୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ।

ଖବରରୁ ଜଣାପଡିଛି  ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୩ଟି ପଞ୍ଚାୟତ ଦୋରାଗୁଡା,ଗୁଣ୍ଠାୱାଡା ଓ ନୂଆଗୁଡାର ୨୪ ଜଣ ଚାଷୀ ଜଳସେଚନ ପାଇଁ ଚାଷଜମିରେ ବୋରୱେଲ ଖୋଳିବା ପାଇଁ ମାଲକାନଗିରି ଉଠା ଜଳସେଚନ ନିଗମକୁ ଦରଖାସ୍ତ କରି ପାଣି ପରୀକ୍ଷା ଲାଗି ସ୍ଥାନ ଚିହ୍ନଟ ପାଇଁ ଗତ ୬ା୬ା୨୦୧୩ରେ ଜଣ ପିଛା ୧ହଜାର ଲେଖାଏ ମୋଟ ୨୪ହଜାର ଟଙ୍କା ଦାଖଲ କରିଥିଲେ। ପାଣି ପରୀକ୍ଷା ପରେ ବୋରୱେଲ ଖୋଳିବା ସମୟରେ ଉଠାଜଳସେଚନ ନିଗମକୁ ଏନେଇ ଏସାର ଫାଉଣ୍ଡେସନ ସହାୟତା କରିଥାନ୍ତା। ମାତ୍ର ଚାଷୀମାନେ ଟଙ୍କା ବାନ୍ଧିବାର  ୬ ବର୍ଷ ବିତିଯାଇଥିଲେ ମଧ୍ୟ ମାଲକାନଗିରି ଉଠାଜଳସେଚନ ନିଗମ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନାହିଁ। ଏନେଇ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ,ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ପ୍ରଶାସନ ଚାଷୀଙ୍କ ଜମିରେ ବୋରଓ୍ବେଲ ଖୋଳିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନି କିମ୍ବା ଚାଷୀ ଦେଇଥିବା ଅର୍ଥ ଫେରସ୍ତ କରୁନାହିଁ। ଉଠାଜଳସେଚନ ନିଗମର ଅଧିକାରୀଙ୍କୁ ଚାଷୀ ମାନେ ଭେଟିବାରୁ ସେ କହିଥିଲେ ଯେ, ଆଉ ପୂର୍ବଭଳି ଦରଖାସ୍ତ ରଖି ବୋରୱେଲ ଖୋଳାଯାଉନାହିଁ। ଏବେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯାଇ ଟଙ୍କା ଜମା କଲେ ସିଧାସଳଖ ବୋରୱେଲ ଖୋଳା ଯାଉଛି। ଆଉ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରିବା ଦରକାର ନାହିଁ ବୋଲି କହି ଏଥିପାଇଁ ବିଜ୍ଞାପନ ବାହାରିବା ସମୟରେ ଦରଖାସ୍ତ କରିବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ ବାନ୍ଧିଥିବା ଅର୍ଥ ସେମାନେ କିପରି ଫେରିପାଇବେ। ସେ ନେଇ ଅଧିକାରୀ ଜଣକ କିଛି କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri