Posted inଜାତୀୟ

୫୮ ବର୍ଷ ପରେ ଭାରତ-ଚାଇନା ସୀମାରେ ଯୁଦ୍ଧ ସଜବାଜ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ପରେ ସୀମାରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ସୀମାରେ ସଜବାଜ ହେବାରେ ଲାଗିଛନ୍ତି। ୫୮ ବର୍ଷ ପରେ ପୁଣି ଦୁଇ ଦେଶ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଲଦାଖଠାରେ ଲାଇନ ଅଫ୍‌ ଆଚୁଆଲ୍‌ କଣ୍ଟ୍ରୋଲ(ଏଲ୍‌ଏସି)ଠାରେ ମାତ୍ର କିଛି ମିଟର ବ୍ୟବଧାନରେ ଦୁଇ ଦେଶର ହଜାର ହଜାର ସୈନ୍ୟ ମୁତୟନ ହୋଇଛନ୍ତି। ଭାରତ ମିଗ୍‌-୨୯, ଆପାଚେ ବିମାନକୁ ରଖିଥିବାବେଳେ ଚାଇନା ପକ୍ଷରୁ ମଧ୍ୟ ସମାନ ପ୍ରକାର ପ୍ରସ୍ତୁତି ହୋଇଥିବା କୁହାଯାଉଛି। ୧୯୬୨ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଚାଇନା ମଧ୍ୟରେ ୧୯୬୨ ଅକ୍ଟୋବର ୨୦ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା। ଏଥିରେ ଚାଇନା ବିଜୟ ଲାଭ କରିଥିଲା। ଭାରତର ୧,୩୮୩ ଯବାନ ଏଥିରେ ଶହୀଦ ହୋଇଥିଲେ। ସେହିପରି ୧,୦୪୭ ଯବାନ ଆହତ ହୋଇଥିବାବେଳେ ୧,୬୯୬ ଯବାନ ନିଖୋଜ ଥିଲେ। ଅପରପକ୍ଷରେ ଚାଇନାର ୭୨୨ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ୧,୬୯୭ ସୈନ୍ୟ ଆହତ ହୋଇଥିଲେ। ତେବେ ଇତିମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ସ୍ଥିତି ବଦଳି ଯାଇଛି। ଭାରତ ପାଖରେ ବିକଶିତ ଯୁଦ୍ଧ ସରଞ୍ଜାମ ରହିଛି। ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ପୂର୍ଣ୍ଣ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶରେ ୨,୬୨୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ଦୁଇ ହଜାରେ ତଳେ ଉପରେ ରହୁଛି।...

ରାଜ୍ୟ ସଭାର ୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୦ ।୬: କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ...

କେଜରିଓ୍ବାଲ ନେବେ ଶପଥ: ରାମଲୀଳା ମଇଦାନରେ ୧୦ ଫୁଟ ଉଚ୍ଚ ମଞ୍ଚ

ନୂଆଦିଲ୍ଲୀ,୧୫।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେବେ। ଏଥିପାଇଁ ରାମଲୀଳା ମଇଦାନରେ ୨୦ ଫୁଟ ଲମ୍ବ,୧୦ ଫୁଟ ଉଚ୍ଚ ଏବଂ ୭୦...

ଆର୍ଯ୍ୟ ସମାଜର ବିବାହ ପ୍ରମାଣକୁ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୬: ପ୍ରେମ ବିବାହକୁ ନେଇ ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଇଥିବା ପ୍ରମାଣ ପତ୍ରର ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

ସବଜି ମଣ୍ଡି ଅଞ୍ଚଳରେ ଭାଙ୍ଗିଲା ଚାରି ମହଲା କୋଠା: ଅନେକେ ପୋତିହୋଇ ପଡିଥିବା ଆଶଙ୍କା

ନୂଆଦିଲ୍ଲୀ,୧୩ ।୯: ରାଜଧାନୀ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳରେ ସୋମବାର ଏକ ୪ ମହାଲା କୋଠା ଭୂଷୁଡି ପଡିଛି । ଖବର ପାଇଁ ପୋଲିସ ସେଠାରେ...

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ

କୋଲକାତା,୧।୮: ହ୍ବାଟ୍ସଆପ୍‌ ଓ ଫେସ୍‌ବୁକରେ ଗ୍ରୁପ କ୍ରିଏଟ୍‌ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ...

ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !

ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ...

Advertisement
Archives

Model This Week