୭ ଖଣି ନିଲାମ ପାଇଁ ବିଜ୍ଞପ୍ତି: ଖଣି ହାତେଇବାକୁ ଦୌଡ଼

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ୭ଟି ଖଣିର ନିଲାମୀ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରେ ୪ଟି ଚୂନ ପଥର ଖଣି. ୨ଟି କ୍ରୋମାଇଟ୍‌ ଏବଂ ଗୋଟିଏ ଗ୍ରାଫାଇଟ୍‌ ଖଣି ରହିଛି। ସବୁ ଖଣିକୁ ଇ-ଅକ୍ସନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ନିଲାମୀ ହେବାକୁ ଥିବା ଚୂନ ପଥର ଖଣିଗୁଡିକ ହେଉଛି ପିପଲମୁଣ୍ଡା, ଖାଟ୍‌କୁରବାହାଲ(ଉତ୍ତର), ଗାରାମୁରା, ବେହେରା ବାଞ୍ଜିପାଲି, ସରୁଆବିଲ ଏବଂ କମର୍ଦ୍ଦା କ୍ରୋମାଇଟ୍‌ ଖଣି ନିଲାମୀ ପାଇଁ ମଧ୍ୟ ଆହ୍ବାନ ଦିଆଯାଇଛି। ଅନୁରୂପଭାବେ ଗ୍ରାଫାଇଟ୍‌ ଗଚ୍ଛିତ ଥିବା ଜଗଦଲପୁର ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏସବୁ ଖଣି ହାତେଇବା ଲାଗି ପ୍ରଭାବଶାଳୀ ସଂସ୍ଥାର ଦୌଡ଼ ଆରମ୍ଭ ହୋଇଯାଇଛି।
ଚୂନ ପଥର ଥିବା ଖାଟ୍‌କୁରବାହାଲ ବ୍ଲକ(ଉତ୍ତର) ଏବଂ କ୍ରୋମାଇଟ୍‌ ଥିବା ସରୁଆବିଲ୍‌ ବ୍ଲକ ଖଣି ପାଇଁ ଟେଣ୍ଡର ପେପର ମୂଲ୍ୟ ୫ ଲକ୍ଷ ଟଙ୍କା ଲେଖାଏ ରଖାଯାଇଛି। ଅନ୍ୟ ୫ଟି ବ୍ଲକ ପାଇଁ ଟେଣ୍ଡର ପେପର ମୂଲ୍ୟ ଏକ ଲକ୍ଷ ଟଙ୍କା ଲେଖାଏ ରହିଛି। ଖଣି ପାଇଁ ଆର୍ଥିକ ନିଲାମୀ ଆହ୍ବାନ(ବିଡ୍‌ )ଡିଜିଟାଲ ମାଧ୍ୟମରେ ଗ୍ରହଣ କରାଯିବ। ଅପରପକ୍ଷରେ ବୈଷୟିକ ନିଲାମୀ ଆହ୍ବାନ ପାଇଁ ଉଭୟ ଡିଜିଟାଲ ଏବଂ ହାର୍ଡକପି ଫର୍ମାଟରେ ଯୋଗ୍ୟ ଲିଜ୍‌ଧାରୀଙ୍କଠାରୁ ଟେଣ୍ଡର ଗ୍ରହଣ କରାଯିବ। ବିଜ୍ଞପ୍ତି ପ୍ରକାଶଠାରୁ ଟେଣ୍ଡର ପେପର କ୍ରୟ କରାଯାଇପାରିବ, ଏଥିପାଇଁ ୧୧ ସେପ୍ଟେମ୍ବରକୁ ଶେଷ ତାରିଖ ରଖାଯାଇଛି। ସେହିପରି ଆସନ୍ତା ସେପ୍ଚେମ୍ବର ୨୦ ଅପରାହ୍ନ ୫ଟା ମଧ୍ୟରେ ନିଲାମୀ ଆହ୍ବାନର ଶେଷ ଦିନ ଧାର୍ଯ୍ୟ କରାଯାଇଛି। କେବଳ ଏହି ୭ଟି ଖଣି ନୁହେଁ, ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆହୁରି ୩୩ଟି ଖଣିର ଲିଜ୍‌ ଅବଧି ସରିବ। ଏହା ପୂର୍ବରୁ ଏହାର ପୁନର୍ବାର ଲିଜ୍‌ ପାଇଁ ଟେଣ୍ଡର ଆହ୍ବାନ କରାଯିବ। କର୍ମଦ୍ଦା କ୍ରୋମାଇଟ୍‌ ଖଣିି ବି.ସି ମହାନ୍ତି ଏଣ୍ଡ ସନ୍ସ(ପ୍ରା) ଲିଃ, ସରୁଆବିଲ୍‌ ଖଣି ମିଶ୍ରି ଲାଲ ମାଇନ୍ସ(ପ୍ରା) ଲିଃ ହାତରେ ରହିଥିବା ଜଣାପଡିଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦୁଇ ଦଶନ୍ଧି ଧରି ରାଜ୍ୟର ଖଣି ସାମ୍ରାଜ୍ୟରେ ପ୍ରଭାବ ବିସ୍ତାର କରିଥିବା ଏକ ସଂସ୍ଥା ସଂଖ୍ୟାଧିକ ଖଣି ହାତେଇବା ପାଇଁ ଲବିକୁ ଜୋରଦାର କରିଛି। ଏଥିପାଇଁ ଆବଶ୍ୟକ ଥିବା ରାଜନୈତିକ ଏବଂ ପ୍ରଶାସନିକ ଲବିକୁ ମଜବୁତ୍‌ କରିଛି। ଖଣି ହାତେଇବାକୁ ଚାହଁୁଥିବା ଏହି ସଂସ୍ଥା କେନ୍ଦ୍ର-ରାଜ୍ୟସ୍ତରରେ ଯେପରି କୌଣସି ପ୍ରଶାସନିକ ବାଧା ନ ଉପୁଜେ, ସେଥିପାଇଁ ସବୁ ଉଦ୍ୟମ କରିସାରିଥିବା ଆଲୋଚନା ହେଉଛି। ଅନ୍ୟ ଏକ କମ୍ପାନୀ ମଧ୍ୟ ଗ୍ରାଫାଇଟ୍‌ ଖଣିକୁ ହାତେଇବା ପାଇଁ ଚାହୁଁଛି। ଏଥିପାଇଁ ରାଜ୍ୟ ପ୍ରଶାସନିକସ୍ତରକୁ ଖୁସି କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଖଣିଜ ସମ୍ପଦରେ ସମୃଦ୍ଧ ଥିବା ଓଡ଼ିଶାରେ ଖଣି ଦୁର୍ନୀତିକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚାର କାରଣ ହୋଇଛି। ଦୁଇବର୍ଷ ତଳେ ବେଆଇନ ଖଣି ଖନନ କାରଣରୁ ସ୍ଥାନୀୟ ଖଣି ମାଲିକଙ୍କ ଉପରେ ସୁପ୍ରିମକୋର୍ଟ ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ପାଇଁ ଧାର୍ଯ୍ୟ ଜରିମାନା ପରିମାଣ ସମ୍ପୂର୍ଣ୍ଣ ଆଦାୟ ହୋଇ ନ ଥିବା ଜଣାପଡିଛି। ଯଦି ଗୁଜରାଟ, ତାମିଲନାଡୁର ଖଣି ମାଲିକମାନେ ଟେଣ୍ଡର ହାସଲରେ ସଫଳ ହୁଅନ୍ତି, ତେବେ ସେମାନେ ଯେ ବେଆଇନ ଖନନ ନ କରିବେ, ସେ କଥାର କୌଣସି ଗ୍ୟାରେଣ୍ଟି ନାହିଁ। ଏଥିରୁ ସ୍ପଷ୍ଟ ଯେ, ଖଣି କମ୍ପାନୀଗୁଡିକ ରାଜ୍ୟ ଏବଂ କେନ୍ଦ୍ର ପ୍ରଶାସନର ସହାୟତାରେ ସର୍ବୋଚ୍ଚ ମୁନାଫା ଅର୍ଜନ କରିବେ। ଏଥିସହିତ ରାଜ୍ୟରେ ଗଚ୍ଛିତ ଥିବା ଖଣିଜ ସମ୍ପଦକୁ ଲୁଟ୍‌ କରିବେ। ପରେ ଅବଶ୍ୟ କିଛିଟା ହୋହାଲ୍ଲା ହେବାପରେ ତଦନ୍ତ ହେବ, ଜରିମାନା ଧାର୍ଯ୍ୟ ହେବ। ଖଣି ମାଲିକମାନେ ଆଇନର ଗଳାବାଟ ଦେଇ ଧାର୍ଯ୍ୟ ଜରିମାନା ହ୍ରାସ ମଧ୍ୟ କରିପାରନ୍ତି। ହେଲେ ସେତେବେଳକୁ ଓଡ଼ିଶାର ସମ୍ପଦ ଚୋରି ହୋଇଯାଇଥିବ। ଟେଣ୍ଡର ଆହ୍ବାନ କରାଯାଇଥିବା ଏହି ୭ଟି ଖଣିରେ ୨୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରାୟ ୧୨୦ ମିଲିୟନ ଟନର ସମ୍ପଦ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri