୬ ମାସରେ ୫୨୧ଥର ଅଯଥା ଚେନ୍‌ ପୁଲିଂ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭାରତୀୟ ରେଲଓ୍ବେ ସର୍ବଦା ବିଳମ୍ବରେ ପହଞ୍ଚତ୍ବା ଲାଗି ସମାଲୋଚିତ ହୋଇ ଆସିଛି। କିନ୍ତୁ ଏମିତି ଏକ ତଥ୍ୟ ମିଳିଛି, ଯେଉଁଥିରେ ଟ୍ରେନ ବିଳମ୍ବ ହେବାରେ ମୁଖ୍ୟ କାରଣ କେତେକ ଅସଚେତନ ଯାତ୍ରୀ ହଁ ଦାୟୀ। ଭୁବନେଶ୍ୱର ରେଳ ଷ୍ଟେଶନ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବାକୁ ମିଳିଛି ଯେ, ପ୍ରତିଦିନ ଭୁବନେଶ୍ୱର ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଥିବା ୩ରୁ ୪ଟି ଟ୍ରେନରେ ଅପତ୍‌କାଳୀନ ଚେନ୍‌ ପୁଲିଂ କରି ଟ୍ରେନକୁ ରୋକାଯାଉଛି। ଆଉ ଚେନ୍‌ ଟାଣୁଥିବା ବ୍ୟକ୍ତି ଗୁରୁତ୍ୱହୀନ କାରଣ ଦର୍ଶାଉଛନ୍ତି। ଯେଉଁଥିପାଇଁ ସର୍ବନିମ୍ନ ୫ ମିନିଟ୍‌ରୁ ନେଇ ୨୦ ମିନିଟ୍‌ ଯାଏଁ ଟ୍ରେନ ଯାତ୍ରା ଆରମ୍ଭ କରିବାରେ ବିଳମ୍ବ ହେଉଛି। ଗତ ମାସରେ ୬୦ଟି ଚେନ୍‌ ପୁଲିଂ ହୋଇଛି। ଆଉ ଯାତ୍ରୀ ଦର୍ଶାଇଥିବା ସମସ୍ତ କାରଣ ଗୁରୁତ୍ୱହୀନ। ବିଗତ ୬ମାସ ଭିତରେ ୫୨୧ଥର ଚେନ୍‌ ପୁଲିଂ କରାଯାଇଛି। ସେ ଭିତରୁ ୪୧୮ ଜଣଙ୍କୁ ଗିରଫ କରାଯାଇଛି। ଆଉ ବଞ୍ଚତ୍ତ ୧୦୩ ଜଣ ଚେନ୍‌ ଟାଣି ଖସି ଯାଇଛନ୍ତି। ୫୨୧ଟି ପଞ୍ଜୀକୃତ ମାମଲା ମଧ୍ୟରୁ ମାତ୍ର ୨୦ଟି ଦର୍ଶଯାଇଥିବା କାରଣ ଯଥାର୍ଥ ବୋଲି ରେଲଓ୍ବେ କର୍ତ୍ତୃପକ୍ଷଙ୍କ ନିକଟରୁ ଜଣାପଡିଛି। ସର୍ବାଧିକ ଦୂରକୁ ଯାଉଥିବା ଏକ୍ସପ୍ରେସଗୁଡିକରେ ହଁି ଚେନ୍‌ ଟାଣି ଟ୍ରେନ ଅଟକାଯାଇଛି। ରେଲଓ୍ବେ କର୍ତ୍ତୃପକ୍ଷ ଚେନ୍‌ ପୁଲିଂର କାରଣ କିଛି ତଦନ୍ତ କରି ଦର୍ଶାଇଛନ୍ତି। ସେଗୁଡିକ ହେଉଛି ଯାତ୍ରୀ ଡେରିରେ ଆସୁଛନ୍ତି, ସୂଚନା ନ ଶୁଣି ଭୁଲ୍‌ ଟ୍ରେନରେ ଚଢ଼ୁଛନ୍ତି, ଦ୍ୱାର ପାଖରେ ଠିଆ ହୋଇ ମୋବାଇଲ ତଳକୁ ଖସେଇ ଦେବା ଏଭଳି ସବୁ କାରଣ ସର୍ବାଧିକ ପଞ୍ଜୀକୃତ ହୋଇଛି। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଜରିମାନା ଓ ଦଣ୍ଡବିଧାନ ମଧ୍ୟ କରାଯାଇଛି। ଗୁରୁତ୍ୱହୀନ କାରଣ ଯୋଗୁ ଚେନ୍‌ ପୁଲିଂ କଲେ ୧ ହଜାର ଟଙ୍କା ଜରିମାନା ସହ ୧ ବର୍ଷ ଯାଏଁ ଜେଲ୍‌ ଯିବାର ନିୟମ ରହିଛି।
ଉଲ୍ଲେଖଯୋଗ୍ୟ, ଚେନ୍‌ ଟାଣି ଗାଡି ଅଟକାଇବା ଯୋଗୁ ସମ୍ପୃକ୍ତ ଟ୍ରେନ ସହ ପରବର୍ତ୍ତୀ ଟ୍ରେନଗୁଡିକରେ ମାତ୍ରାଧିକ ବିଳମ୍ବ ଘଟିଥାଏ। ଯାହା ରେଲଓ୍ବେର ଏକ ବଡ ସମସ୍ୟା। ଆଉ ତା’ସହ ଥରେ ଟ୍ରେନଟି ଅଟକି ଆଉଥରେ ଗଡିବା ଲାଗି ମାତ୍ରାଧିକ ଇନ୍ଧନ ଓ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ଯାତ୍ରୀଙ୍କ ସାମାନ୍ୟ ହେୟଜ୍ଞାନ ଲାଗି ରେଲଓ୍ବେକୁ ଗୁରୁତ୍ୱପୂର୍ଣ୍ଣ ସମୟ ସହ ବହୁମୂଲ୍ୟ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଯାହା ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ଜରିମାନା ଅପେକ୍ଷା ଯଥେଷ୍ଟ ଅଧିକ। ତେବେ ରେଲଓ୍ବେ ପକ୍ଷରୁ ସୂଚନାଫଳକ, ମାଇକ ଯୋଗେ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ବି ଯାତ୍ରୀଙ୍କଠାରେ କୌଣସି ସୁଫଳ ଦେଖିବାକୁ ମିଳୁନି। ଚଳିତବର୍ଷ ରେଳ ସୁରକ୍ଷା ବଳ ୬ଟି ଭିନ୍ନ ଭିନ୍ନ ଦିନରେ ସଚେତନତା କାର୍ଯ୍ୟକ୍ରମ କରି ଯାତ୍ରୀଙ୍କୁ ବୁଝାଇଛି। ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ଓ ରେଳ ସୁରକ୍ଷା ବଳର ଥାନାଧିକାରୀ କାଳୁ ସେଠୀ ଯାତ୍ରୀଙ୍କୁ ଅଯଥା ଚେନ୍‌ ନ ଟାଣିବାକୁ ଅନୁରୋଧ କରିଛନ୍ତି। ଟ୍ରେନ ଛାଡିବାର ଆବଶ୍ୟକ ସମୟ ପୂର୍ବରୁ ଆସି ଯାତ୍ରା ଲାଗି ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ତ୍ୟାଗ ଅନ୍ତରାଳେ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ବର୍ଷକ ତଳେ ହାତେଇଥିବା ସୁନ୍ଦରଗଡ଼ ଜିଲାର ଗୋନୁଆ ଲୁହାପଥର ଖଣି ଛାଡ଼ିଦେବାକୁ ଅଗଷ୍ଟ ୧୧ ତାରିଖରେ ଓଡ଼ିଶା ସରକାରଙ୍କୁ ଜଣାଇଛି। ଜେଏସ୍‌ଡବ୍ଲ୍ୟୁ...

ବସ୍‌ଷ୍ଟାଣ୍ଡ୍‌ରୁ ଦାଦାବଟି ନେଉଥିଲେ ବସ୍‌ ମାଲିକ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଦାଦାବଟି ଆଦାୟ କରୁଥିଲେ ଖୋଦ୍‌ ବସ୍‌ ମାଲିକ। ଏହା କମିଶନରେଟ ପୋଲିସର ନଜରକୁ ଆସିବା ପରେ ଆଣ୍ଟି-ଏକଷ୍ଟର୍ନଶନ ଟାସ୍କ ଫୋର୍ସ ଉକ୍ତ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି...

ଚାଷୀଙ୍କ ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ

ଯାଜପୁର ଅଫିସ,୧୮ା୧୨: ଚାଷୀ ଓ ଚାଷର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ବିଶେଷକରି ଚଳିତ ବର୍ଷ ୟାସ୍‌ ଓ ଏହାର ୬ ମାସ ପରେ ଜୱାଦ...

ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍‌ ନ ଥିବାରୁ ପାଣି, ଖାଦ୍ୟର ଅଭାବ

ଜଟଣୀ,୨୨।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ...

ଅନ୍‌ଲାଇନରେ କାର୍ଯ୍ୟକ୍ରମ କରିବ ସଂସ୍କୃତି ବିଭାଗ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବହୁ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଶିଳ୍ପୀ ଘରେ ହାତବାନ୍ଧି ବସିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ...

ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି।...

ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ

ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ...

Advertisement
Archives

Model This Week