୬୫% ବୟସ୍କଙ୍କ ଜୀବିକା ପ୍ରଭାବିତ

ନୂଆଦିଲ୍ଲୀ,୧୬ା୬(ପି.ଟି.): କରୋନାଜନିତ ଲକ୍‌ଡାଉନ ଯୋଗୁ ୬୫ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହି ସମୟରେ ସେମାନେ କାମଧନ୍ଦା ହରାଇଛନ୍ତି କିମ୍ବା ସେମାନଙ୍କୁ ମିଳୁଥିବା ବେତନ ଯଥେଷ୍ଟ ହ୍ରାସ ଘଟିଛି। ହେଲ୍ପଏଜ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଏହି ସଂସ୍ଥା ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୫,୦୯୯ ଜଣ ବୟସ୍କ ବ୍ୟକ୍ତିଙ୍କ ମତାମତ ନେଇ ରିପୋର୍ଟ ପ୍ରକାଶ କରିଛି। ‘ଦି ଏଲ୍ଡର ଷ୍ଟୋରି: ଗ୍ରାଉଣ୍ଡ ରିଏଲିଟି ଡ୍ୟୁରିଙ୍ଗ କୋଭିଡ୍‌-୧୯’ ଶୀର୍ଷକ ଏହି ରିପୋର୍ଟ ଅନୁଯାୟୀ ୬୫ ପ୍ରତିଶତ ବୟସ୍କଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତଙ୍କ ବୟସ ୬୦ରୁ ୬୯ ବର୍ଷ ମଧ୍ୟରେ। ଅନ୍ୟ ୨୮ ପ୍ରତିଶତଙ୍କ ବୟସ ୭୦ରୁ ୭୯ ହୋଇଥିବାବେଳେ ୫ ପ୍ରତିଶତ ସବୁଠୁ ବୟସ୍କ (୮୦ ବର୍ଷରୁ ଅଧିକ)। ଲକ୍‌ଡାଉନବେଳେ ଘରର ରୋଜଗାରିଆ ସଦସ୍ୟ ଜୀବିକା ହରାଇଥିବା ୭୧ ପ୍ରତିଶତ କହିଥିଲେ। ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳର ୬୧ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳର ୩୯ ପ୍ରତିଶତ ବୋଲି ଏନ୍‌ଜିଓ ପକ୍ଷରୁ କୁହାଯାଇଛି।
ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ଲକ୍‌ଡାଉନବେଳେ ୪୨ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଗ୍ରାମାଞ୍ଚଳରୁ ୬୪ ପ୍ରତିଶତ ଏବଂ ସହରାଞ୍ଚଳରୁ ୩୬ ପ୍ରତିଶତ ଲୋକଙ୍କ ମତାମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ଲକ୍‌ଡାଉନବେଳେ ୭୮ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ଗ୍ରାମାଞ୍ଚଳର ୮୪ ପ୍ରତିଶତ ବୟସ୍କ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପାଇବାରେ ଅସୁବିଧାର ସାମ୍‌ନା କରିଥିବାବେଳେ ସହରାଞ୍ଚଳରେ ୭୧ ପ୍ରତିଶତ ସମସ୍ୟାରେ ପଡ଼ିଥିଲେ। ଲକ୍‌ଡାଉନବେଳେ ଘରେ ଏକାକୀ ଅନୁଭବ କରିଥିଲେ ବୋଲି ୬୧ ପ୍ରତିଶତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ; ସକ୍ରିୟ ଆକ୍ରାନ୍ତ ତାଲିକାରେ କଟକ ଶୀର୍ଷରେ

କଟକ ଅଫିସ,୧୫।୬: କଟକ ଜିଲାରେ ସୋମବାର ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ...

ଶିକ୍ଷାର୍ଥୀଙ୍କୁ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ହାଇଦ୍ରାବାଦ୍‌,୨୯।୪: ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱାଦଶ ଶ୍ରେଣୀ ତେଲୁଗୁ ମାତୃଭାଷା ପରୀକ୍ଷାରେ ଶିିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷୟତ୍ରୀ ୯୯ ନମ୍ବର ପରିବର୍ତ୍ତେ ଶୂନ...

ମହାରାଷ୍ଟ୍ରରେ ଜେଇଇ ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ, ୨୫।୭: ଜେଇଇ (ମେନ୍‌) ପରୀକ୍ଷା ଜୁଲାଇ ୨୦, ୨୨, ୨୫ ଏବଂ ୨୭ରେ ଦେଶ ତଥା ବିଦେଶରେ ୩୩୪ଟି ସହରରେ ହେଉଛି। ତେବେ ମହାରାଷ୍ଟ୍ରରେ...

ମନ୍ଦିର କୂଅ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରର ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୮...

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ...

ପେଗାସସ୍‌ କିଣିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୩୦।୧: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ବାବଦରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଛି ଆମେରିକାର ଖବରକାଗଜ...

ଅପରେଶନ ସମୟରେ କଥା ହେଉଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ୍‌ ସର୍ଜରୀ

ସାଧାରଣତଃ ଡାକ୍ତରମାନେ ଶାନ୍ତ ଆଉ ଏକାଗ୍ରତା ରକ୍ଷାକରି ରୋଗୀଙ୍କ ଅପରେଶନ କରିଥାନ୍ତି। ଆଉ ଆତ୍ମୀୟସ୍ବଜନମାନେ ବାହାରେ ଠିଆ ହୋଇ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି।...

ଅନନ୍ତନାଗରେ ଗୁଳି ବିନିମୟ ଜାରି

ନୂଆଦିଲ୍ଲୀ,୧୬ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ...

Advertisement
Archives

Model This Week