୫ ଦିନ ପରେ ବାଜିବ ରେଭେନ୍‌ଶା ରେଡ଼ିଓ: କଟକ ଶୁଣୁଥିଲା, ଏବେ ଭୁବନେଶ୍ୱର ଶୁଣିବ

କଟକ ଅଫିସ,୩୦ା୬: ଆଉ ୫ ଦିନ ପରେ ବାଜିବ ରେଭେନ୍‌ଶା ରେଡିଓ। ୪ବର୍ଷ ଧରି ଖତ ହୋଇ ପଡ଼ିବା ପରେ ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃକାର୍ଯ୍ୟକ୍ଷମ କରିବାର ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ କଟକବାସୀ ନୁହେଁ ଏଥର ରେଭେନ୍‌ଶା ରେଡିଓର ସ୍ବର ୨୦ କିମିରୁ ଉର୍ଦ୍ଧ୍ୱ ପରିଧି ପର୍ଯ୍ୟନ୍ତ ଶୁଭିବ। ବିଶେଷକରି ଭୁବନେଶ୍ୱର ପର୍ଯ୍ୟନ୍ତ ଏହା ଶୁଣାଯିବ। ପ୍ରଥମେ ସାତ ଦିନ ଧରି ଡ୍ରାଏ ରନ୍‌ ଅର୍ଥାତ ପରୀକ୍ଷାମୂଳକ ଭାବେ ରେଡିଓରେ କିଛି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ପରେ ଛାତ୍ରୀଛାତ୍ରଙ୍କୁ ନେଇ ଏହା ନିୟମିତ ଭାବେ ଚାଲିବ ବୋଲି ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ସ୍ବାଇଁ କହିଛନ୍ତି।
୨୦୧୧ ଏପ୍ରିଲ ୧୪ରେ ରେଭେନ୍‌ଶା ରେଡ଼ିଓ ଉଦ୍‌ଘାଟିତ ହୋଇଥିଲା। ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନରେ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାରେ ରେଭେନ୍‌ଶା ରେଡ଼ିଓ ପ୍ରଥମ ମାନ୍ୟତା ପାଇଥିଲା। ଓଡ଼ିଆ ନୂଆବର୍ଷ ତିଥିରେ ତତ୍କାଳୀନ କୁଳପତି ଦେବଦାସ ଛୋଟରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ କିଛିବର୍ଷ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ ହେବା ସହ ବେଶ ଲୋକାଦୃତ ମଧ୍ୟ ହୋଇଥିଲା। ରେଭେନ୍‌ଶା ଠାରୁ ୫ କିମି ପରିଧି ପର୍ଯ୍ୟନ୍ତ ରେଡିଓର ସ୍ବର ଶୁଭୁଥିଲା। ପରେ ବୈଷୟିକ ତ୍ରୁଟି ଯୋଗୁ ପ୍ରସାରଣ ବନ୍ଦ ହେବା ସହ ଧିରେଧିରେ ସମ୍ପୂର୍ଣ୍ଣ ବନ୍ଦ ହେବା ଭଳି ପରିସ୍ଥିତି ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଫଳରେ ସେଠାରୁ କିଛି ସରଞ୍ଜାମ ଚୋରି ହୋଇଯାଇଥିବାବେଳେ ଆନୁସଙ୍ଗିକ ସରଞ୍ଜାମରେ ଉଇ ଲାଗି ନଷ୍ଟ ହୋଇଥିଲା। ବିଭିନ୍ନ ସମୟରେ ଛାତ୍ରୀଛାତ୍ରମାନେ ଏହାକୁ ନେଇ ପ୍ରତିବାଦ କରିବା ପରେ ରେଭେନ୍‌ଶା ରେଡ଼ିଓ ପୁଣି ଥରେ ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡ. ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଚାଲିଛି। ମୋଟ୍‌ ୨୫ଲକ୍ଷ ଟଙ୍କା ବଜେଟ ରହିଛି ବୋଲି ସ୍ବାଇଁ ସୂଚନା ଦେଇଥିଲେ। ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ କର୍ପୋରେଶନ ଇଣ୍ଡିଆ ଲିମିଟେଡ ଏହି କାର୍ଯ୍ୟ କରୁଛି। ମୋଟ୍‌ ୩ଟି ରୁମ୍‌ ଯଥା ରେକଡିଂ ରୁମ୍‌, ଅନ ଏୟାର ରୁମ୍‌ ଓ ଟ୍ରାନ୍ସମିଟର ରୁମ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ୫ଦିନ ପରେ ପରୀକ୍ଷାମୂଳକ ଭାବେ ପ୍ରସାରଣ କରାଯିବ। ସାମାଜିକ-ଅର୍ଥନୈତିକ ଶିକ୍ଷା ଠାରୁ ଆରମ୍ଭ କରି ମନୋରଞ୍ଜନ ଓ କ୍ୟାରିୟର କାଉନସେଲିଂ ଭଳି କାର୍ଯ୍ୟକ୍ରମ ଏବେ ରେଭେନ୍‌ଶା ରେଡ଼ିଓରେ ପୁଣି ଥରେ ଶ୍ରୋତା ଶୁଣିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ଗ୍ୟାସ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri