Posted inଜାତୀୟ

୬୦ ଘଣ୍ଟା ପରେବି ବୋରଓ୍ବେଲରେ ଫସିଥିବା ଶିଶୁ ଜୀବିତ

ତ୍ରିଚି,୨୮।୧୦: ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ ଅର୍ଥାତ୍‌ ରବିବାର ରାତି ପର୍ଯ୍ୟନ୍ତ ସେ ଜୀବିତ ଥିବା ଜଣାପଡିଛି। ସୁଜିଥ ନାମକ ଉକ୍ତ ଶିଶୁଟି ପ୍ରଥମେ ୨୬ ଫୁଟ ଗଭୀରରେ ଅଟକି ରହିଥିବା ବେଳେ ଦଉଡି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯିବା ସମୟରେ ସେ ୭୦ ଫୁଟ ତଳକୁ ଖସି ଯାଇଥିଲେ। ଏହାପରେ ଏନ୍‌ଡିଆର୍‌ଏଫ୍‌ଟିମ ଓ ଅଗ୍ନିଶମ ବାହିନିର ବହୁପରିଶ୍ରମ ପରେ ଶିଶୁଟିକୁ ଜୀବିତ ଉଦ୍ଧାର କରାଯିବାକୁ ଚେଷ୍ଟା ଚାଲିଛି। ହେଲେ ଶିଶୁଟି ବେହୋସ ହୋଇଯାଇଥିବା ବେଳେ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଶିଶୁଟି ଖେଳୁଥିବା ବେଳେ ଉକ୍ତ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରେ ଛଟେଇ ପ୍ରକ୍ରିୟା ଜାରି, ଏବେ ପେପ୍‌ସିକୋ କରୁଛି ଯୋଜନା

ନୂଆଦିଲ୍ଲୀ,୬ ।୧୨: ଟୁଇଟର, ଅମେଜନ, ଫେସବୁକ ପରେ ଏବେ ପେପସିକୋ କମ୍ପାନୀ କର୍ମଚାରୀ ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ୱାଲ...

ଜୋତାରେ ଥିଲା ସାପ: ଏସ୍‌ପିଙ୍କୁ ମାରିଲା ଚୋଟ

ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍‌ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍‌ପି ମୟଙ୍କ ଅଓ୍ବସ୍ତିି ଘରୁ...

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ...

ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୨।୧୦: ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ଏକ ନୂଆ ୧୦୦ ଟଙ୍କିଆ କଏନ୍‌ର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହାର...

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ, ଫୁଲ ବର୍ଷା କଲେ ଲୋକେ…

ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ କର୍ନାଟକର ମହୀଶୂରରେ ୧୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ...

ଉରି ସର୍ଜିକାଲ ଷ୍ଟ୍ରାଇକ୍‌କୁ ପୂରିଲା ୩ ବର୍ଷ

ନୂଆଦିଲ୍ଲୀ,୨୮।୯: ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ...

ଜି୨୦ ସର୍ବଦଳୀୟ ବୈଠକରେ ନବୀନ

ନୂଆଦିଲ୍ଲୀ,୬।୧୨:ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍‌ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ...

Advertisement
Archives

Model This Week