୫ ଦିନ ପୂର୍ବରୁ ବାହାଘର ଭାଙ୍ଗିଥିଲେ ସଲ୍‌ମାନ

ମୁମ୍ବାଇ: ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସଲ୍‌ମାନ ଖାନ୍‌ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ୍‌ର ମୋଷ୍ଟ ଏଲିଜିବଲ୍‌ ବ୍ୟାଚେଲର୍‌ ହୋଇ ବି ୫୩ ବର୍ଷ ବୟସରେ କୁଆଁରା ଅଛନ୍ତି ସଲ୍‌ମାନ। ହେଲେ ଏବେ ତାଙ୍କ ବାହାଘର ସମ୍ପର୍କରେ ଏକ ଅଜଣା କଥା ପ୍ରକାଶ କରିଛନ୍ତି ତାଙ୍କ ସାଙ୍ଗ ତଥା ଫିଲ୍ମ ପ୍ରଯୋଜକ ସାଜିଦ୍‌ ନାଦିଆଓ୍ବାଲା। ସେ କହିଛନ୍ତି, ୧୯୯୯ରେ ସଲ୍‌ମାନଙ୍କ ବାହାଘର ହେବାର ଥିଲା। ସଲ୍‌ମାନଙ୍କ ବାପାଙ୍କ ଜନ୍ମଦିନ ନଭେମ୍ବର ୧୮ ତାରିଖରେ ହିଁ ବାହାଘର ଫିକ୍ସ ହୋଇଥିଲା। ଏପରି କି ବନ୍ଧୁବାନ୍ଧବଙ୍କୁ କାର୍ଡ ବଣ୍ଟା ସରିଥିଲା। କିନ୍ତୁ ଏହାର ୫-୬ ଦିନ ପୂର୍ବରୁ ସଲ୍‌ମାନଙ୍କ ମନ ବଦଳି ଯିବାରୁ ସେ ବାହା ହେବେନି ବୋଲି ମନା କରିଦେଇଥିଲେ ବୋଲି ସାଜିଦ୍‌ କହିଛନ୍ତି। ନୂଆ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ର ପ୍ରମୋଶନ ପାଇଁ ପୂରା ଟିମ୍‌ ସହ ସାଜିଦ୍‌ କପିଲ୍‌ ଶର୍ମା ଶୋ’କୁ ଆସିଥିବା ବେଳେ ସଲ୍‌ମାନଙ୍କ ବାହାଘରକୁ ନେଇ ଏହି ମଜାଦାର ଉତ୍ତର ଦେଇଥିଲେ। ସାଜିଦ୍‌ଙ୍କ ପ୍ରଯୋଜିତ ‘ହାଉସ୍‌ଫୁଲ୍‌-୪’ ଫିଲ୍ମରେ ଖିଲାଡି ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦଓ୍ବେଲ, କ୍ରିତି ସାନନ୍‌, କ୍ରିତି ଖରବନ୍ଦା, ପୂଜା ହେଗ୍‌ଡେ ଓ ଚଙ୍କି ପାଣ୍ଡେ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଅନ୍ୟପଟେ ସାଜିଦ୍‌ଙ୍କ ଦ୍ୱାରା ପ୍ରଯୋଜିତ ସଲ୍‌ମାନଙ୍କ ସିକ୍ୱେଲ୍‌ ଫିଲ୍ମ ‘ଦବଙ୍ଗ-୩’ର ଟ୍ରେଲର୍‌ ଲଞ୍ଚ ଇଭେଣ୍ଟ ବୁଧବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼...

ସୁଶାନ୍ତଙ୍କ ହାତଲେଖାକୁ ନେଇ କରାଯାଉଛି ବିଶ୍ଳେଷଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ସହଜରେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଜାଣିବାକୁ...

ସ୍ପେନିଶ ଶିଖୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଏବେ ସ୍ପେନିଶ ଭାଷା ଶିଖୁଛନ୍ତି। ବର୍ତ୍ତମାନ ସେ ମାତ୍ର ୩ ବର୍ଷର। ତେବେ ଲକ୍‌ଡାଉନ୍‌ରେ ନିଜକୁ...

ସିଦ୍ଧିମାରୁ ବେବୋ

କରୀନା କପୁରଙ୍କ ନିକ୍‌ ନେମ୍‌ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍‌ର ଶୋ’ମ୍ୟାନ୍‌ ଭାବେ ପରିଚିତ ପ୍ରଖ୍ୟାତ...

‘ମଲଙ୍ଗ’ ଟ୍ରେଲରକୁ ଦେଖି ସଲମାନ କହିଲେ ‘ଝକାସ୍‌’

ମୁମ୍ବାଇ: ଗତ ସପ୍ତାହରେ ଫିଲ୍ମ ‘ମଲଙ୍ଗ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଅନୀଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ଓ କୃନାଲ...

ସୁର ସମ୍ରାଜ୍ଞୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୮।୯: ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଶନିବାର ୯୦ତମ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଲତାଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ରୁ ଆରମ୍ଭ କରି କ୍ରିକେଟ ଜଗତରୁ ଶୁଭେଚ୍ଛାର...

ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ...

ଆକାଶକୁ ଦେଖି କାହାକୁ ମନେ ପକାଇଲେ ସଲମାନ୍‌ ‌…

ଦବଙ୍ଗ ଷ୍ଟାର ସଲମାନ ଖାଁ ପ୍ରାୟ ସାଢ଼େ ୬ ମାସ ପରେ ପୁଣି ଥରେ ଶୁଟିଂ ସେଟକୁ ଫେରିଛନ୍ତି। ସହ ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ସହ...

Coronavirus Update

Archives

Model This Week

Why Dharitri