୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ  ଶୀର୍ଷରେ ପହଞ୍ଚିବ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି। ପ୍ରାୟତଃ ନଭେମ୍ବର ବେଳକୁ ଏହି ସମୟ ଆସିବ ବୋଲି ଆଇସିଏମ୍‌ଆର୍‌ କହିଛି। ଏହି ସମୟରେ ଦେଶରେ ଅଧିକ ଆଇସୋଲେଶନ ସେଣ୍ଟର, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର ଆଦିର ଆବଶ୍ୟକତା ପଡ଼ିବ। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ତେଣୁ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ସମୟ ୮ ସପ୍ତାହ ପଛେଇ ଯାଇଛି। ତେବେ ସାମାଜିକ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବାର ସମୟ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯ରୁ ୯୭ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଛି। ଲକ୍‌ ଡାଉନ୍‌ ସମୟରେ ମଧ୍ୟରେ ସରକାର ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଡ଼ କରିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇପାରିଛନ୍ତି। ଲକ୍‌ଡାଉନ୍‌ ପରେ ସାର୍ବଜନୀକ ସୁବିଧା ସୁଯୋଗ ୬୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇପାରିଛି। ଅବଶିଷ୍ଟ ସ୍ବାସ୍ଥ୍ୟ ସୁବିଧା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯୋଗାଇବା ସମ୍ଭବ ହୋଇପାରିବାର ଆଶା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୟାନ ହଟାଇବାକୁ ଭାଜପାର ଚକ୍ରାନ୍ତ: ଗେହଲଟ୍‌

ନୂଆଦିଲ୍ଲୀ, ୪ା୫: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଳଖାଇବାରେ କେନ୍ଦ୍ର ସରକାର...

ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଅଡୁଆରେ ଅଭିନେତ୍ରୀ

ମୁମ୍ବାଇ,୧୬।୫: ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେଙ୍କୁ ମହଙ୍ଗା ପଡିଛି। ଅଭିଯୋଗକକୁ ଭିତ୍ତି...

ନୁପୁରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

କୋଲକତା,୨୦।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ଭାଜପା ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ...

ବିହାରରେ ୧୨ ରାଲି କରିବେ ମୋଦି

ପାଟନା,୧୬ ।୧୦: ବିହାର ବିଧାନସଭା ପାଇଁ ତାରିଖ ଘୋଷଣା ଚାଲିଥିବା ବେଳେ ଏବେ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ...

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ...

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌

କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍‌ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ...

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଗିରଫ, ସରକାରୀ ସହାୟତା ମନା

ଭୁବନେଶ୍ୱର,୩।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବେ ଚିନ୍ତା ବଢ଼ାଇଲେଣି ପ୍ରବାସୀ ଓଡ଼ିଆ। ବିଭିନ୍ନ ରାଜ୍ୟରେ ଫସି ରହିଥିବା...

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week