୬ ବର୍ଷରେ କମିଛି ୯୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୨-୧୧: ୨୦୧୧-୧୨ଠାରୁ ୨୦୧୭-୧୮ ମଧ୍ୟରେ ସାରା ଦେଶରେ ୯୦ ଲକ୍ଷ ନିଯୁକ୍ତି କମିଛି। ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ସଷ୍ଟେନେବୁଲ ଏମ୍ପ୍ଲଏମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ନୂଆ ଏକାଡେମିକ ପେପରରେ ଏଭଳି ବିଷୟ ଉଲ୍ଲେଖ ରହିଛି। ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମେହେରୋତ୍ରା ଏବଂ ପଞ୍ଜାବ ସେଣ୍ଟ୍ରାଲ ୟୁନିଭର୍ସିଟି ପ୍ରଫେସର ଯଯାତି କେ. ପରିଡାଙ୍କ ଦ୍ୱାରା ଉକ୍ତ ପେପର ପ୍ରସ୍ତୁତ ହୋଇଥିବା ବେଳେ ଏଭଳି ନିଯୁକ୍ତି ହ୍ରାସ ଦେଶର ସ୍ବାଧୀନତା ପରଠାରୁ ପ୍ରଥମ ବୋଲି କୁହାଯାଇଛି। ନିଯୁକ୍ତି ଏବଂ ଅଣକୃଷି ଉଦ୍ୟୋଗଗୁଡିକୁ ନେଇ ଜାତୀୟ ସାମ୍ପୂଲ ସର୍ଭେ(ଏନ୍‌ଏସ୍‌ଏସ୍‌) ପକ୍ଷରୁ ହୋଇଥିବା ବିଭିନ୍ନ ସର୍ଭେକୁ ଆଧାର କରି ଏହି ପେପର ପ୍ରସ୍ତୁତ କରାଯାଇଛି।
୨୦୧୧-୧୨ରେ ଦେଶରେ ୪୭୪.୨ ନିୟୁତ ନିଯୁକ୍ତି ରହିଥିବା ବେଳେ ଏହା ୨୦୧୭-୧୮ରେ ୪୬୫.୧ ନିୟୁତକୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ହୋଇଥିବା ଲେବର ଫୋର୍ସ ସର୍ଭେରେ ଦେଶରେ ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା କୁହାଯାଇଛି। ଯାହାକୁ ନେଇ ଦେଶ ମଧ୍ୟରେ ଅନେକ ତର୍କ ବିତର୍କ ହୋଇଛି। ଦୁଇ ପ୍ରଫେସରଙ୍କ ପକ୍ଷରୁ ନିଯୁକ୍ତି ନେଇ କରାଯାଇଥିବା ଏହି ଅଧ୍ୟୟନର ଫଳାଫଳ ନିକଟରେ ଆଉ ଏକ ସର୍ଭେକୁ ବିରୋଧାଭାଷ କରୁଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ନିଯୁକ୍ତି ନେଇ ଭିନ୍ନ ସୂଚନା ଦିଆଯାଇଛି। ଏହି ଅଧ୍ୟୟନ ଲଭେସ ଭଣ୍ଡାରୀ ଏବଂ ଅମରେଶ ଦୁବେଙ୍କ ପକ୍ଷରୁ କରାଯାଇଛି। ୨୦୧୧-୧୨ରେ ନିଯୁକ୍ତି ୪୩୩ ନିୟୁତ ଥିବା ବେଳେ ଏହା ୨୦୧୭-୧୮ରେ ୪୫୭ ନିୟୁତକୁ ବଢିଥିବା ଉଲ୍ଲେଖ କରାଯାଇଛି।
ମେହେରୋତ୍ରା ଏବଂ ପରିଡାଙ୍କ ପକ୍ଷରୁ ହୋଇଥିବା ‘ଇଣ୍ଡିଆସ ଇକୋନୋମିକ କ୍ରାଇସିସ,ରାଇଜିଂ ଏଜୁକେଶନ ଲେଭଲ,ଫଲିଂ ନନ୍‌-ଏଗ୍ରିକଲଚରାଲ ଜବ ଗ୍ରୋଥ’ ଶୀର୍ଷକ ଏକାଡେମିକ ପେପରରେ ମୁଖ୍ୟତଃ ୪ଟି ଦିଗ ଉପରେ ଫୋକସ୍‌ କରାଯାଇଛି। ପ୍ରଥମତଃ କୃଷି କ୍ଷେତ୍ରରେ ନିରନ୍ତର ଭାବେ ନିଯୁକ୍ତି କ୍ଷତିଗ୍ରସ୍ତ ହେଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏକ୍ଷେତ୍ରରେ ବାର୍ଷିକ ହାର ୪.୫ ନିୟୁତ ରହିଛି। ସେହିଭଳି ଗତ ୬ ବର୍ଷରେ ମାନୁଫାକଚରିଂ କ୍ଷେତ୍ରରେ ୩.୫ ନିୟୁତ ନିଯୁକ୍ତି ହ୍ରାସ, ଯୁବକମାନଙ୍କ ଶ୍ରମ ଶକ୍ତିରେ ଯୋଗଦାନ ହାର(ଏଲ୍‌ଏଫ୍‌ପିଆର୍‌) ୪୪.୬%ରୁ ୩୮.୩%କୁ ହ୍ରାସ, ଓ୍ବାର୍କ ପାର୍ଟିଶିପେଶନ ରେଟ ବା କାର୍ଯ୍ୟଯୋଗଦାନ ହାର(ଡବ୍ଲ୍ୟୁପିଆର୍‌) ୪୨%ରୁ ୩୧.୪%କୁ ଖସିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢିଥିବା ରିପୋର୍ଟରୁ ଜଣାପଡିଛି। ୨୦୧୭-୧୮ ସୁଦ୍ଧା ନିରକ୍ଷରଙ୍କ ମଧ୍ୟରେ ବେକାରି ହାର ୭.୧%, ପ୍ରାଥମିକ ଶିକ୍ଷା ଲାଭ କରିଥିବା ଲୋକଙ୍କ କ୍ଷେତ୍ରରେ ଏହା ୮.୧%, ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ୧୩.୭%, ମାଧ୍ୟମିକ ୧୪.୪%, ଉଚ୍ଚ ମାଧ୍ୟମିକ ୨୪%, ସ୍ନାତକଙ୍କ କ୍ଷେତ୍ରରେ ୨୫.୮% ଏବଂ ସ୍ନାତ୍ତକୋତ୍ତର କ୍ଷେତ୍ରରେ ବେକାରି ହାର ୩୬.୨% ରହିଥିବା ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri