୫ ଗ୍ୟାରେଜ୍‌ ଖୋଲା ରଖିବାକୁ ଅନୁମତି

କଟକ ଅଫିସ୍‌,୨୯ା୩: ଲକ୍‌ଡାଉନ୍‌ ଯୋଗୁ କଟକ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗ୍ୟାରେଜ ଗୁଡ଼ିକ ବନ୍ଦ ରହିଛି। ଫଳରେ ରାଜପଥରେ ଚଳାଚଳ କରୁଥିବା ମାଲ୍‌ବାହୀ ଗାଡ଼ିଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ୫ଟି ଗ୍ୟାରେଜ୍‌କୁ ଖୋଲା ରଖିବାକୁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁମତି ଦିଆଯାଇଛି। ସେଗୁଡ଼ିକ ହେଲା ମଙ୍ଗୁଳିର ତୃପ୍ତି ଅଟୋମେଟିଭ୍‌, ରଶ୍ମି ମୋଟର୍ସ ଏବଂ କଲିକତା ଟାୟାର୍‌ ସର୍ଭିସ୍‌, ଫୁଲନଖରା ଆଦିତ୍ୟ ମହିନ୍ଦ୍ରା ଏବଂ ବିରୁପା କେନାଲ୍‌ ରୋଡ୍‌ସ୍ଥ ନରସିଂହ ଟେକ୍ନୋ ଇଞ୍ଜିନିୟରିଂ ସଲ୍ୟୁଶନ୍‌। ତେବେ ଗ୍ୟାରେଜ୍‌ ଖୋଲିବା ପାଇଁ କେତେକ ସତ୍ତର୍ର୍ ରଖାଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଗ୍ୟାରେଜ୍‌ରେ ସାମାଜିକ ଦୂରତା ରକ୍ଷା କରିବା, ଭିଡ଼ ନ କରିବା, ଆସୁଥିବା ଡ୍ରାଇଭରମାନଙ୍କୁ ହାତ ଗୋଡ଼ ଧୋଇବାକୁ ପରାମର୍ଶ ଦେବା, କମ୍‌ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା, କେବଳ ମାଲ୍‌ବାହୀ ଗାଡ଼ିର ମରାମତି କରିବା, ସୋ ରୁମ୍‌ ଖୋଲା ନ ରଖିବା, କର୍ମଚାରୀମାନେ ବୈଧ ପରିଚୟପତ୍ର ପରିଧାନ କରିବାକୁ ସର୍ତ୍ତ ରଖାଯାଇଛି ବୋଲି କଟକ ଆର୍‌ଟିଓ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦେବାରୁ ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲେ

ମାଲକାନଗିରି, ୩୧ା୧୦(ଡି.ଏନ୍‌.ଏ.): ମନମାନି ଚଳାଇଛି ଟାଟା କମ୍ପାନୀ। ବିଦ୍ୟୁତ୍‌ ବିଲ୍‌ ପୈଠ ସତ୍ତ୍ୱେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟୁଛି। ଘରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେତୁ ଘରେ...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ପଚାରିଲେ

ପୁରୀ ଅଫିସ,୨୮।୫: ଏଏସ୍‌ଆଇର ଅନୁମତି ନ ଥାଇ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ସରକାର ବନ୍ଦ କରୁ ନ ଥିବାରୁ ତାଙ୍କୁ ସିଧାସଳଖ ଟାର୍ଗେଟ...

ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଆଖିବୁଜିଲେ ସତ୍ୟ

କଟକ ଅଫିସ, ୮ା୧୦: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ...

ତାଜା ଭୁଶୁଡ଼ି ୩ ମହିଳା ଆହତ

ନୟାଗଡ଼ ଅଫିସ,୧୪।୮- ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଶରଧାପୁର ଗ୍ରାମରେ ଘରର ତାଜା ଭୁଶୁଡ଼ି ୩ ଜଣ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ଶରଧାପୁର...

୩୫ ୟୁନିଟ୍‌ ରକ୍ତ ସଂଗୃହୀତ

ସୋର,୨୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଶରୀପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଚନ୍ଦନେଶ୍ୱର ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ...

ସାଢ଼େ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣା: ପୁଣି ଗଞ୍ଜେଇ ଚାଲାଣ ଗାଡ଼ି ମାଲିକ ଗିରଫ

ଫୁଲବାଣୀ ଅଫିସ, ୩୦୭-ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ବାଲନ୍ଦାପଡା ଫାଣ୍ଡି ଅଞ୍ଚଳରେ ପୋଲିସ ୨୧ ତାରିଖରେ ଏକ ଗାଡିରୁ ୯ କୁଇଣ୍ଟାଲ ୫୪ କେଜି ଗଞ୍ଜେଇ...

୨ଦିନ ହେଲା ବିଜୁଳି ବିଚ୍ଛିନ୍ନ

ହିନ୍ଦୋଳ, ୩ା୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ...

Advertisement
Archives

Model This Week