜାଗେ ଝନେ ନିହାତି ଗରିବ୍‌ ଲୋକ୍‌, ଅଭାବ ଅନାଟନ ଲାଗି ସେ ନାତେନର ଉଚ ଚିକିଛା କରେଇ ନାଇଁପାରବାର। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ସେ ଆଘର ଲେଖେଁ କାମ୍‌ବୁତା ବି କରି ନାଇଁପାରବାର। ସରକାରୀ ଯୋଜନାରେ ଖାଲି ମାସିକ ୫ଶହ ଟଁକା ଭତା ପାଉଛନ୍‌। ରାଶନକାର୍ଡ ବି କଟିଯାଇଛେ। ସରପଁଚ୍‌କେ ଗୁହାରପାତ କଲାରୁ ସେ ମାସିକ ୫ କେ.ଜି. ଚାଉଲ ଦେଉଛନ୍‌। ହେଲେ ମାସିକ ୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା ଦୁଇ ଅଜା ନାତେନକେ ନିଅଁଟ ହେଉଛେ। ଏନ୍‌ତାଥି ବଡ଼ଭାଗି ଦିନ୍‌ ଗଁାର କେହେନ୍‌ସି ସହୁରୁଦ୍‌ ଲୋକ୍‌ ଥିରପାଏନ୍‌ ଟିକେ ଦେଲେ ଖାଇପିଇ ବଡ଼ା ଗୁଲ୍‌ଗୁଲାରେ ଚଲୁଛନ୍‌। ଜାଗେ ଭତାକେ ଛାଡ଼ିଦେଲେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେ ସବୁବେଲେ ନାତେନ୍‌ର କଥା ଚିନ୍‌ତା କରି ଅଁାଖିଥୁ ଲହ ଗଡ଼ଉଛନ୍‌। ଯତ୍‌ନେଇ ଯତ୍‌ନେଇ ହାରି ଗଲିନ। ଇ ବୁଢ଼ା ବଏସେ ମୁଇଁ କେନ୍‌ନୁ ପଇସା ପାଏମି ଯେ ତାର ଚିକିଛା କରାମି। ମକେ ତ ଖେଏବାରକେ ଅଢ଼ିଆ ନେଇ ଯୁଟବାର ବଲି ଜାଗେ ଗଣମାଧ୍ୟମ ଆଘେ କଁାଦିକଁାଦି ନିଜର ଦୁଖ୍‌ ବଖାନିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ମଞ୍ଜୁଲାକୁଁ ସରକାରୀ ଚିକିଛା ସାହାଯ୍‌ ସଂଗେ ଜାଗେକୁଁ ଆବାସ ଯୋଜନାରେ ଘର ଖଁଡ଼େ, ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ, ବିଧାୟକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇ କହିଲେ…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri