Advertisement

୭ ଦିନ ପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ

ରୂପସା, ୨୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲତଳୁ ଗତ ୧୬ ତାରିଖରେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଜବତ ହୋଇଥିଲା। ପାରିପାଶର୍‌ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ବସ୍ତା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ୭ ଦିନ ପରେ ମୃତକଙ୍କ ପରିଚୟ ଜଣାପଡ଼ିଛି। ମୃତ ଯୁବକ ହେଲେ ଆସାମ ଅଞ୍ଚଳର ଗୋବିନ୍ଦ ମୋଦକ୍‌ (୨୮)। ସେ ଜଣେ ଡ୍ରାଇଭର ଅଟନ୍ତି।
କିଛିଦିନ ତଳେ ଏକ ଗାଡ଼ି ନେଇ ସେ ଓଡ଼ିଶା ଆସିଥିବା ବେଳେ ନିଖୋଜ ଥିଲେ। ପୋଲ ତଳ ନାଳୁଆ ମୁହଁରେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବସ୍ତା ପୋଲିସକୁ ଖବର ଦେଇଥିଲେ। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ମାଜିଷ୍ଟ୍ରେଟ ଭାବେ ତହସିଲଦାର କାର୍ତ୍ତିକ କୁମାର ଦାସ, ଆଇଆଇସି ବାରିଣୀ ଦାସ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ଏହି ହତ୍ୟାକାଣ୍ଡ ଅନ୍ୟତ୍ର ହୋଇଥିବା ବେଳେ ଏଠାରେ ଆଣି ମୃତଦେହକୁ ଫିଙ୍ଗାଯାଇଥିବା ଅନୁମାନ କରାଯାଉଥିଲା। ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣାସ : ୧୨ ଗାଁ ଜଳମଗ୍ନ

କଣାସ,୧୨।୯(ସ୍ବ.ପ୍ର./ ଡି.ଏନ୍‌.ଏ.): ଉପରମୁଣ୍ଡରେ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଯାଇଛି। ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର...

କଚ୍ଚାଘରେ ୩.୪୭ ଲକ୍ଷ ସହରବାସୀ

ଯାଜପୁର ଅଫିସ,୧୯ା୭:ରାଜ୍ୟର ସହରାଞ୍ଚଳରେ ୪,୫୧,୪୯୩ ପକ୍କାଘର କିମ୍ବା ନିଜସ୍ବ ଗୃହ ନ ଥିବା ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରମାନଙ୍କ ମଧ୍ୟରୁ ବେସିକ ସର୍ଭିସ ଟୁ...

ସନ୍ଧ୍ୟାଧୂପରେ ପଖାଳ

‘ଯଥା ଦେହେ ତଥା ଦେବେ’ କର୍ମକାଣ୍ଡ ବିଜ୍ଞାନର ଏହି ରହସ୍ୟକୁ ଆଧାର କରି ମହାପ୍ରଭୁଙ୍କ ଉପାସନା ପ୍ରଚଳିତ। ଏହା ମଧ୍ୟ ଆମ ସନାତନ ପରମ୍ପରା ସ୍ବୀକୃତ।...

ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି...

ଯୁବତୀଙ୍କୁ କମେଣ୍ଟ କରି ୧୦ ଗିରଫ

ସମ୍ବଲପୁର,୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଦେଉଳବନ୍ଧ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ କମେଣ୍ଟମରାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ଯୁବତୀଙ୍କ ମା’...

ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌...

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ରସଲପୁର ଗ୍ରାମର ସତ୍ୟେନ୍ଦ୍ର ଜେନା (୫୨) ସୋମବାର ମଧ୍ୟାହ୍ନରେ ବିଲକୁ ଯାଇ ଥିବାବେଳେ ଅସହ୍ୟ ଗୁଳୁଗୁଳି ଓ...

ସୁରାଟରୁ ୧୨ ବସ୍‌ ଓଡ଼ିଶା ଅଭିମୁଖେ

ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍‌ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍‌ ଗୁରୁବାର...

Advertisement
Archives

Model This Week