୫୦ରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ଅଫିସ ମନା

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିବାରେ ଲାଗିଛନ୍ତି। ମଙ୍ଗଳବାର ୫୦ବର୍ଷ ଏବଂ ତା’ଠାରୁ ଅଧିକ ବୟସର ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିିୟମ ଘୋଷଣା କରାଯାଇଛି। ୫୦ବର୍ଷରୁ ଅଧିକ ବୟସ୍କ କର୍ମଚାରୀ ଯେଉଁମାନେ ଡାଇବେଟିସ, ଶ୍ୱାସଜନିତ ସମସ୍ୟା, କିଡ୍‌ନୀଜନିତ ରୋଗ, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ସେମାନେ ଛୁଟିରେ ରହିବାକୁ କୁହାଯାଇଛି। ବିନା ଡାକ୍ତରୀ ସାର୍ଟିଫିକେଟ ଦେଖାଇ କଥାବାର୍ତ୍ତା ମାଧ୍ୟମରେ ନିଜ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜଣାଇ ଆସନ୍ତା ଏପ୍ରିଲ ୪ ତାରିଖ ଯାଏ ଛୁଟିରେ ରହିପାରିବେ। ଅଯଥା ବୋଝ ନ ନେଇ ଅଧିକାରୀମାନଙ୍କୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ସମସ୍ତ ସ୍ବୟଂଶାସିତ କିମ୍ବା ବୈଧାନିକ ସଂସ୍ଥା, ପିଏସୟୁଏସ ଏବଂ ନିଗମରେ କାର୍ଯ୍ୟରତ ଅଧିକାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। କରୋନା ସଂକ୍ରମଣ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଅଧିକ ବିପଦ ସୃଷ୍ଟି କରୁଛି। ସେହିପରି ବିଭିନ୍ନ ରୋଗ ସହ ଜଡିତ ରୋଗୀଙ୍କ କ୍ଷେତ୍ରରେ ସଂକ୍ରମଣ ହେଲେ ଏହା ଜୀବନ ନେଇଯିବାର ସମ୍ଭାବନା ରହିଛ। ଯେଉଁ ଅଧିକାରୀମାନେ ଅସୁସ୍ଥତା ଅନୁଭବ କରିବେ ଏବଂ କରୋନା ଭାଇରସ୍‌ ଥିବାର ଲକ୍ଷଣ ବିଷୟରେ ଅନୁଭବ କରିବେ ସେମାନେ ଛୁଟିରେ ରହିବା ସହିତ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବେ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ଚିଠି ସମସ୍ତ ବିଭାଗର ମୁଖ୍ୟ, ଆର୍‌ଡିସି ଏବଂ ଜିଲାପାଳମାନଙ୍କୁ ଦିଆଯାଇ ଏ ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri