Posted inଫୁରସତ

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି। ତେବେ ପ୍ରଥମ ବ୍ରଶ୍‌୍‌ ଚାଇନାରେ ତିଆରି ହୋଇଥିଲା। ୫୦୦ ବର୍ଷ ତଳେ ପ୍ରାଣୀ କେଶରୁ ଚାଇନା ପ୍ରଥମେ ବ୍ରଶ୍‌‌ ତିଆରି କରି ଏହାର ପେଟେଣ୍ଟ୍‌ ମଧ୍ୟ କରିଥିଲା। ପ୍ରାଚୀନ ବାବିଲୋନିଆରେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦୦-୩୫୦୦ ମଧ୍ୟରେ ବ୍ରଶ୍‌ର ବ୍ୟବହାର ମଧ୍ୟ କରାଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ମତପୋଷଣ କରିଥାନ୍ତି। ସେହିପରି ପୁରାତନ ମିଶରରେ ଛୋଟଛୋଟ କାଠ ଏବଂ ପକ୍ଷୀ ପରରେ ବ୍ରସ୍‌ ତିଆରି ହେଉଥିଲା। ଖ୍ରୀଷ୍ଟପୂର୍ବ ୧୬୦୦ରେ ଚାଇନାରେ ସୁଗନ୍ଧିତ ବୃକ୍ଷ କାଠିକୁ ଦାନ୍ତ ଘଷିବା ପାଇଁ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ସମୟରେ ଦାନ୍ତଘଷାକୁ ଅଧିକ ସହଜ କରିବା ଲାଗି ଏହି କାଠିରୁ ବ୍ରଶ୍‌‌ ତିଆରି କରିବାକୁ ଚିନ୍ତା କରାଯାଇଥିଲା। ୧୪୯୮ ଜୁନ୍‌ ୨୬ରେ ଚାଇନାରେ ପ୍ରଥମ କରି ଆଧୁନିକ ବ୍ରଶ୍‌‌ ପ୍ରାଣୀକେଶରୁ ତିଆରି ହୋଇଥିଲା। ପରବର୍ତ୍ତୀ ସମୟରେ ଚାଇନା ପକ୍ଷରୁ ଏହାର ପେଟେଣ୍ଟ୍‌ ମଧ୍ୟ କରାଯାଇଥିଲା। ଏହି ବ୍ରଶ୍‌ରେ କୌଣସି ହାଡ଼ ଅବା ବାଉଁଶରେ ପ୍ରାଣୀକେଶ ଲଗା ଯାଉଥିଲା। ପରେ ୧୯୩୮ରେ ନାଇଲନ୍‌ରେ ବ୍ରଶ୍‌‌ ତିଆରି ଆରମ୍ଭ ହୋଇଥିଲା। ୧୯୫୦ ପରେ ଟୁଥ୍‌ ବ୍ରଶ୍‌‌ ତିଆରି ଆରମ୍ଭ ହୋଇଥିଲା। ୧୯୬୦ରେ ଆମେରିକାରେ ଇଲେକ୍ଟ୍ରିକ୍‌ ବ୍ରଶ୍‌‌ ତିଆରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri