୬ ମାସ ହେଲା ଡାକ୍ତରଖାନାରେ ସାମୁଏଲ

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରାଡୁବୁରୀ ଗ୍ରାମର ମା’ ଉପାସୀ ଓ ବାପା ଜିତେସିଂ ସୁନାଙ୍କ ଏକମାତ୍ର ପୁଅ ସାମୁଏଲ । ଛତିଶଗଡ଼ ରାଜ୍ୟ ରାୟପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତେବେ ଦୁର୍ଭାଗ୍ୟବଶତଃ ଗତବର୍ଷ ନଭେମ୍ବର ୨୩ତାରିଖ ଏକ ବାଇକ୍‌ ଯୋଗେ ସ୍କୁଲରୁ ଫେରୁଥିବାବେଳେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେହିଦିନଠାରୁ ଡାକ୍ତରଖାନାରେ ସେ ଶଯ୍ୟାଶାୟୀ ଏବଂ ସଂଜ୍ଞାହୀନ ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ସାମୁଏଲ। ଦୀର୍ଘ ୬ମାସ ହେଲା ସାମୁଏଲଙ୍କ ଏଭଳି ଅବସ୍ଥାରେ ଡାକ୍ତରଖାନାରେ ରହିଥିବା ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ସାମୁଏଲଙ୍କ ପରିବାର ଲୋକେ। ହାତରେ ଯାହା ଟଙ୍କା, ପଇସା ଥିଲା, ସବୁତକ ସରି ଗଲାଣି । ସେହିପରି ପୁଅର ଚିକିତ୍ସା ପାଇଁ ସାମୁଏଲଙ୍କ ବାପା ନିଜ ଜମିବାଡ଼ି ମଧ୍ୟ ବିକି ଦେଇଛନ୍ତି । ବାରମ୍ବାର ନେହୁରା ସତ୍ତ୍ବେ ଜିଲା ରେଡ଼କ୍ରସ ପାଣ୍ଠିରୁ ସାମୁଏଲଙ୍କ ପରିବାର ଲୋକଙ୍କୁ ୩ଟି ପର୍ଯ୍ୟାୟରେ ୩୦ହଜାର ଟଙ୍କା ମିଳିଥିଲା । ବରଗଡ଼ ଏମପି ସୁରେଶ ପୂଜାରୀ ମଧ୍ୟ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ୍‌(ଓଏସଟିଏଫ) ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ କେତେକ ସହୃଦୟ ଲୋକେ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ । ମାତ୍ର ସାମୁଏଲଙ୍କ ଚିକିତ୍ସାରେ ଏ ପର୍ଯ୍ୟନ୍ତ ପାଖାପାଖି ୨୦ଲକ୍ଷ ଟଙ୍କା ସରି ଗଲାଣି। ଅନ୍ୟପଟେ ସାମୁଏଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ହେଁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି । ମାତ୍ର ତାହା କେଉଁଠୁ ଯୋଗାଡ଼ କରିବେ ସେ ନେଇ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି । ସରକାର କିମ୍ବା କୌଣସି ସହୃଦୟ ଲୋକେ ସାମୁଏଲଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ, ସେ ଭଲ ହୋଇ ଯିବ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି ।
ପ୍ରଥମେ ରାୟପୁରର ଆରୋଗ୍ୟ ହସପିଟାଲରେ ସାମୁଏଲ ଚିକିତ୍ସାଧୀନ ରହିଥିଲେ । ସେଠାରେ ପାଖାପାଖି ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ସେଠାରେ ଓଏସଟିଫ୍‌ ସହାୟତା ବ୍ୟବସ୍ଥା ନ ଥିବା ଯୋଗୁ ସାମାଜିକ କର୍ମୀ ଦିବସଙ୍କ ପ୍ରୟାସକ୍ରମେ ତାଙ୍କୁ ପରେ ସେଠାକାର ରାମକ୍ରିଷ୍ଣା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଓଡ଼ିଶା ସରକାର ମଞ୍ଜୁର କରିଥିଲେ। ତେବେ ଶୁକ୍ରବାର ସୁଦ୍ଧା ଚିକିତ୍ସା ଖର୍ଚ୍ଚ, ଔଷଧ ବାବଦକୁ ସେହି ସହାୟତା ରାଶିରୁ ୪ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇସାରଛି । ଅନ୍ୟପଟେ ଡାକ୍ତରଖାନାରେ ଆହୁରି ଅଧିକ ଦିନର ଚିକିତ୍ସା ଦରକାର ପଡ଼ୁଥିବା ଯୋଗୁ ଚିକିତ୍ସା ଖର୍ଚ୍ଚ ପାଇଁ ସାମୁଏଲଙ୍କ ପରିବାର ଲୋକଙ୍କୁ ପୁଣି ଅର୍ଥ ଚିନ୍ତା ଘାରିଛି । ସାମୁଏଲଙ୍କ ମା ଜଣେ ଅଙ୍ଗନୱାଡ଼ି କର୍ମୀ ହୋଇ ଥିବାବେଳେ ସେ ମଧ୍ୟ ଯାହା ପାଉଛନ୍ତି ତାହା ପୁଅର ଚିକିତ୍ସାରେ ଖର୍ଚ୍ଚ ହେଉଛି। ସାମୁଏଲଙ୍କ ବାପାଙ୍କ ସେଭଳି କିଛି ରୋଜଗାର ନାହିଁ । ପୁଅର ସଡ଼କ ଦୁର୍ଘଟଣା ପରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ନିଃସ୍ବ ହୋଇ ଯାଇଛନ୍ତି । ସାମୁଏଲ ପରିବାରରେ ଏକମାତ୍ର ପୁଅ ଏବଂ ତାଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ମା’ ଉପାସୀ, ବାପା ଜିତେସିଂ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଲୋଡ଼ିଛନ୍ତି । ପୁଅକୁ ଓଡ଼ିଶାର କୌଣସି ଏକ ହସପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ସେମାନେ ଚାହିଁଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ କିମ୍ବା ଅନ୍ୟ କୌଣସି ଯୋଜନାରେ ତାଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଗଲେ ସାମୁଏଲ ଆରୋଗ୍ୟ ଲାଭ ସହିତ ପୁଣି ଦୁନିଆଁକୁ ଦେଖିବା ସହିତ ଶିକ୍ଷକତା କରି ଆହୁରି ଅନେକ ଶିଶୁଙ୍କ ଭବିଷ୍ୟତ ଗଢ଼ି ପାରିବେ । ଫଳରେ ସାମୁଏଲଙ୍କ ଚିକିତ୍ସା ପାଇଁ ସରକାରୀସ୍ତରରେ କିମ୍ବା କୌଣସି ସହୃଦୟ ଲୋକଙ୍କ ସାହାଯ୍ୟ, ସହଯୋଗ ମିଳିବ ବୋଲି ପରିବାର ଲୋକେ ଚାହିଁ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ ମାମଲାରେ ୨ ଗିରଫ

ବ୍ରହ୍ମପୁର ଅଫିସ,୧୬ା୨- ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାରପିଟ ମାମଲାରେ ନିମଖଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗ୍ରାମର...

ଶିଳ୍ପୀଗ୍ରାମ ଘୋଷଣା ଶୀତଳଭଣ୍ଡାରରେ

ନୟାଗଡ଼ ଅଫିସ/ଖଣ୍ଡପଡ଼ା,୧୩।୨(ସ୍ବ.ପ୍ର.): ଉତ୍କର୍ଷ ତଥା ଆକର୍ଷଣୀୟ କଂସାବାସନ ଓ ପିତ୍ତଳରେ ବିଭିନ୍ନ ପ୍ରକାର କମନୀୟ ମୂର୍ତ୍ତି ପ୍ରସ୍ତୁତି କରିବାରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ...

ସାପକୁ ମାରି ମାଲିକଙ୍କ ପରିବାରକୁ ବଞ୍ଚାଇଲା ଡଗି

ଜୟପୁର,୧୨ା୧୧ (ନି.ପ୍ର/ଡ଼ି.ଏନ.ଏ): ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀଙ୍କ ଜୀବନ ବଞ୍ଚାଇଛି ଘରର ପୋଷା କୁକୁର ଡଗି। ଏକ ବିଷଧର ନାଗ ସାପ ସହ...

ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ...

ପୁଣି କୂଳ ଲଙ୍ଘିଲା, ୩ ଘର ଭାଙ୍ଗିଲା

ଗୋପାଳପୁର,୧୨ା୭:ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ...

ବ୍ୟାଘ୍ର କରିଡରରେ ଯୋଡ଼ିହେଲା ନନ୍ଦିନିଆ

ଢେଙ୍କାନାଳ ଅଫିସ, ୫।୧: ସାତକୋଶିଆ ବ୍ୟାଘ୍ର କରିଡ଼ରରେ ଯୋଡ଼ିହୋଇଛି ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ। ଜିଲାର କନ୍ଧରା ଏବଂ ନନ୍ଦିନିଆ...

ଟ୍ରକ-ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା: ୨ ମୃତ

ଛେଣ୍ତିପଦା,୧୬।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଅନୁଗୋଳ-ସମ୍ବଲପୁର ୫୫ ନଂମ୍ବର ଜାତୀୟ ରାଜପଥର ମୁଣ୍ତା ସାହି ନିକଟରେ ବୁଧବାର ସକାଳ ୫ଟା ବେଳେ ଟ୍ରକ-ପିକ୍‌ଅପ ଭ୍ୟାନ...

ବର୍ଷା ପୂର୍ବରୁ କାମ ସାରିବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଗାଁ (ଡି.ଏନ.ଏ)/ନୟାଗଡ଼ ଅଫିସ,୧୨।୬- ନୟାଗଡ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନ ୫ଟାରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ...

Advertisement
Archives

Model This Week