Posted inଖେଳ

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମହାନ ଲେଗ୍‌-ସ୍ପିନର ଇଂଲଣ୍ଡର ବ୍ରିଙ୍ଗଟନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରକୁ ବିକିବା ପାଇଁ ସ୍ଥିର କରିଛନ୍ତି। ନିଲାମି ପ୍ରକ୍ରିୟାରେ ଏହି ଘରକୁ ସେ ୬.୮ରୁ ୭.୪ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୫୦-୫୪ କୋଟି ଟଙ୍କା)ରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୪ରେ ଏହାର ନିଲାମ ହେବ। ଅଷ୍ଟ୍ରେଲିଆର ସେଣ୍ଟ କିଲ୍ଡାଠାରେ ଆଉ ଏକ ବିଳାସପୂର୍ଣ୍ଣ ପ୍ରସାଦ କିଣିବାକୁ ଲକ୍ଷ୍ୟ ରଖିଥିବାରୁ ଏହାକୁ ବିକ୍ରି କରୁଛନ୍ତି। ୫୦ ବର୍ଷୀୟ ଓ୍ବର୍ନ ୨୦୧୮ରେ ଅଷ୍ଟ୍ରେଲୀୟ ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ମାଥ୍ୟୁ ଲୟଡଙ୍କଠାରୁ ଏହି ଘରକୁ ୪୦ କୋଟି ମୂଲ୍ୟରେ କ୍ରୟ କରିଥିଲେ। ଓ୍ବର୍ନଙ୍କ ଏହି ବିଳାସମୟ ଘରେ ଆଧୁନିକ ସୁବିଧାର କୌଣସି ଅଭାବ ନାହିଁ। ଏଠାରେ ୫ ବେଡ୍‌ରୁମ୍‌, ୫ ବାଥ୍‌ରୁମ୍‌, ବାର୍‌, ହୋମ୍‌ ଥିଏଟର, ସୁଇମିଂ ପୁଲ୍‌, ସ୍ପା ଭଳି ସୁବିଧା ରହିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ଏହି ଘରେ ୫୦୦ ବୋଲର ଓ୍ବାଇନ୍‌ ରହିଲା ଭଳି ବ୍ୟବସ୍ଥା ରହିଛି। ସ୍ମରଣଯୋଗ୍ୟ, ଓ୍ବର୍ନ ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ, ୧୯୪ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୦୮ ଓ ୨୯୩ ଉଇକେଟ୍‌ ନେଇଛନ୍ତି। ସେହିଭଳି ଟେଷ୍ଟରେ ସେ ୩୧୫୪ ଏବଂ ଦିନିକିଆରେ ୧୦୧୮ ରନ୍‌ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri