୬ ଫୁଟ ନୁହେଁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା

ଲସ୍‌ ଆଞ୍ଜେଲସ୍‌,୨୯।୫: କରୋନା ଭାଇରସ ସଂକ୍ରମଣ ପାଇଁ ଯେଉଁ ସାମାଜିକ ଦୂରତ୍ୱ ୬ ଫୁଟ ରଖାଯାଇଥିଲା ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଛିଙ୍କିଲେ ବା କାଶିଲେ ଏହି ଭୂତାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ଏକ ଗବେଷଣା ତଥ୍ୟରୁ ଜାଣିବାକୁ ମିଳିଛି। ବିଭିନ୍ନ ବାତାବରଣରେ କାଶିବା, ଛିଙ୍କିବା ଅବା ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ବାହାରୁଥିବା ଜଳକଣା ଉପରେ ଏହି ଗବେଷଣାରେ ସାମିଲ ହୋଇଥିବା ବିଶେଷଜ୍ଞମାନେ ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଥିଲା ଯେ, ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ କରୋନା ଭାଇରସ ସଂକ୍ରମଣ ୩ଗୁଣ ବ୍ୟାପିବାର ଆଶଙ୍କା ରହିଛି। ଉକ୍ତ ଗବେଷଣାରେ ଆମେରିକାର ସାନ୍ତା ବାରବରା ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ବି ସାମିଲ ଥିଲେ। ଏମାନଙ୍କ ମତରେ ଛିଙ୍କିବା ଅବା କାଶିବା ସମୟରେ ଯେଉଁ ଡ୍ରପଲେଟ୍ସ ବା ଜଳକଣା ବାହାରିଥାଏ ତାହା ୨୦ ଫୁଟ ପର୍ଯ୍ୟନ୍ତ ସଂକ୍ରମଣ କରିପାରେ। ତେଣୁ ସଂକ୍ରମଣକୁ ରୋକିବା ଲାଗି ଯେଉଁ ୬ ଫୁଟ ସାମାଜିକ ଦୂରତ୍ୱ କଥା କୁହାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ। ପୂର୍ବରୁ ଗବେଷକମାନେ କହିଥିଲେ କି ଛିଙ୍କିବା, କାଶିବା ଓ କଥାବାର୍ତ୍ତା ସମୟରେ ପାଖାପାଖି ୪୦,୦୦୦ ଜଳକଣା ନିର୍ଗତ ହୋଇଥାଏ। ଏହି ଜଳକଣା ପ୍ରତି ସେକେଣ୍ଡରେ କିଛି ମିଟର ପର୍ଯ୍ୟନ୍ତ ଗତି କରିଥାଏ। ତେବେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପୂର୍ବ ଅଧ୍ୟୟନକୁ ନେଇ କହିଛନ୍ତି, ପାଟି ଓ ନାକରୁ ବାହାରୁଥିବା ଜଳକଣା ଜଳବାୟୁ ଦୃଷ୍ଟିରୁ ପରିବର୍ତ୍ତନ ହେଉଥିବା ବେଳେ ଭୂତାଣୁ ସଂକ୍ରମଣର ପ୍ରଭାବ ମଧ୍ୟ ଏହା ଉପରେ ନିର୍ଭର କରିଥାଏ। ଅପରପକ୍ଷରେ ବଡବଡ ଜଳକଣା ଯେ କୌଣସି ବସ୍ତୁ ଉପରେ ଲାଗି ରହିପାରେ। ହେଲେ ଛୋଟ ଛୋଟ ଜଳକଣା ଖୁବ୍‌ଶୀଘ୍ର ବାଷ୍ପ ହୋଇଯାଉଥିବାବେଳେ ଏହା ଭାଇରସକୁ ଧରି ରଖିବାରେ ସକ୍ଷମ ହୋଇଥାଏ ଏବଂ ଘଣ୍ଟା ଘଣ୍ଟା ଧରି ବାୟୁମଣ୍ଡଳରେ ଘୁରି ବୁଲିଥାଏ। ପୁଣି କମ୍‌ ତାପମାତ୍ରା ଓ ଅଧିକ ଆର୍ଦ୍ରତା ଭୂତାଣୁ ସଂକ୍ରମଣରେ ସହାୟକ ହୋଇଥାଏ। ଅନ୍ୟପଟେ କମ୍‌ ତାପମାତ୍ରା ଓ କମ୍‌ ଆର୍ଦ୍ରତା ଛୋଟ ଛୋଟ ଜଳକଣା ସୃଷ୍ଟି କରିବାରେ ସହାୟକ ହୁଏ। ଉକ୍ତ ଗବେଷଣା ତଥ୍ୟ ଅନୁଯାୟୀ, ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସିଡିସି) ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ୬ ଫୁଟ ସାମାଜିକ ଦୂରତ୍ୱ କିଛି ପରିସ୍ଥିତିରେ ପର୍ଯ୍ୟାପ୍ତ ହୋଇ ନ ପାରେ। କାରଣ ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ଛିଙ୍କିବା ଓ କାଶିବା ସମୟରେ ବାହାରୁଥିବା ଜଳକଣା ୬ ମିଟର ବା ପାଖାପାଖି ୨୦ଫୁଟ ଦୂର ପର୍ଯ୍ୟନ୍ତ ଯାଇପାରେ। ଗବେଷଣା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗରମ ଓ ଶୁଷ୍କ ଜଳବାୟୁରେ ଜଳକଣା ଗୁଡିକ ଶୀଘ୍ର ବାଷ୍ପ ହୋଇ ଏରୋସୋଲ ପାର୍ଟିକିଲରେ ପରିବର୍ତ୍ତିତ ହୋଇଥାଏ। ଯାହାକି ବହୁ ଦୂର ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବାରେ ସହାୟକ ହୁଏ ଏବଂ ଏହା ପୁସଫୁସ ପର୍ଯ୍ୟନ୍ତ ବି ଶୀଘ୍ର ପହଞ୍ଚିପାରେ। କିନ୍ତୁ ମାସ୍କ ପିନ୍ଧିଲେ ଏରୋସୋଲ ପାର୍ଟିକିଲ ଦ୍ୱାରା ହେଉଥିବା ସଂକ୍ରମଣ କମ୍‌ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ସୂଚୀତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri