୭ ଖଣି ନିଲାମ ପାଇଁ ବିଜ୍ଞପ୍ତି: ଖଣି ହାତେଇବାକୁ ଦୌଡ଼

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ୭ଟି ଖଣିର ନିଲାମୀ ପାଇଁ ବୁଧବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରେ ୪ଟି ଚୂନ ପଥର ଖଣି. ୨ଟି କ୍ରୋମାଇଟ୍‌ ଏବଂ ଗୋଟିଏ ଗ୍ରାଫାଇଟ୍‌ ଖଣି ରହିଛି। ସବୁ ଖଣିକୁ ଇ-ଅକ୍ସନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ନିଲାମୀ ହେବାକୁ ଥିବା ଚୂନ ପଥର ଖଣିଗୁଡିକ ହେଉଛି ପିପଲମୁଣ୍ଡା, ଖାଟ୍‌କୁରବାହାଲ(ଉତ୍ତର), ଗାରାମୁରା, ବେହେରା ବାଞ୍ଜିପାଲି, ସରୁଆବିଲ ଏବଂ କମର୍ଦ୍ଦା କ୍ରୋମାଇଟ୍‌ ଖଣି ନିଲାମୀ ପାଇଁ ମଧ୍ୟ ଆହ୍ବାନ ଦିଆଯାଇଛି। ଅନୁରୂପଭାବେ ଗ୍ରାଫାଇଟ୍‌ ଗଚ୍ଛିତ ଥିବା ଜଗଦଲପୁର ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏସବୁ ଖଣି ହାତେଇବା ଲାଗି ପ୍ରଭାବଶାଳୀ ସଂସ୍ଥାର ଦୌଡ଼ ଆରମ୍ଭ ହୋଇଯାଇଛି।
ଚୂନ ପଥର ଥିବା ଖାଟ୍‌କୁରବାହାଲ ବ୍ଲକ(ଉତ୍ତର) ଏବଂ କ୍ରୋମାଇଟ୍‌ ଥିବା ସରୁଆବିଲ୍‌ ବ୍ଲକ ଖଣି ପାଇଁ ଟେଣ୍ଡର ପେପର ମୂଲ୍ୟ ୫ ଲକ୍ଷ ଟଙ୍କା ଲେଖାଏ ରଖାଯାଇଛି। ଅନ୍ୟ ୫ଟି ବ୍ଲକ ପାଇଁ ଟେଣ୍ଡର ପେପର ମୂଲ୍ୟ ଏକ ଲକ୍ଷ ଟଙ୍କା ଲେଖାଏ ରହିଛି। ଖଣି ପାଇଁ ଆର୍ଥିକ ନିଲାମୀ ଆହ୍ବାନ(ବିଡ୍‌ )ଡିଜିଟାଲ ମାଧ୍ୟମରେ ଗ୍ରହଣ କରାଯିବ। ଅପରପକ୍ଷରେ ବୈଷୟିକ ନିଲାମୀ ଆହ୍ବାନ ପାଇଁ ଉଭୟ ଡିଜିଟାଲ ଏବଂ ହାର୍ଡକପି ଫର୍ମାଟରେ ଯୋଗ୍ୟ ଲିଜ୍‌ଧାରୀଙ୍କଠାରୁ ଟେଣ୍ଡର ଗ୍ରହଣ କରାଯିବ। ବିଜ୍ଞପ୍ତି ପ୍ରକାଶଠାରୁ ଟେଣ୍ଡର ପେପର କ୍ରୟ କରାଯାଇପାରିବ, ଏଥିପାଇଁ ୧୧ ସେପ୍ଟେମ୍ବରକୁ ଶେଷ ତାରିଖ ରଖାଯାଇଛି। ସେହିପରି ଆସନ୍ତା ସେପ୍ଚେମ୍ବର ୨୦ ଅପରାହ୍ନ ୫ଟା ମଧ୍ୟରେ ନିଲାମୀ ଆହ୍ବାନର ଶେଷ ଦିନ ଧାର୍ଯ୍ୟ କରାଯାଇଛି। କେବଳ ଏହି ୭ଟି ଖଣି ନୁହେଁ, ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆହୁରି ୩୩ଟି ଖଣିର ଲିଜ୍‌ ଅବଧି ସରିବ। ଏହା ପୂର୍ବରୁ ଏହାର ପୁନର୍ବାର ଲିଜ୍‌ ପାଇଁ ଟେଣ୍ଡର ଆହ୍ବାନ କରାଯିବ। କର୍ମଦ୍ଦା କ୍ରୋମାଇଟ୍‌ ଖଣିି ବି.ସି ମହାନ୍ତି ଏଣ୍ଡ ସନ୍ସ(ପ୍ରା) ଲିଃ, ସରୁଆବିଲ୍‌ ଖଣି ମିଶ୍ରି ଲାଲ ମାଇନ୍ସ(ପ୍ରା) ଲିଃ ହାତରେ ରହିଥିବା ଜଣାପଡିଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦୁଇ ଦଶନ୍ଧି ଧରି ରାଜ୍ୟର ଖଣି ସାମ୍ରାଜ୍ୟରେ ପ୍ରଭାବ ବିସ୍ତାର କରିଥିବା ଏକ ସଂସ୍ଥା ସଂଖ୍ୟାଧିକ ଖଣି ହାତେଇବା ପାଇଁ ଲବିକୁ ଜୋରଦାର କରିଛି। ଏଥିପାଇଁ ଆବଶ୍ୟକ ଥିବା ରାଜନୈତିକ ଏବଂ ପ୍ରଶାସନିକ ଲବିକୁ ମଜବୁତ୍‌ କରିଛି। ଖଣି ହାତେଇବାକୁ ଚାହଁୁଥିବା ଏହି ସଂସ୍ଥା କେନ୍ଦ୍ର-ରାଜ୍ୟସ୍ତରରେ ଯେପରି କୌଣସି ପ୍ରଶାସନିକ ବାଧା ନ ଉପୁଜେ, ସେଥିପାଇଁ ସବୁ ଉଦ୍ୟମ କରିସାରିଥିବା ଆଲୋଚନା ହେଉଛି। ଅନ୍ୟ ଏକ କମ୍ପାନୀ ମଧ୍ୟ ଗ୍ରାଫାଇଟ୍‌ ଖଣିକୁ ହାତେଇବା ପାଇଁ ଚାହୁଁଛି। ଏଥିପାଇଁ ରାଜ୍ୟ ପ୍ରଶାସନିକସ୍ତରକୁ ଖୁସି କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଖଣିଜ ସମ୍ପଦରେ ସମୃଦ୍ଧ ଥିବା ଓଡ଼ିଶାରେ ଖଣି ଦୁର୍ନୀତିକୁ ନେଇ ଜାତୀୟସ୍ତରରେ ଚର୍ଚ୍ଚାର କାରଣ ହୋଇଛି। ଦୁଇବର୍ଷ ତଳେ ବେଆଇନ ଖଣି ଖନନ କାରଣରୁ ସ୍ଥାନୀୟ ଖଣି ମାଲିକଙ୍କ ଉପରେ ସୁପ୍ରିମକୋର୍ଟ ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ପାଇଁ ଧାର୍ଯ୍ୟ ଜରିମାନା ପରିମାଣ ସମ୍ପୂର୍ଣ୍ଣ ଆଦାୟ ହୋଇ ନ ଥିବା ଜଣାପଡିଛି। ଯଦି ଗୁଜରାଟ, ତାମିଲନାଡୁର ଖଣି ମାଲିକମାନେ ଟେଣ୍ଡର ହାସଲରେ ସଫଳ ହୁଅନ୍ତି, ତେବେ ସେମାନେ ଯେ ବେଆଇନ ଖନନ ନ କରିବେ, ସେ କଥାର କୌଣସି ଗ୍ୟାରେଣ୍ଟି ନାହିଁ। ଏଥିରୁ ସ୍ପଷ୍ଟ ଯେ, ଖଣି କମ୍ପାନୀଗୁଡିକ ରାଜ୍ୟ ଏବଂ କେନ୍ଦ୍ର ପ୍ରଶାସନର ସହାୟତାରେ ସର୍ବୋଚ୍ଚ ମୁନାଫା ଅର୍ଜନ କରିବେ। ଏଥିସହିତ ରାଜ୍ୟରେ ଗଚ୍ଛିତ ଥିବା ଖଣିଜ ସମ୍ପଦକୁ ଲୁଟ୍‌ କରିବେ। ପରେ ଅବଶ୍ୟ କିଛିଟା ହୋହାଲ୍ଲା ହେବାପରେ ତଦନ୍ତ ହେବ, ଜରିମାନା ଧାର୍ଯ୍ୟ ହେବ। ଖଣି ମାଲିକମାନେ ଆଇନର ଗଳାବାଟ ଦେଇ ଧାର୍ଯ୍ୟ ଜରିମାନା ହ୍ରାସ ମଧ୍ୟ କରିପାରନ୍ତି। ହେଲେ ସେତେବେଳକୁ ଓଡ଼ିଶାର ସମ୍ପଦ ଚୋରି ହୋଇଯାଇଥିବ। ଟେଣ୍ଡର ଆହ୍ବାନ କରାଯାଇଥିବା ଏହି ୭ଟି ଖଣିରେ ୨୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରାୟ ୧୨୦ ମିଲିୟନ ଟନର ସମ୍ପଦ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri