Posted inଜାତୀୟ

୪୫ ବର୍ଷ ପରେ ଭାରତ-ଚାଇନା ସୀମାରେ ଗୁଳି ବିନିମୟ: ଜଣେ କର୍ନଲ-୨ ଯବାନ ଶହୀଦ

ଲଦାଖ, ୧୬।୬: ଭାରତ ଚାଇନା ସୀମାରେ ଦୀର୍ଘ ୪୫ ବର୍ଷ ପରେ ପୁଣି ଥରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ଜଣେ କର୍ନଲ ଏବଂ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଚାଇନର ୩ ସୈନ୍ୟଙ୍କର ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ଦୁଇପକ୍ଷ ମୁହାଁମୁହିଁ ହୋଇଥିଲେ। ଶେଷଥର ପାଇଁ ୧୯୭୫ ଅକ୍ଟୋବର ୨୦ରେ ଅରୁଣାଚଳପ୍ରଦେଶର ତୁଲୁଙ୍ଗ୍‌ ଲାଠାରେ ଭାରତ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଭାରତୀୟ ଯବାନ ଶହୀଦ ହୋଇଥିଲେ। ୧୯୬୨ ଯୁଦ୍ଧ ପରେ ୧୯୬୭ରେ ସୀମାରେ ପୁଣି ଭାରତ ଏବଂ ଚାଇନା ମଧ୍ୟରେ ଗୁଳି ବିନିମୟ ହୋଇ ନ ଥିଲା। ତେବେ ପୁଣି ଏହାର ପୁନରାବୃତ୍ତି ହୋଇଛି। ୧୯୬୭ ସେପ୍ଟେମ୍ବର ୧୧ରେ ନାଥୁ-ଲାଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାପରେ ୧୯୬୭ ସେପ୍ଟେମ୍ବର ୧୫ରେ ଚୋ-ଲାଠାରେ ମଧ୍ୟ ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ପରେ ସେହିବର୍ଷ ଅକ୍ଟୋବରରେ ବିବାଦ ଥମିଥିଲା। ନାଥୁ-ଲା ଘଟଣାରେ ଚାଇନାର ୩୨ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଭାରତର ୬୫ ଜଣ ଯବାନ ଶହୀଦ ହୋଇଥିଲେ। ସେହିପରି ଚୋ-ଲା ଘଟଣାରେ ଭାରତର ୩୬ ଜଣ ଯବାନ ଶହୀଦ ହୋଇଥିଲେ। ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ସୀମାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚଳିତ ବର୍ଷ ମେ ୫ରେ ଉଭୟ ପକ୍ଷ ପୂର୍ବ ଲଦାଖର ପୈଙ୍ଗୋଗ ହ୍ରଦଠାରେ ମୁହାଁମୁହି ହୋଇଥିଲେ। ସେହିପରି ମେ୯ ରେ ସିକିମ୍‌ର ୧୬ ହଜାର ଫୁଟ ଉଚ୍ଚରେ ଥିବା ନାକୁ-ଲା ସେକ୍ଟରରେ ଉଭୟ ପକ୍ଷର ୧୫୦ରୁ ଅଧିକ ସୈନ୍ୟ ପରସ୍ପରକୁ ଭେଟିଥିଲେ। ମେ ୯ରେ ଚାଇନା ଲଦାଖ ଅଞ୍ଚଳରେ ନିଜର ହେଲିକପ୍ଟର ଓ ଯୁଦ୍ଧ ବିମାନ ଉଡ଼ାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲା ବିପଦ: ବ୍ଲାକ୍‌-ହ୍ବାଇଟ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଆତଙ୍କ..

ଗାଜିଆବାଦ୍‌,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ଭୂତାଣୁ ସହିତ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ନେଇ ଦେଶରେ ସଙ୍କଟ...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଆସନ୍ତା କାଲି ହେବ ସିଡିଏସ୍‌ଙ୍କ ଶେଷ କୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ...

ନୂଆ ମହାମେଣ୍ଟରେ ଜେଡ଼ିୟୁ ହାତରେ ମୁଖ୍ୟମନ୍ତ୍ରୀ-ଆରଜେଡ଼ିର ଉପମୁଖ୍ୟମନ୍ତ୍ରୀ-କଂଗ୍ରେସର ବାଚସ୍ପତି ପଦବୀ ନେଇ ଚର୍ଚ୍ଚା..

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି...

୨୮ବର୍ଷ ପରେ ମା’ଙ୍କ ସହ ରାତ୍ରିଯାପନ କରିବେ ଯୋଗୀ

ଡେରାଡୁନ,୩।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଉତ୍ତରାଖଣ୍ଡର ପୁଅ ଯୋଗୀ ଆଦିତ୍ୟନାଥ ଗତ ୫ବର୍ଷ ପରେ ମଙ୍ଗଳବାର ତାଙ୍କ ପୈତୃକ ଗାଁରେ ପହଞ୍ଚିଛନ୍ତି। ଗାଁରେ ପହଞ୍ଚିବା ପରେ...

ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି...

କୋଭିଡ କାର୍ଯ୍ୟରେ ମୃତ୍ୟୁ ହେଲେ ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା ସହ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୧।୭: କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧାଙ୍କ ନାଁରେ ସାମିଲ ଅଛନ୍ତି ଯବାନ। ଏମାନଙ୍କର ଯଦି କୋଭିଡ-୧୯ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁ ହେଲା...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଓଓ୍ବାଇସି-ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୯।୬ : ସୋସିଆଲ ମିଡ଼ିଆରେ ଘୃଣା ସୃଷ୍ଟି କରିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବାଇସି ଏବଂ ସ୍ବାମୀ ନରସିଂହାନନ୍ଦଙ୍କ...

Advertisement
Archives

Model This Week