୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା ନଁାରେ ୪ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି। କର୍ମଚାରୀ ଅନାଦିଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ଥାନାରେ ମାମଲା(ନଂ.୩୨୭/୧୯) ରୁଜୁ କରାଯାଇଛି। ଘଟଣାର ତଦନ୍ତ କରି ପୋଲିସ ଉକ୍ତ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା ସଭାପତି ସରୋଜ ନାୟକଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସରୋଜଙ୍କ ଘର ବାସୁଦେବପୁର ପୌରପାଳିକାର ସୁରେଶ୍ୱରପୁର ଗ୍ରାମରେ।
ଅନାଦି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ମହାବିଦ୍ୟାଳୟର କିରାଣି ଭାବେ ୨୦୦୭ ଏପ୍ରିଲ ୨୬ରେ ଚିଠି ନଂ.୧୦୩/୦୭ରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଏହି ନିଯୁକ୍ତିପତ୍ର ମୁତାବକ ସେ ପରଦିନ ଏପ୍ରିଲ ୨୭ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏହି ପଦରୁ ବାହାର କରାଯାଇ ଅନ୍ୟ ଜଣେ ଯୁବତୀଙ୍କୁ ଅବସ୍ଥାପିତ କରାଯାଇଥିଲା। ତାଙ୍କୁ ଏହି ପଦବୀରୁ ବାଦ୍‌ ଦିଆଯିବା କ୍ଷେତ୍ରରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ତତ୍କାଳୀନ ସଭାପତି ସରୋଜଙ୍କ ଭୂମିକା ଥିବା ସେ ଜାଣିବାକୁ ପାଇଥିଲେ। ଏହି ପଦବୀରେ ତାଙ୍କୁ ପୁନର୍ବାର ଅବସ୍ଥାପିତ ସହ ସ୍ଥାୟୀ କରାଇଦେବା ପାଇଁ ସେମାନେ ୪ ଲକ୍ଷ ଟଙ୍କା ଦାବି କରିଥିଲେ। ସେମାନେ ତାଙ୍କଠାରୁ ଟଙ୍କା ନେଇଯାଇ ଠକିଛନ୍ତି। ପରେ ସେ ସେମାନଙ୍କୁ ଟଙ୍କା ଫେରାଇବାକୁ କହିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାଛଡ଼ା ଚାକିରି ଦେବା ଆଳରେ ସେମାନେ ଜିଲା ଓ ଜିଲା ବାହାରର କେତେକ ଲୋକଙ୍କଠାରୁ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସରୋଜଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି ।...

ସଙ୍ଗରୋଧ କେନ୍ଦ୍ରରେ ଛାୟା ବିବାହ  

ଓଡ଼ାପଡ଼ା, ୨୭।୫(ଡି.ଏନ.ଏ.)-ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଚିତ୍ତବିନୋଦନ ଲାଗି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଉନ୍ନୀତ ହାଇସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବୁଧବାର ଛାୟା ବିବାହ କାର୍ଯକ୍ରମ...

ଡମ୍‌ବେଲ ପଞ୍ଚରେ ସୁବ୍ରତଙ୍କ ରେକର୍ଡ

ଢେଙ୍କାନାଳ ଅଫିସ, ୪।୮-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି ଗ୍ରାମର ସୁବ୍ରତ କୁମାର ସାମଲ ୧ ମିନିଟରେ ୩୩୪ ଥର ଡମ୍‌ବେଲ ପଞ୍ଚ ମାରି ବଜ୍ର...

ପିକ୍‌ଅପ୍‌ ଭ୍ୟାନ ସହିତ ଚୋରାକାଠ ଜବତ: ୩ଗିରଫ

କପ୍ତିପଦା,୧।୮(ଡି.ଏନ୍‌.ଏ):କପ୍ତିପଦା ରେଞ୍ଜ ଅଧିନ ନିକଟରେ ଚୋରାକାଠ ଚାଲାଣ ହେଉଥିବା ଖବର ପାଇବା ପରେ କପ୍ତିପଦା ବନବିଭାଗ ପକ୍ଷରୁ ବୁଧବାର ରାତିରେ ଏକ ପିକ୍‌ଅପ୍‌ ଭ୍ୟାନ ଉପରେ...

ନିର୍ଦ୍ଦେଶାବଳୀ ପାଳନ କରୁଛି ଜେଏସ୍‌ପିଏଲ୍‌

ଅନୁଗୋଳ ଅଫିସ୍‌, ୬ା୭:  କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଅନୁଗୋଳ ଜିଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଜିନ୍ଦଲ...

ସୂର୍ଯ୍ୟଙ୍କ ଚାରିପଟେ ବିରଳ ବଳୟ

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ବର୍ଷା ସମ୍ଭାବନାରେ ବିଭିନ୍ନ ସଙ୍କେତ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଥା ବେଙ୍ଗ ବୋବାଇବା, ଝିଙ୍କାରି ବୋବାଇବା, ଆକାଶରେ ଖଣ୍ଡ ଖଣ୍ଡ ମେଘ ପ୍ରବାହିତ ହେବା...

ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ...

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ...

Advertisement


Archives

Model This Week

Why Dharitri