୫-ଟି ସଚିବ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଜିଲା ଗସ୍ତ: ମାର୍ଚ୍ଚ ୨୦ ସୁଦ୍ଧା ଶାମଗୁଡ଼ିଆ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡା ଅଫିସ, ୧୫ା୧୦: ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସହର ନିକଟ ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଜିଲା ମୁଖ୍ୟ ଚିକତ୍ସାଳୟର ଡପିଡି ଓ ଡାଇଲିସିସ୍‌ ସେଣ୍ଟରର ଆବଶ୍ୟକତା ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ୫ ଟି ସଚୀବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରପଡା ଗସ୍ତ ପରେ ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ମୋ’ ସରକାର ଯୋଜନା କାର୍ଯ୍ୟକାରୀର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ୫ ଟି ସଚିବ ପାଣ୍ଡିଆନ ପୂର୍ବାହ୍ନ ୧୧.୪୫ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତାଙ୍କସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରସୂତି ବିଭାଗ, ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋଲ୍ୟାବ୍‌ ଆଦି ବୁଲି ଦେଖଥିଲେ। ଏହି ଅବସରରେ ରୋଗୀଙ୍କ ସହିତ ସ୍ବାସ୍ଥ୍ୟସେବା, ନିରାମୟରୁ ଔଷଧ ପ୍ରାପ୍ତି, ସରକାରୀ ପାଥୋଲାବ୍‌ରେ ଟେଷ୍ଟ, ଡାକ୍ତରଖାନା କର୍ମଚାରୀଙ୍କ ଅର୍ଥ କାରବାର ଆଦି ସମ୍ପର୍କରେ ପଚାରି ବୁଝିଥିଲେ। ଏସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ମତାମତ ନେଇଥିଲେ। ପରେ ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ସହିତ ନିକଟସ୍ଥ ଶାମଗୁଡିଆରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଠିକାସଂସ୍ଥା ଇପିଆଇର ଲୋକାଲ ମ୍ୟାନେଜର ଓ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ। ଏହାର ଗ୍ରାଉଣ୍ଡ ଫ୍ଲୋର ଆସନ୍ତା ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରି ଜିଲା ଚିକିତ୍ସା ଅଧିକାରୀଙ୍କୁ ହସ୍ତାନ୍ତର ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବମାନେ ଫେରିଯାଇଥିଲେ।

ସଚୀବଙ୍କ ଗସ୍ତ ସମ୍ପର୍କରେ ଜିଲାପାଳ ବର୍ମା କହିଛନ୍ତ ିଯେ, ମୋ’ ସରକାର ଯୋଜନାକୁ ସୁପରିଚାଳନା ପାଇଁ କେତେକ ନିର୍ଦ୍ଦେଶ ଦେଇଛନ୍ତି ା ସ୍ବାସ୍ଥ୍ୟସେବାର ପ୍ରତ୍ୟେହ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୧୭୫ ଶଯ୍ୟା ଥିବାରୁ ରୋଗୀଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଶାମଗୁଡିଆ ସ୍ବାସ୍ଥ୍ୟକେନ୍ଦ୍ରର ତୁରନ୍ତ ନିର୍ମାଣ ଜରୁରି ବୋଲି ସେ କହିଛନ୍ତି। ସେହିପରି ଶ୍ରୀ ବଳଦେବଜୀଉ ମନ୍ଦିରର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ୨ କୋଟି ଟଙ୍କାର ଅନୁଦାନ ସହିତ ୯ କୋଟି ଟଙ୍କାର ଅନୁଦାନକୁ ମଞ୍ଜୁର ହୋଇଥିବା ଜିଲାପାଳ ବର୍ମା ସୂଚନା ଦେଇଛନ୍ତି। ସଚୀବଙ୍କ ଏହି ଗସ୍ତରେ ସିଡିଏମ୍‌ଓ ଡା. ଉର୍ମିଳା ମିଶ୍ରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri