Posted inଖେଳ

୬୧ ବର୍ଷରେ ପାଦଦେଲେ କପିଲ୍‌ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍‌

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍‌ ଦେବ୍‌ ରାମଲାଲ୍‌ ନିଖଞ୍ଜ୍‌। ତାଙ୍କର ପ୍ରଭାବଶାଳୀ ଖେଳ ପାଇଁ ପ୍ରଶଂସକ କପିଲ୍‌ଙ୍କୁ ହରିୟାଣା ତୋଫାନ୍‌ ଭାବେ ଡାକିଥାନ୍ତି। ୧୯୮୩ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ବିଶ୍ୱକପ୍‌ ଆଣିଥିଲେ। ଓ୍ବେଷ୍ଟ ଇଣ୍ଡିଜ୍‌ ସହିତ ତାଙ୍କର ବ୍ୟାଟିଂ ଏବଂ ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିଥିବା କଷ୍ଟସାଧ୍ୟ କ୍ୟାଚ୍‌ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ସୁନ୍ଦରୀ ଅଭିନେତ୍ରୀ ସାରିକା ଠାକୁରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଥିଲା। ସେ ଅନ୍ୟ କେତେକଙ୍କ ସହିତ ଡେଟିଂ କରୁଥିବାର ମଧ୍ୟ ଶୁଣାଯାଉଥିଲା। ତେବେ ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ୧୯୮୦ରେ ସେ ରୋମି ଭାଟିଆଙ୍କୁ ବିବାହ କରିଥିଲେ। ବିବାହ ପରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ ତାଙ୍କ ଝିଅଙ୍କ ନାମ ଅମିୟା ଦେବ। ସେ ୧୩୧ ଟେଷ୍ଟ ମ୍ୟାଚ୍‌ରେ ୧୮୪ ଥର ଖେଳି ୫୨୪୮ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୮ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ ରହିଛି। ସେହିପରି ୨୫୫ଟି ଏକ ଦିବସୀୟ ମ୍ୟାଚ୍‌ରେ ୧୯୮ ଥର ଖେଳି ସେ ୩୭୮୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧ ଶତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri