୬୮,୫୫୦ଟଙ୍କାରେ ଶୌଚାଳୟ ନିଲାମ

ରଘୁନାଥପୁର,୧୭ା୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠରେ ସୋମବାର ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ, ଶୌଚାଳୟ ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ ପାଇଁ କୌଣସି ଫର୍ମ ପଡ଼ି ନ ଥିବା ବେଳେ ଶୌଚାଳୟ ପାଇଁ ୬ଟି ଫର୍ମ ଟେଣ୍ଡର ବାକ୍ସରେ ପଡ଼ିଥିଲା। ଟେଣ୍ଡର ବାକ୍ସ ଖୋଲାଯିବା ପରେ ସର୍ବାଧିକ ମୂଲ୍ୟରେ ଆବେଦନ କରିଥିବା ସନ୍ତୋଷ ଦାସଙ୍କୁ ୬୮ହଜାର ୫ଶହ ୫୦ଟଙ୍କାରେ ନିଲାମ ପ୍ରଦାନ କରାଯାଇଥିବା ଦାୟିତ୍ୱରେ ଥିବା ସହକାରୀ ଜିଲାପାଳ ପ୍ରମୋଦ ମହାପାତ୍ର ଘୋଷଣା କରିଥିଲେ। ୧୯ତାରିଖ ମଧ୍ୟରେ ଟେଣ୍ଡର ମୂଲ୍ୟର ୬୦ପ୍ରତିଶତ ଅର୍ଥ ଟ୍ରଷ୍ଟବୋର୍ଡରେ ଜମା କରିବାରେ ଗୃହୀତା ଖିଲାପ କରନ୍ତି ଏହାକୁ ରଦ୍ଦ କରଯାଇ ପୁନର୍ବାର ଟେଣ୍ଡର କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା। ଅନ୍ୟାନ୍ୟ ଦୋକାନ ପାଇଁ ପରବର୍ତ୍ତି ସମୟରେ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ମାନେଜିଂ ଟ୍ରଷ୍ଟିଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ପ୍ରମୋଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଣ୍ଡାମେଣ୍ଟ ଇନିସପେକ୍ଟର ପୁଷ୍ପିତା ବେହେର, ତିର୍ତ୍ତୋଲ ଥାନା ପକ୍ଷରୁ ସୌମେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡ ସଭ୍ୟ ପ୍ରମୋଦ ମହାନ୍ତି, ସୁଶାନ୍ତ ଦାଶ, ବାଦଲ ଯୋଗାଣିଆ, କ୍ଷୀରୋଦ ମହାନ୍ତି, ସରୋଜ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ଏ ନେଇ ୨୦୨୦-୨୧ ଆର୍ଥିକ ବର୍ଷ ଟେଣ୍ଡରରେ ସାମିଲ ହେବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ କରୋନା ପାଇଁ ମନ୍ଦିରକୁ ଭକ୍ତ କମ୍‌ ଆସୁଥିବାରୁ ନିଲାମଧାର ଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ରେ ନିଲାମ ଅବଧି ସରୁଥିବାରୁ ଏ ଦିଗରେ ଟ୍ରଷ୍ଟବୋର୍ଡ ବିଚାର କରିବାକୁ ଦୋକାନୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟ୍ରାକ୍‌ ମରାମତି କାମ କରୁଥିଲେ ଶ୍ରମିକ, ହଠାତ୍‌ ମାଡିଆସିଲା ଏକ୍ସପ୍ରେସ ଟ୍ରେନ୍‌, ଆଉ ତା’ ପରେ…

ଲୋଇସିଂହା,୪।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ବସ୍ତି ରେଳ ଫାଟକ ନିକଟରେ ଦୁଇଦିନ ତଳେ ରେଳ ଟ୍ରାକ୍‌ ମରାମତି କାମ ଚାଲିଥିବାବେଳେ ଏକ…

‘ନ୍ୟାୟ ପ୍ରଦାନରେ ବିଳମ୍ବ ଜଣାଶୁଣା ବ୍ୟାଧି’

ନୂଆଦିଲ୍ଲୀ,୪ା୨: ହାଇକୋର୍ଟଗୁଡ଼ିକ ରାୟକୁ ପ୍ରକାଶ ନ କରି ମାସ ମାସ ଧରି ସଂରକ୍ଷିତ ରଖିବା ଅଭ୍ୟାସ ଏକ ଜଣାଶୁଣା ବେମାରି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ…

ସଇତାନ ସାଜିଲେ ପ୍ରେମିକା: ଯାହାକୁ ହୃଦୟ ଦେଇ ବସିଥିଲେ ,ତାକୁ ମାରିଦେଲେ: ମାତ୍ର ଏହି ଭୁଲ୍‌ ପାଇଁ…

ରାୟପୁର, ୪ା୨: ସାମାନ୍ୟ ମତାନ୍ତରକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟା ପ୍ରେମିକା ତାଙ୍କ ୨୫ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଛତିଶଗଡ଼…

ମା’ ହେଲେ ୭ମ ଶ୍ରେଣୀ ଛାତ୍ରୀ: ଲୋକଲଜ୍ଜ୍ୟା ଭୟରେ ଘର ଲୋକେ…

ରସୁଲପୁର,୪ା୨(ରଞ୍ଜିତ ରାଉତ):ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱଲାଭ କରିଛନ୍ତି। ଏହିଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ…

ମାଟିର ଗରିମା ବଢ଼ାଇଛି ନାରୀ ନେତୃତ୍ୱ

ବାଲେଶ୍ୱର/ରେମୁଣା,୪।୨ (ବାଞ୍ଛାନିଧି ଦେ/ରବୀନ୍ଦ୍ର ମହାକୁଡ଼): ସାହିତ୍ୟ ଓ ସଂଗ୍ରାମ ପାଇଁ ବାଲେଶ୍ୱର ଓ ଭଦ୍ରକ ମାଟି ସୁପ୍ରସିଦ୍ଧ। ଅନେକ ବରପୁତ୍ରଙ୍କୁ ଜନ୍ମଦେଇ ଏ ମାଟି ଭାରତମାତାର ମୁଖ…

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri