୫୬୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ

ନବରଙ୍ଗପୁର,୫ା୩(ବି.ପ୍ର.) ନବରଙ୍ଗପୁର ଜିଲାର କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜାଲ ଦସ୍ତଖତ କରି ଚାଉଳ ଯୋଗାଣ ଏଜେନ୍ସି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ କରି ଦେଇଛନ୍ତି। ବିଦ୍ୟାଳୟକୁ କମ ଚାଉଳ ଯୋଗାଇ ଠିକ ଓଜନର ଚାଉଳ ଯୋଗାଣ ହେଉଥିବା ଘଟଣା ଏବେ ପଦାକୁ ଆସିଛି। ଜିଲା ଶିକ୍ଷା ଅଧିକାରୀ ପାପଡାହାଣ୍ଡି ବିଇଓଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନବରଙ୍ଗପୁର ଜିଲାରେ ୧୯୨୮ ବିଦ୍ୟାଳୟକୁ ୨୦୧୮-୧୯ ବର୍ଷ (ଏପ୍ରିଲରୁ ମାର୍ଚ୍ଚ) ମଧ୍ୟରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ପାଇଁ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଅନୁମତି ପାଇଥିଲା। ଚାଉଳ ଯୋଗାଣ କମ ହୋଇଥିବା ବେଳେ ଅଧିକା ଦର୍ଶା ଯାଉଥିବା ନେଇ ଶିକ୍ଷକମାନେ ପୂର୍ବରୁ ଜିଲା ଶିକ୍ଷା ଅଧିକାରୀ, ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ବର୍ତ୍ତମାନ ୫ଶହ୬୩ କୁଇଣ୍ଟାଲ ୬ କେଜି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ ହୋଇ ଯାଇଥିବା ସନ୍ଦେହ କରାଯାଇଛି। ୫,୯୫,୨୦୦ କିଲୋ ଚାଉଳ ସ୍ଥାନରେ ୫୩ ହଜାର ୮୮୯୪ କିଲୋ ୧୦ ଗ୍ରାମ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ହୋଇଛି। ଆବଶ୍ୟକ ଥିବା ମୋଟ ୫ଶହ୬୩ କୁଇଣ୍ଟାଲ ୬ କେଜି ଚାଉଳ ଯୋଗାଣ ହୋଇ ନାହିଁ। ବର୍ଷର ପ୍ରଥମ ୬ ମାସରେ ୩୭ ହଜାର ୩୮୪ କିଲୋ ୯୦ ଗ୍ରାମ, ଏହାର ତିନି ମାସ ପରେ ୧୪ ହଜାର ୭୨୧ କିଲୋ ଓ ୪ର୍ଥ ପର୍ଯ୍ୟାୟରେ ୪ ହଜାର ୨ଶହ କିଲୋ ଚାଉଳ ବିଦ୍ୟାଳୟମାନଙ୍କୁ ଯୋଗାଣ କରାଯାଇ ନାହିଁ। ବକେୟା ଚାଉଳ ଯୋଗାଣ ପାଇଁ ଶିକ୍ଷକମାନେ ଏଜେନ୍ସିକୁ ଅନେକ ଥର କହି ଆସୁଥିଲେ ମଧ୍ୟ ସେମାନଙ୍କୁ ଶୁଣି ନ ଥିଲେ। ବକେୟା ଚାଉଳ ଯୋଗାଣ ହୋଇଥିବା ଦେଖାଇ ବିଲ କରି ନେବା ପାଇଁ ସଂସ୍ଥା ଉଦ୍ୟମ କରିଥିଲା। ଚାଉଳ ଯୋଗାଣ ନକରି ଶିକ୍ଷକଙ୍କ ଜାଲ ଦସ୍ତଖତରେ ଚାଉଳ ଯୋଗାଣ ହୋଇଥିବା ଭଳି ବିଲ୍‌ ଭାଉଚର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଟ୍ରାନ୍ସପୋର୍ଟ ଏଜେନ୍ସି ଦାଖଲ କରିଥିଲା।  ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ନକଲି ହୋଇଥିବା ଯାଞ୍ଚ ସମୟରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣାପଡିଥିଲା। ଏନେଇ ଜିଲା ଶିକ୍ଷା ଅଧିକାରୀ ପାପଡାହାଣ୍ଡି ବିଇଓଙ୍କୁ ୨୪ ତାରିଖରେ ଚିଠି ନମ୍ବର ୧୦୦୧ ମାଧ୍ୟମରେ ଏହାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri