୬ ମାସରେ ୫୨୧ଥର ଅଯଥା ଚେନ୍‌ ପୁଲିଂ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭାରତୀୟ ରେଲଓ୍ବେ ସର୍ବଦା ବିଳମ୍ବରେ ପହଞ୍ଚତ୍ବା ଲାଗି ସମାଲୋଚିତ ହୋଇ ଆସିଛି। କିନ୍ତୁ ଏମିତି ଏକ ତଥ୍ୟ ମିଳିଛି, ଯେଉଁଥିରେ ଟ୍ରେନ ବିଳମ୍ବ ହେବାରେ ମୁଖ୍ୟ କାରଣ କେତେକ ଅସଚେତନ ଯାତ୍ରୀ ହଁ ଦାୟୀ। ଭୁବନେଶ୍ୱର ରେଳ ଷ୍ଟେଶନ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବାକୁ ମିଳିଛି ଯେ, ପ୍ରତିଦିନ ଭୁବନେଶ୍ୱର ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଥିବା ୩ରୁ ୪ଟି ଟ୍ରେନରେ ଅପତ୍‌କାଳୀନ ଚେନ୍‌ ପୁଲିଂ କରି ଟ୍ରେନକୁ ରୋକାଯାଉଛି। ଆଉ ଚେନ୍‌ ଟାଣୁଥିବା ବ୍ୟକ୍ତି ଗୁରୁତ୍ୱହୀନ କାରଣ ଦର୍ଶାଉଛନ୍ତି। ଯେଉଁଥିପାଇଁ ସର୍ବନିମ୍ନ ୫ ମିନିଟ୍‌ରୁ ନେଇ ୨୦ ମିନିଟ୍‌ ଯାଏଁ ଟ୍ରେନ ଯାତ୍ରା ଆରମ୍ଭ କରିବାରେ ବିଳମ୍ବ ହେଉଛି। ଗତ ମାସରେ ୬୦ଟି ଚେନ୍‌ ପୁଲିଂ ହୋଇଛି। ଆଉ ଯାତ୍ରୀ ଦର୍ଶାଇଥିବା ସମସ୍ତ କାରଣ ଗୁରୁତ୍ୱହୀନ। ବିଗତ ୬ମାସ ଭିତରେ ୫୨୧ଥର ଚେନ୍‌ ପୁଲିଂ କରାଯାଇଛି। ସେ ଭିତରୁ ୪୧୮ ଜଣଙ୍କୁ ଗିରଫ କରାଯାଇଛି। ଆଉ ବଞ୍ଚତ୍ତ ୧୦୩ ଜଣ ଚେନ୍‌ ଟାଣି ଖସି ଯାଇଛନ୍ତି। ୫୨୧ଟି ପଞ୍ଜୀକୃତ ମାମଲା ମଧ୍ୟରୁ ମାତ୍ର ୨୦ଟି ଦର୍ଶଯାଇଥିବା କାରଣ ଯଥାର୍ଥ ବୋଲି ରେଲଓ୍ବେ କର୍ତ୍ତୃପକ୍ଷଙ୍କ ନିକଟରୁ ଜଣାପଡିଛି। ସର୍ବାଧିକ ଦୂରକୁ ଯାଉଥିବା ଏକ୍ସପ୍ରେସଗୁଡିକରେ ହଁି ଚେନ୍‌ ଟାଣି ଟ୍ରେନ ଅଟକାଯାଇଛି। ରେଲଓ୍ବେ କର୍ତ୍ତୃପକ୍ଷ ଚେନ୍‌ ପୁଲିଂର କାରଣ କିଛି ତଦନ୍ତ କରି ଦର୍ଶାଇଛନ୍ତି। ସେଗୁଡିକ ହେଉଛି ଯାତ୍ରୀ ଡେରିରେ ଆସୁଛନ୍ତି, ସୂଚନା ନ ଶୁଣି ଭୁଲ୍‌ ଟ୍ରେନରେ ଚଢ଼ୁଛନ୍ତି, ଦ୍ୱାର ପାଖରେ ଠିଆ ହୋଇ ମୋବାଇଲ ତଳକୁ ଖସେଇ ଦେବା ଏଭଳି ସବୁ କାରଣ ସର୍ବାଧିକ ପଞ୍ଜୀକୃତ ହୋଇଛି। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଜରିମାନା ଓ ଦଣ୍ଡବିଧାନ ମଧ୍ୟ କରାଯାଇଛି। ଗୁରୁତ୍ୱହୀନ କାରଣ ଯୋଗୁ ଚେନ୍‌ ପୁଲିଂ କଲେ ୧ ହଜାର ଟଙ୍କା ଜରିମାନା ସହ ୧ ବର୍ଷ ଯାଏଁ ଜେଲ୍‌ ଯିବାର ନିୟମ ରହିଛି।
ଉଲ୍ଲେଖଯୋଗ୍ୟ, ଚେନ୍‌ ଟାଣି ଗାଡି ଅଟକାଇବା ଯୋଗୁ ସମ୍ପୃକ୍ତ ଟ୍ରେନ ସହ ପରବର୍ତ୍ତୀ ଟ୍ରେନଗୁଡିକରେ ମାତ୍ରାଧିକ ବିଳମ୍ବ ଘଟିଥାଏ। ଯାହା ରେଲଓ୍ବେର ଏକ ବଡ ସମସ୍ୟା। ଆଉ ତା’ସହ ଥରେ ଟ୍ରେନଟି ଅଟକି ଆଉଥରେ ଗଡିବା ଲାଗି ମାତ୍ରାଧିକ ଇନ୍ଧନ ଓ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ଯାତ୍ରୀଙ୍କ ସାମାନ୍ୟ ହେୟଜ୍ଞାନ ଲାଗି ରେଲଓ୍ବେକୁ ଗୁରୁତ୍ୱପୂର୍ଣ୍ଣ ସମୟ ସହ ବହୁମୂଲ୍ୟ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଯାହା ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ଜରିମାନା ଅପେକ୍ଷା ଯଥେଷ୍ଟ ଅଧିକ। ତେବେ ରେଲଓ୍ବେ ପକ୍ଷରୁ ସୂଚନାଫଳକ, ମାଇକ ଯୋଗେ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ବି ଯାତ୍ରୀଙ୍କଠାରେ କୌଣସି ସୁଫଳ ଦେଖିବାକୁ ମିଳୁନି। ଚଳିତବର୍ଷ ରେଳ ସୁରକ୍ଷା ବଳ ୬ଟି ଭିନ୍ନ ଭିନ୍ନ ଦିନରେ ସଚେତନତା କାର୍ଯ୍ୟକ୍ରମ କରି ଯାତ୍ରୀଙ୍କୁ ବୁଝାଇଛି। ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ଓ ରେଳ ସୁରକ୍ଷା ବଳର ଥାନାଧିକାରୀ କାଳୁ ସେଠୀ ଯାତ୍ରୀଙ୍କୁ ଅଯଥା ଚେନ୍‌ ନ ଟାଣିବାକୁ ଅନୁରୋଧ କରିଛନ୍ତି। ଟ୍ରେନ ଛାଡିବାର ଆବଶ୍ୟକ ସମୟ ପୂର୍ବରୁ ଆସି ଯାତ୍ରା ଲାଗି ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri