୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦଥାପିଥିଲେ। ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ୧୯ ବର୍ଷ ବୟସ୍କ ଶାହରୁଖ୍‌ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ଫୋନ୍‌ ନମ୍ବର ନେଇଥିଲେ। ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀର ଆରମ୍ଭ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ଗୌରୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଶାହରୁଖଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଗୌରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ମାତ୍ର ଏହାକୁ ଗୌରୀ ମନା କରିଥିଲେ। ଶାହରୁଖଙ୍କୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏହା ଦ୍ୱାରା ତାଙ୍କର ଭଲ ପାଇବାର ମୂଲ୍ୟ ରହିବ ନାହିଁ ବୋଲି ଗୋରୀ ଚିନ୍ତା କରିଥିଲେ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ଦିଲ୍‌ ଆଶାନା ନିର୍ମିତ ହୋଇଥିଲା। ତେବେ ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା। ପରେ ୧୯୯୨ରେ ଶାହାରୁଖ୍‌ଙ୍କ ଫିଲ୍ମ ଦିଓ୍ବାନା ବଲିଉଡ୍‌ରେ ଚହଳ ପକାଇଥିଲା। ୨୦୧୧ରେ ଶାହରୁଖ୍‌ଙ୍କ ସହିତ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲେ ମଧ୍ୟ ଶାହରୁଖ୍‌ଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ପୁଷ୍ପା ଦ ରାଇଜ’, ‘୮୩’ର ପ୍ରିମିୟର, ଜାଣନ୍ତୁ କେଉଁ ଚ୍ୟାନେଲରେ ଦେଖିବେ…

ମୁମ୍ବାଇ: ୨୦୨୧ ବର୍ଷର ଦୁଇଟି ସୁପରଡୁପର ହିଟ୍‌ ଫିଲ୍ମ ‘ପୁଷ୍ପା ଦ ରାଇଜ’ ଏବଂ ‘୮୩’ଆଜି ଟିଭିରେ ପ୍ରସାରିତ ହେବ। ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ...

ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...

ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!

ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍‌.ଏସ୍‌. ରାଜାମୌଲୀ। ବାହୁବଳୀ ଏବଂ ଆର୍‌ଆର୍‌ଆର୍‌ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି।...

‘ଦୟାକରି ମୋ’ ନାଁ ନିଅନ୍ତୁନି’

ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ’ କଫି ଓ୍ବିଥ୍‌ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍‌ ଡିଜ୍‌ନି ପ୍ଲସ୍‌ ହଟଷ୍ଟାରରେ...

ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ଜବରଦସ୍ତ ଲୁକ୍‌ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ପୁଷ୍ପା’ରେ ଆଇଟମ ଡ୍ୟାନ୍ସ କରି...

ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ...

ଦୁଇ ଝିଅର ବାପାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ: ଏବେ ସାଜିଛନ୍ତି ‘ଗୋରୀ ମେମ୍‌’

ବମ୍ବେ: ବଡ ପରଦାରେ ନାଁ କମାଇବା ପରେ ଏବେ ଛୋଟ ପରଦା ମୋହରେ ଅଭିନେତ୍ରୀ ନେହା ପେନ୍‌ଡସେ। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପେ ହେ’ରେ...

ଚେନ୍ନାଇ ଏକ୍ସପ୍ରେସ୍‌ ସିକ୍ୟୁଏଲରେ ସାରା-କାର୍ତ୍ତିକଙ୍କୁ ନେବାକୁ ଚାହୁଁଛନ୍ତି ରୋହିତ ସେଟ୍ଟୀ

ବମ୍ବେ: ଫିଲ୍ମ କେଦାରନାଥ ରିଲିଜ ହେବା ପରେ ନିଜ ଅଭିନୟକୁ ନେଇ ବେଶ୍‌ ପ୍ରଶଂସିତ ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାଁ। ଆଗାମୀ ଦିନରେ...

Advertisement
Archives

Model This Week