୬୫% ବୟସ୍କଙ୍କ ଜୀବିକା ପ୍ରଭାବିତ

ନୂଆଦିଲ୍ଲୀ,୧୬ା୬(ପି.ଟି.): କରୋନାଜନିତ ଲକ୍‌ଡାଉନ ଯୋଗୁ ୬୫ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହି ସମୟରେ ସେମାନେ କାମଧନ୍ଦା ହରାଇଛନ୍ତି କିମ୍ବା ସେମାନଙ୍କୁ ମିଳୁଥିବା ବେତନ ଯଥେଷ୍ଟ ହ୍ରାସ ଘଟିଛି। ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଏହି ସଂସ୍ଥା ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୫,୦୯୯ ଜଣ ବୟସ୍କ ବ୍ୟକ୍ତିଙ୍କ ମତାମତ ନେଇ ରିପୋର୍ଟ ପ୍ରକାଶ କରିଛି। ‘ଦି ଏଲ୍ଡର ଷ୍ଟୋରି: ଗ୍ରାଉଣ୍ଡ ରିଏଲିଟି ଡ୍ୟୁରିଙ୍ଗ କୋଭିଡ୍‌-୧୯’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ବୟସ୍କଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତଙ୍କ ବୟସ ୬୦ରୁ ୬୯ ବର୍ଷ ମଧ୍ୟରେ। ଅନ୍ୟ ୨୮ ପ୍ରତିଶତଙ୍କ ବୟସ ୭୦ରୁ ୭୯ ହୋଇଥିବାବେଳେ ୫ ପ୍ରତିଶତ ସବୁଠୁ ବୟସ୍କ (୮୦ ବର୍ଷରୁ ଅଧିକ)। ଲକ୍‌ଡାଉନବେଳେ ଘରର ରୋଜଗାରିଆ ସଦସ୍ୟ ଜୀବିକା ହରାଇଥିବା ୭୧ ପ୍ରତିଶତ କହିଥିଲେ। ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ୬୧ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳର ୩୯ ପ୍ରତିଶତ ବୋଲି ଏନ୍‌ଜିଓ ପକ୍ଷରୁ କୁହାଯାଇଛି।
ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ଲକ୍‌ଡାଉନବେଳେ ୪୨ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଗ୍ରାମାଞ୍ଚଳରୁ ୬୪ ପ୍ରତିଶତ ଏବଂ ସହରାଞ୍ଚଳରୁ ୩୬ ପ୍ରତିଶତ ଲୋକଙ୍କ ମତାମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ଲକ୍‌ଡାଉନବେଳେ ୭୮ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଗ୍ରାମାଞ୍ଚଳର ୮୪ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପାଇବାରେ ଅସୁବିଧାର ସାମ୍‌ନା କରିଥିବାବେଳେ ସହରାଞ୍ଚଳରେ ୭୧ ପ୍ରତିଶତ ସମସ୍ୟାରେ ପଡ଼ିଥିଲେ। ଲକ୍‌ଡାଉନବେଳେ ଘରେ ଏକାକୀ ଅନୁଭବ କରିଥିଲେ ବୋଲି ୬୧ ପ୍ରତିଶତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?