୫ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

ନୂଆଦିଲ୍ଲୀ,୨୩-୯: ଚଳିତ ମାସ ୨୯ରୁ ନବରାତ୍ର ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଗଦ ନିଜ ନିକଟରେ ରଖିବା ବୁଦ୍ଧିମାନ କାମ ହେବ। କାରଣ ଚଳିତ ମାସ ଶେଷ ୫ ଦିନ ଲାଗି ବ୍ୟାଙ୍କ କାରବାର ବନ୍ଦ ରହିବ। ଲଗାତାର ଭାବେ ଏତେଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁ ନଗଦ ସଙ୍କଟ ଦେଖା ଦେଇ ପାରେ। ଏଣୁ ବ୍ୟାଙ୍କ ବନ୍ଦ ହେବା ଆଗକୁ ସମସ୍ତ ପ୍ରସ୍ତୁତି କରିନେଲେ କୌଣସି ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରି ସଙ୍ଗଠନଗୁଡିକ ୨୬ ଏବଂ ୨୭ ତାରିଖରେ ଧର୍ମଘଟକୁ ଓହ୍ଲାଉଛନ୍ତି। ୨୮ ସେପ୍ଟେମ୍ବର ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପଡିବାରୁ ବ୍ୟାଙ୍କ ବନ୍ଦ ରହିବ। ୩୦ ସେପ୍ଟେମ୍ବରରେ ବ୍ୟାଙ୍କ ଖୋଲିବାକୁ ଥିବା ବେଳେ ବର୍ଷର ୬ ମାସ ସମୟ ଶେଷ ଯୋଗୁ ନେଣ ଦେଣ ହେବ ନାହିଁ। ମୋଟା ମୋଟି ଭାବେ କହିବାକୁ ମୋଟ ୫ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବା ଯୋଗୁ ଉପଭୋକ୍ତା ଏବଂ ବ୍ୟବସାୟୀ ନେଣଦେଣ ନେଇ ସମସ୍ୟା ସାମ୍ନା କରିବେ ବୋଲି ଜଣାପଡିଛି।
ଏଟିଏମ୍‌ରେ ନଗଦ ସମସ୍ୟା ଆଶଙ୍କା
ଲଗାତାର ୫ ଦିନ ବ୍ୟାଙ୍କ କାରବାର ବନ୍ଦ ହେବା ଯୋଗୁ ଏଟିଏମ ଗୁଡିକରେ କ୍ୟାଶ ଶେଷ ହେବାର ସମସ୍ୟା ମଧ୍ୟ ଉପୁଜିବାର ସମ୍ଭାବନା ରହିଛି। କୌଣସି ଏଟିଏମ୍‌ରେ ନଗଦ ରଖିବାର କ୍ଷମତା ୨ ଦିନ ରହିଥାଏ। ଧର୍ମଘଟ ଏବଂ ବନ୍ଦ ଯୋଗୁ ଏଟିଏମ ଟଙ୍କା ଭରିବା ସମସ୍ୟା ଦେଖାଯିବ।
ଚେକ୍‌ କ୍ଲିୟର ପାଇଁ ଲାଗିବ ଅଧିକ ସମୟ
ଏହି ସମୟରେ ଚେକ୍‌ କ୍ଲିୟର ହେବାକୁ ଅଧିକ ସମୟ ଲାଗିବ। ଯଦି କୌଣସି ଗ୍ରାହକ ୨୫ ସେପ୍ଟେମ୍ବରରେ ଚେକ୍‌ କ୍ଲିୟର ଲାଗି ଦେଇଥାନ୍ତି ତେବେ ଏହା କ୍ଲିୟର ଲାଗି ୩ ଅକ୍ଟୋବର ଯାଏ ସମୟ ଲାଗିବ। ଅକ୍ଟୋବର ପହିଲାରେ ଏହା ଯଦି କ୍ଲିୟର ହୁଏ ତେବେ ୨ ଅକ୍ଟୋବର ଗାନ୍ଧି ଜୟନ୍ତି ପଡୁଥିବାରୁ ୩ ତାରିଖରେ ଖାତାକୁ ପଇସା ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri