୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ: ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ଉତ୍କଳ ମଣ୍ଡପରେ ୭ମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୮ ଅନୁଷ୍ଠିତ ହୋଇଯାଇଛି। ‘ପେନ୍‌ସନ’ ଓ ‘ପାଇକ ବିଦ୍ରୋହ’କୁ ‘ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ଭାବେ ପୁରସ୍କୃତ କରାଯାଇଛି। ‘ପେନ୍‌ସନ’ ପାଇଁ ପ୍ରଯୋଜକ ମାଥ୍ୟୁଜେନି ଜୋସେଫ୍‌ ଓ ଶିଲାକ୍ରିଷ୍ଣା ଶୁକ୍ଳା ଏବଂ ‘ପାଇକ ବିଦ୍ରୋହ’ର ନିର୍ଦ୍ଦେଶକ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ସମ୍ମାନିତ ହୋଇଛନ୍ତି। ସେହିପରି ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ’କୁ ‘ଶ୍ରେଷ୍ଠ ଟେଲି ଧାରାବାହିକ’ ଓ ଏହି ଧାରାବାହିକର ହରିଶ୍‌ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ସମ୍ମାନିତ କରାଯାଇଛି। ‘ପେନ୍‌ସନ’ ପାଇଁ ଜୟନ୍ତ ସାନ୍ତ୍ରାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ରହିଛି ରହିବି ତୋରି ପାଇଁ’ର ସୋଫିଆ ସିକନ୍ଦର ଆଲାମ ଓ ‘କମଲି’ର ସୋନାଲି ନାୟକଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି। ଟେଲି ଧାରାବାହିକ ‘କମଲି’ର ମହମ୍ମଦ ବବଲୁଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଅଭିନେତା’, ‘ରହିଛି ରହିବି ତୋରି ପାଇଁ’ର ପ୍ରିୟଙ୍କା ମହାପାତ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଅଭିନେତ୍ରୀ’, ‘ରୁପା ଜହ୍ନ’ର ଗୋପାଳ ଶର୍ମାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଖଳନାୟକ’ ଓ ‘ତୋ ପାଇଁ ମୁଁ’ର ନିର୍ଝରିଣୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ-ଖଳନାୟିକା’, କିଶୋର ରଥଙ୍କୁ ‘ଶ୍ରେଷ୍ଠ କମେଡିଆନ୍‌’, ସାଇସ୍ବରୂପ ମିଶ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ପେନ୍‌ସନ’ର ବିଶାଲ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ କାହାଣୀ’, ‘ରୁପା ଜହ୍ନ’ ପାଇଁ ପ୍ରସନ୍ନ କରଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ଆତ୍ମାନନ୍ଦ ନାୟକଙ୍କୁ ‘ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ’, ‘ପାଇକ ବିଦ୍ରୋହ’ ପାଇଁ ଆର୍ଚିତ୍‌ ଡି ରସ୍ତୋଗୀଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତାପ ରାଉତଙ୍କୁ ‘ପାଇକ ବିଦ୍ରୋହ’ ପାଇଁ ‘ଶ୍ରେଷ୍ଠ ଫଟୋଗ୍ରାଫର୍‌’, ସରୋଜ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ସାଉଣ୍ଡ୍‌ ରେକର୍ଡିଷ୍ଟ୍‌’ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଟେଲି ଧାରାବାହିକ ‘ପାଇକ ବିଦ୍ରୋହ’ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ‘ସ୍ବତନ୍ତ୍ର ଜୁରି ଆୱାର୍ଡ’, ଓଡ଼ିଶାର ଆଦିବାସୀ ଭାଷାରେ ନିର୍ମିତ ‘କମଲି’ର ଚିନ୍ତାମଣି ବେହେରାଙ୍କୁ ‘ଶ୍ରେଷ୍ଠ ଟେଲି ଫିଲ୍ମ’ ଏବଂ ‘ଗାନ୍ଧୀ ଆସୁଛନ୍ତି’ ପାଇଁ ସୁନୀଲ କୁମାର ଦାସ ‘ଶ୍ରେଷ୍ଠ ଶିକ୍ଷା ଭିିତ୍ତିକ ଶିଶୁ ଟେଲି ଫିଲ୍ମ’ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ, ଓଡ଼ିଶା ସଙ୍ଗୀତ ଏକାଡେମୀ ସଚିବ ବିଜୟ କୁମାର ଜେନା, ଡା. ଶୈଳେଶ୍ୱର ନନ୍ଦ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ଟେଲି ପୁରସ୍କାର ଜୁରି ଅଧ୍ୟକ୍ଷ ଡା. ଶୈଳେଶ୍ୱର ନନ୍ଦ, ସଦସ୍ୟ ଗବେଷକ ମନ୍ମଥ ଶତପଥୀ, ନୃତ୍ୟବିଦୂଷୀ ଡ. ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ଗୀତା ଦାସ, ସୁବାସ ଦାସ ଓ ସିନେ ସାମ୍ବାଦିକ ଅଶୋକ ପାଲିତ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri