୭ନମ୍ବର ୱାର୍ଡରେ ସରକାରୀ ଡ୍ରେନ ଅବରୋଧ: ଦୁର୍ଦ୍ଦଶା ଭୋଗୁଛନ୍ତି ଆମ୍ବେଦକର କଲୋନୀବାସୀ

ଯାଜପୁର ଅଫିସ,୧୬ା୧୦- ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ଆଜି ବି ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରି ନାହିଁ। ବ୍ୟାସନନଗର ପୌରାଞ୍ଚଳର ୭ ନମ୍ବର ୱାର୍ଡ ଆମ୍ବେଦକର କଲୋନୀ (ରାମଦାସ କଲୋନୀ)ର ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡ୍ରେନକୁ ଏହାର ଉଦାହରଣ ଭାବେ ନିଆଯାଇ ପାରେ। ଏହି ଡ୍ରେନକୁ ଜଣେ ଲୋକ ପୋତି ଦେଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ବ୍ୟାସନଗର ପୈାରାଧିକାରୀ, ଯାଜପୁରରୋଡ ପୋଲିସ, ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ଅବରୋଧ ହଟାଇବା ବଦଳରେ ନୀରବ ଦ୍ରଷ୍ଟା ସାଜିଛି।
ଡ୍ରେନେଜ ଓ ପରିମଳ କ୍ଷେତ୍ରରେ ଅବହେଳା ଯୋଗୁ ବ୍ୟାସନଗର ସହରବାସୀ ଦୀର୍ଘଦିନ ହେଲା ସମସ୍ୟାରେ ରୁନ୍ଧି ହେଉଛନ୍ତି। ବ୍ୟାସନଗର ମ୍ୟୁନିସିପାଲଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ଗଣ୍ଡନାଳା ଜଳ ବିଷାକ୍ତ ହେଉଛି। ସହରର ଡ୍ରେନେଜ ବ୍ୟବସ୍ଥାରେ ବର୍ହିଗମନ ପଥ ନ ଥିବାରୁ ପ୍ରାୟ ୭୦ ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ବିଲବାଡି, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ସହରକୁ ପ୍ରକୃତିଦତ୍ତ ପୌରାଣିକ ବ୍ୟାସସରୋବର ସମେତ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ ମାଡ଼ି ଆସିିଛି। ଏହା ସହିତ ଗଣ୍ଡନାଳା ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଥିବାରୁ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ନଦୀକୂଳିଆ ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲଟି ଅପରାଧୀ ସାଜିଛି। ସଂପ୍ରତି ସହରର ୭ ନମ୍ବର ୱାର୍ଡର ଧବଳଗିରିସି୍ଥତ ଅକ୍ଟ୍ରାଇଗେଟ-ପାଇକିରାପୁର ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡ୍ରେନକୁ ମୋରମ ପକାଇ ଅବରୋଧ କରାଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଏନେଇ କଲୋନୀର ମୁଖ୍ୟ ରାସ୍ତା ଉପରେ ୨ଫୁଟରୁ ଊର୍ଦ୍ଧ୍ୱ ବର୍ଜ୍ୟପାଣି ଜମୁଛି। ଗତବର୍ଷ ଉନ୍ନତି ଯୋଜନାରେ ଲାକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାଟିରେ କଂକ୍ରିଟ ଛାଡି ଖାଲଖମା ସୃଷ୍ଟି ହେଉଛି। ଡ୍ରେନ ଅବରୋଧ ଯୋଗୁ କଲୋନୀବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଦୀର୍ଘବର୍ଷ ହେଲା ଏହି ଡ୍ରେନରେ ବର୍ଷାଜଳ ନିଷ୍କାସନ ହେଉଥିଲା। କିନ୍ତୁ ଅବରୋଧ ଯୋଗୁ ପାଣି ମୁଖ୍ୟ ରାସ୍ତା ଉପରେ ଜମି ଦୁର୍ଗନ୍ଧ ବାହାରୁଛି। ସୋମବାର ମାନସ କୁମାର ରାଉତ, ଗଦାଧର ବେହେରା, ଗଣେଶ ଚନ୍ଦ୍ର ଧୀର, କଳ୍ପନା ରାଉତ ପ୍ରମୁଖ କଲୋନୀବାସୀ ୫ମ ଥର ପାଇଁ ଅବରୋଧ ହଟାଇବାକୁ ପୌର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଦିନେଦୁଇ ଦିନ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri