୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରୁଜୁ ହୋଇଥିବା ଏହି ମାମଲାରେ ୮୯୫ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୭୯୮ଜଣ ଦ୍ୱିତୀୟ ଶ୍ରେଣୀ, ୩ହଜାର ୫୩୫ଜଣ ତୃତୀୟ ଶ୍ରେଣୀ ଓ ୧୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଏହାସହ ସରକାରୀ ଅଫିସରେ କାର୍ଯ୍ୟକରୁଥିବା ୧୩୯୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନାନୁସାରେ, ଏହିସବୁ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିପରି ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ସଜା ହେବ ସେନେଇ ମଧ୍ୟ ସରକାର ପ୍ରସିକ୍ୟୁଶନ ଲିଆସନିଂ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିସବୁ ମାମଲାର ବିଚାର ଶୀଘ୍ର ସାରିବା ପାଇଁ ବିଭିନ୍ନ ଭିଜିଲାନ୍ସ ଡିଭିଜନ୍‌ର ଏସ୍‌ପି ପ୍ରତି ମାସରେ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଯାଇ ଯୋଗାଯୋଗ କରିବା ସହ ମିଟିଂ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁଇଦିନ ମଧ୍ୟରେ ଆଉ ଏକ ଲଘୁଚାପ: ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୯: ମିଆଁମାରର କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିବଳୟଟି ବାଂଲାଦେଶ ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର...

ଆସ୍ଥା ଭୋଟ୍‌ରେ ହାରିଗଲେ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଧୂଳିସାତ୍‌ ହେଲା…

ପୁରୁଷୋତ୍ତମପୁର,୧୨ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୁରବାର ଆସ୍ଥା ଭୋଟ୍‌ ହୋଇଥିବା ବେଳେ...

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର...

୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ...

ମୋହନ ସରକାରଙ୍କ ବଡ଼ ଘୋଷଣା, ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ୱର,୧୨।୯: ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ...

ଅଗ୍ନିବୀରଙ୍କ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି: ବର୍ଷେ ଟ୍ରେନିଂ, ୪ ବର୍ଷ ଚାକିରି ପରେ ବି…

ଭୁବନେଶ୍ୱର,୧୨ା୯: ରାଜ୍ୟ ସରକାର ଗୁରୁବାର କ୍ୟାବିନେଟ୍‌ରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍‌...

ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ…

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମା’-ବାପାଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

ଭୁବନେଶ୍ୱର,୧୨।୯: ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri