Posted inଜାତୀୟ

୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ ଓ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ବିବରଣୀ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୫ଟି ଦେଶକୁ ଅନୁରୋଧ କରିଛି। ସିବିଆଇ ଏଥିପାଇଁ ବ୍ରିଟେନ, ସ୍ବିଜରଲାଣ୍ଡ, ବରମୁଡା, ମରିସସ୍‌ ଏବଂ ସିଙ୍ଗାପୁରକୁ ପତ୍ର ଲେଖିଥିବା ଜଣାପଡିଛି। ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କା ବିଦେଶୀ ପୁଞ୍ଜିନିବେଶକୁ ମଞ୍ଜୁରୀ ଦେବାରେ ଅନିୟମିତତାକୁ ନେଇ ତତ୍କାଳୀନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ ବୁଧବାର ରାତିରେ ସିବିଆଇ ଗିରଫ କରିଥିଲା। ଏହି ମାମଲାରେ ମନିଲଣ୍ଡରିଂକୁ ନେଇ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri