Posted inରାଜ୍ୟ

୫ ଡାକ୍ତରଖାନାକୁ ‘ଲକ୍ଷ୍ୟ’ ମାନ୍ୟତା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାଜ୍ୟର ୫ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ‘ଲକ୍ଷ୍ୟ’ ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ରାୟଗଡ଼ା ଜିଲା ଚିକିତ୍ସାଳୟ, କନ୍ଧମାଳ ଜିଲା ଚିକିତ୍ସାଳୟ, ଢେଙ୍କାନାଳ ଜିଲା ଚିକିତ୍ସାଳୟ ଓ କେନ୍ଦୁଝର ଜିଲାର ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ଅତିରିକ୍ତ ସଚିବ ମନୋଜ ଝାଲାନୀ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଚିଠି ଲେଖି ଜଣାଇଛନ୍ତି। ଡାକ୍ତରଖାନାରେ ଲେବର ରୁମ୍‌ ଓ ମାଟର୍ନିଟି ଅପରେଶନ ଥିଏଟରର ଭିତ୍ତିଭୂମିକୁ ତଦାରଖ କରି ଏହି ମାନ୍ୟତା ଦିଆଯାଇଥାଏ। ଲେବର ରୁମ୍‌ ଓ ମାଟର୍ନିଟି ଅପରେଶନ ଥିଏଟର ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଯଥାକ୍ରମେ ୯୩% ଓ ୯୫% ସ୍କୋର ମିଳିଥିବାବେଳେ ରାୟଗଡ଼ା ଜିଲା ଚିକତ୍ସାଳୟକୁ ୮୯% ଓ ୮୮%, କନ୍ଧମାଳ ଜିଲା ଚକିତ୍ସାଳୟକୁ ୯୦% ଓ ୮୪%, ଢେଙ୍କାନାଳ ଜିଲା ଚିକିତ୍ସାଳୟକୁ ୯୧% ଓ ୯୬% ଏବଂ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୮୬% ଓ ୮୯% ସ୍କୋର୍‌ ମିଳିଛି। ଏଥିସହିତ କଳାହାଣ୍ଡି ଜିଲା ଚିକତ୍ସାଳୟର ୧୨ ବିଭାଗକୁ ‘କ୍ୱାଲିଟି’ ମାନ୍ୟତା ଦିଆଯାଇଥିବାବେଳେ ମୋଟ ୮୪% ସ୍କୋର ମିଳିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ ପାଇଁ ଆଧାର ବାଧ୍ୟତାମୂଳକ: ସବୁ ପିଡିଏସ୍‌ରୁ ନେଇପାରିବେ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ସ୍କିମ୍‌ ହିତାଧିକାରୀମାନେ ଏଣିକି ରାଜ୍ୟର ଯେକୌଣସି ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ର(ପିଡିଏସ୍‌)ରୁ ଚାଉଳ,...

ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ...

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ଏକକ ପିଜି ପରୀକ୍ଷା। ଏନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ...

ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ...

୧୫ଦିନ ମଧ୍ୟରେ ଖୋଲିବ ନିକୋ ପାର୍କ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦୀର୍ଘ ୬ମାସ ପରେ ପୁଣି ଖୋଲିବ ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)। ଫନୀରେ କ୍ଷତିଗ୍ରସ୍ତ ହୋଇ...

ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ...

ସ୍କୁଲ ଖୋଲିବା ପରେ ପାଠପଢ଼ାକୁ ନେଇ ଚିନ୍ତାରେ ସରକାର: ବାତ୍ୟାବିପନ୍ନ ଛାତ୍ରୀଛାତ୍ର ପାଖ ବିଦ୍ୟାଳୟକୁ ଯିବେ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଦିନକ ପରେ ସ୍କୁଲ ଖୋଲିବ। କିନ୍ତୁ ‘ଫନୀ’ ପ୍ରଭାବିତ ଅଞ୍ଚଳରେ ପିଲାମାନେ କେଉଁଠି ପାଠ ପଢ଼ିବେ, ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଖରାଛୁଟି...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ  ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week