୬ ମାସ ହେଲା ଡାକ୍ତରଖାନାରେ ସାମୁଏଲ

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରାଡୁବୁରୀ ଗ୍ରାମର ମା’ ଉପାସୀ ଓ ବାପା ଜିତେସିଂ ସୁନାଙ୍କ ଏକମାତ୍ର ପୁଅ ସାମୁଏଲ । ଛତିଶଗଡ଼ ରାଜ୍ୟ ରାୟପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତେବେ ଦୁର୍ଭାଗ୍ୟବଶତଃ ଗତବର୍ଷ ନଭେମ୍ବର ୨୩ତାରିଖ ଏକ ବାଇକ୍‌ ଯୋଗେ ସ୍କୁଲରୁ ଫେରୁଥିବାବେଳେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେହିଦିନଠାରୁ ଡାକ୍ତରଖାନାରେ ସେ ଶଯ୍ୟାଶାୟୀ ଏବଂ ସଂଜ୍ଞାହୀନ ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ସାମୁଏଲ। ଦୀର୍ଘ ୬ମାସ ହେଲା ସାମୁଏଲଙ୍କ ଏଭଳି ଅବସ୍ଥାରେ ଡାକ୍ତରଖାନାରେ ରହିଥିବା ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ସାମୁଏଲଙ୍କ ପରିବାର ଲୋକେ। ହାତରେ ଯାହା ଟଙ୍କା, ପଇସା ଥିଲା, ସବୁତକ ସରି ଗଲାଣି । ସେହିପରି ପୁଅର ଚିକିତ୍ସା ପାଇଁ ସାମୁଏଲଙ୍କ ବାପା ନିଜ ଜମିବାଡ଼ି ମଧ୍ୟ ବିକି ଦେଇଛନ୍ତି । ବାରମ୍ବାର ନେହୁରା ସତ୍ତ୍ବେ ଜିଲା ରେଡ଼କ୍ରସ ପାଣ୍ଠିରୁ ସାମୁଏଲଙ୍କ ପରିବାର ଲୋକଙ୍କୁ ୩ଟି ପର୍ଯ୍ୟାୟରେ ୩୦ହଜାର ଟଙ୍କା ମିଳିଥିଲା । ବରଗଡ଼ ଏମପି ସୁରେଶ ପୂଜାରୀ ମଧ୍ୟ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ୍‌(ଓଏସଟିଏଫ) ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ କେତେକ ସହୃଦୟ ଲୋକେ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ । ମାତ୍ର ସାମୁଏଲଙ୍କ ଚିକିତ୍ସାରେ ଏ ପର୍ଯ୍ୟନ୍ତ ପାଖାପାଖି ୨୦ଲକ୍ଷ ଟଙ୍କା ସରି ଗଲାଣି। ଅନ୍ୟପଟେ ସାମୁଏଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ହେଁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି । ମାତ୍ର ତାହା କେଉଁଠୁ ଯୋଗାଡ଼ କରିବେ ସେ ନେଇ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି । ସରକାର କିମ୍ବା କୌଣସି ସହୃଦୟ ଲୋକେ ସାମୁଏଲଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ, ସେ ଭଲ ହୋଇ ଯିବ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି ।
ପ୍ରଥମେ ରାୟପୁରର ଆରୋଗ୍ୟ ହସପିଟାଲରେ ସାମୁଏଲ ଚିକିତ୍ସାଧୀନ ରହିଥିଲେ । ସେଠାରେ ପାଖାପାଖି ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ସେଠାରେ ଓଏସଟିଫ୍‌ ସହାୟତା ବ୍ୟବସ୍ଥା ନ ଥିବା ଯୋଗୁ ସାମାଜିକ କର୍ମୀ ଦିବସଙ୍କ ପ୍ରୟାସକ୍ରମେ ତାଙ୍କୁ ପରେ ସେଠାକାର ରାମକ୍ରିଷ୍ଣା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଓଡ଼ିଶା ସରକାର ମଞ୍ଜୁର କରିଥିଲେ। ତେବେ ଶୁକ୍ରବାର ସୁଦ୍ଧା ଚିକିତ୍ସା ଖର୍ଚ୍ଚ, ଔଷଧ ବାବଦକୁ ସେହି ସହାୟତା ରାଶିରୁ ୪ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ ହୋଇସାରଛି । ଅନ୍ୟପଟେ ଡାକ୍ତରଖାନାରେ ଆହୁରି ଅଧିକ ଦିନର ଚିକିତ୍ସା ଦରକାର ପଡ଼ୁଥିବା ଯୋଗୁ ଚିକିତ୍ସା ଖର୍ଚ୍ଚ ପାଇଁ ସାମୁଏଲଙ୍କ ପରିବାର ଲୋକଙ୍କୁ ପୁଣି ଅର୍ଥ ଚିନ୍ତା ଘାରିଛି । ସାମୁଏଲଙ୍କ ମା ଜଣେ ଅଙ୍ଗନୱାଡ଼ି କର୍ମୀ ହୋଇ ଥିବାବେଳେ ସେ ମଧ୍ୟ ଯାହା ପାଉଛନ୍ତି ତାହା ପୁଅର ଚିକିତ୍ସାରେ ଖର୍ଚ୍ଚ ହେଉଛି। ସାମୁଏଲଙ୍କ ବାପାଙ୍କ ସେଭଳି କିଛି ରୋଜଗାର ନାହିଁ । ପୁଅର ସଡ଼କ ଦୁର୍ଘଟଣା ପରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ନିଃସ୍ବ ହୋଇ ଯାଇଛନ୍ତି । ସାମୁଏଲ ପରିବାରରେ ଏକମାତ୍ର ପୁଅ ଏବଂ ତାଙ୍କ ଜୀବନ ବଞ୍ଚାଇବାକୁ ତାଙ୍କ ମା’ ଉପାସୀ, ବାପା ଜିତେସିଂ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଲୋଡ଼ିଛନ୍ତି । ପୁଅକୁ ଓଡ଼ିଶାର କୌଣସି ଏକ ହସପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ସେମାନେ ଚାହିଁଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡ କିମ୍ବା ଅନ୍ୟ କୌଣସି ଯୋଜନାରେ ତାଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଗଲେ ସାମୁଏଲ ଆରୋଗ୍ୟ ଲାଭ ସହିତ ପୁଣି ଦୁନିଆଁକୁ ଦେଖିବା ସହିତ ଶିକ୍ଷକତା କରି ଆହୁରି ଅନେକ ଶିଶୁଙ୍କ ଭବିଷ୍ୟତ ଗଢ଼ି ପାରିବେ । ଫଳରେ ସାମୁଏଲଙ୍କ ଚିକିତ୍ସା ପାଇଁ ସରକାରୀସ୍ତରରେ କିମ୍ବା କୌଣସି ସହୃଦୟ ଲୋକଙ୍କ ସାହାଯ୍ୟ, ସହଯୋଗ ମିଳିବ ବୋଲି ପରିବାର ଲୋକେ ଚାହିଁ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri