୭ ଦଫା ଦାବି ନେଇ ଖଣି, କାରଖାନା ଘେରିଲେ

ଯୋଡ଼ା, ୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତବାସୀ ୭ ଦଫା ଦାବି କରି ସୋମବାର ଶାରଦା ଖଣି ଓ ଜିନ୍ଦଲ କାରଖାନାକୁ ଘେରିଛନ୍ତି। ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ପଞ୍ଚାୟତର ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏକ ଶୋଭାଯାତ୍ରାରେ ବାହାରି ଉଭୟ ଖଣି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଦାବି କରି ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏକ ବିରାଟ ପଟୁଆରରେ ଆଦିବାସୀମାନେ ପରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଖଣି ଓ କାରଖାନା କାର୍ଯ୍ୟାଳୟକୁ ଯାଇଥିଲେ। ଅତୀତରେ ଖଣି ଏବଂ ଶିଳ୍ପ ଆରମ୍ଭ ହେବା ବେଳକୁ ଅଞ୍ଚଳବାସୀଙ୍କୁ ନିଯୁକ୍ତି, ପରିବହନ, ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଖିଲାପ କରିଥିବାରୁ ଅଞ୍ଚଳବାସୀ ବାରମ୍ବାର ଖଣି ଓ ଶିଳ୍ପ କାରଖାନାର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ା ମାତ୍ର ଖଣି ଓ କାରଖାନା କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ କରିଥିବା ବିଭିନ୍ନ ଦାବି ଗୁଡିକର ଯଥାଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଧାରଣା ଓ ଆନ୍ଦୋଳନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ପୂର୍ବତନ ଯୋଡା ବ୍ଲକ ଅଧ୍ୟକ୍ଷ ସୁବାଷ ନାଏକ, ପୂର୍ବତନ ଯୋଡା ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର କୁମାର ବେହେରା କହିଛନ୍ତି। ଏହି ରାଲିରେ ଗ୍ରାମର ଗୁରୁଚରଣ ମହାନ୍ତ, ଶିବ ଚରଣ ମହାନ୍ତ, ବିର୍ସି ମୁଣ୍ଡା, ଅଶାଢୁ ନାଏକ, ରତ୍ନା ଦାମୁ, ଲକ୍ଷ୍ମଣ ବାରିକ ପ୍ରମୁଖଙ୍କ ସହିତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ କୁଶପୁତ୍ତଳିକା ଦାହ

ବୁଗୁଡ଼ା,୧୪ା୭(ଡି.ଏନ୍‌.ଏ.): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ମୁଖପାତ୍ର ଦେଇଥିବା ଅଶାଳୀନ ଓ ଅପମାନ ସୂଚକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରି ଗୁରୁବାର...

ବୁଦୁଲିପଦର ଘାଟିରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବାଲିଗୁଡା,୧୮।୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ରବିବାର ପୋଲିସ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ତୁମୁଡ଼ିବନ୍ଧର...

ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ...

ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ, ବଦଳିଲେ ୩ ଶିକ୍ଷକ

ବାଲିଗୁଡା,୫ା୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ପାଠ ପଢିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି। ବିଭାଗୀୟ ତଦନ୍ତ...

ସାରଳା ଦାସଙ୍କ ମହାଭାରତ ବାସ୍ତବିକ ଅନନ୍ୟ: ଉପରାଷ୍ଟ୍ରପତି

କଟକ ଅଫିସ,୩।୪: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ଭାଷାର ଜନକ। ପଞ୍ଚଦଶ ଶତାବ୍ଦୀରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ...

ତତ୍କାଳୀନ ମହାକାଳପଡ଼ା ଆଇଆଇସିଙ୍କୁ ମିଳିଲା ଜାମିନ

କଟକ ଅଫିସ, ୩ା୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ...

ଫନୀ ଘରଭଙ୍ଗା ସହାୟତା ସାନି ତଦନ୍ତ ଭୟ

ବ୍ରହ୍ମଗିରି,୨୩ା୧୧(ଡି.ଏନ୍‌.ଏ.): ଫନୀରେ ବ୍ରହ୍ମଗିରି ବ୍ଲକରେ ବିଶେଷ କ୍ଷୟ କ୍ଷତି ହୋଇଥିଲା। ଏଥିରେ ବ୍ରହ୍ମଗିରି ବ୍ଲକରେ ଅନେକ ଘରଦ୍ୱାର ଭାଙ୍ଗିଯାଇଥିଲା ଏନେଇ ମୁଖ୍ୟମନ୍ତ୍ରୀ ଘରଭଙ୍ଗା ସହାୟତା ଘୋଷଣା...

ଆଣ୍ଟିଜେନ କିଟ୍‌ ଅଭାବରୁ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୮।୮: ସରକାର କହୁଛନ୍ତି ଟେଷ୍ଟ ସଂଖ୍ୟା ବଢିଲେ ପଜିଟିଭ ସଂଖ୍ୟା ବଢିବ। ତେବେ ଯାଇ ଶୀଘ୍ର କରୋନାକୁ ମାତ୍‌ ଦେଇହେବ। କିନ୍ତୁ କଟକରେ ଏହି...

Advertisement
Archives

Model This Week