Posted inଜାତୀୟ

୪ ରାଜ୍ୟରେ ଜଳ ତାଣ୍ଡବ

ଥିରୁଭାନନ୍ଥପୁରମ୍‌/ବେଙ୍ଗାଲୁରୁ/ ମୁମ୍ବାଇ/ଡେରାଡୁନ,୧୦ା୮(ପି.ଟି.): ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। କେରଳରେ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୩ ଦିନରେ ୩୦ରେ ପହଞ୍ଚତ୍ଥିବାବେଳେ ୨୨ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେହିପରି ମହାରାଷ୍ଟ୍ରର ୫ ଜିଲାରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚତ୍ଛି। କର୍ନାଟକ ସରକାର ଅଲମାଟ୍ଟି ଡ୍ୟାମ୍‌ରୁ ୪.୮୦ ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିଥିବାରୁ ମହାରାଷ୍ଟ୍ର ବନ୍ୟା ପରିସ୍ଥିତି ଆହୁରି ସଙ୍ଗିନ୍‌ ହେବାକୁ ଯାଉଛି। କର୍ନାଟକରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ବେଲାଗାଭି ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ଲୋକ ବନ୍ୟାପାଣି ଘେରରେ ରହିଥିବାବେଳେ ଲକ୍ଷାଧିକ ଏକର ଚାଷଜମି ଜଳମଗ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ନର୍ମଦା ନଦୀର ସର୍ଦ୍ଦାର ସରୋବର ଡ୍ୟାମ୍‌ରେ ଜଳସ୍ତର ପ୍ରଥମ ଥର ପାଇଁ ୧୩୧ ମିଟରରେ ପହଞ୍ଚତ୍ଛି। ୨୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେରଳ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, କର୍ନାଟକ ଓ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି କେରଳ, ମହାରାଷ୍ଟ୍ର, କର୍ନାଟକ ଓ ଗୁଜରାଟକୁ ରାଜ୍ୟକୁ ଏନ୍‌ଡିଆର୍‌ଏଫ୍‌ର ୮୩ ଟିମ୍‌ ପଠାଯାଇଛି। ଏହାବ୍ୟତୀତ ତିନି ସେନା ଓ ତଟସୁରକ୍ଷା ବାହିନୀର ମୋଟ ୧୭୩ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି ବିଭିନ୍ନ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରାଯାଇଛି।
କେରଳରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓ୍ବାୟନାଡ ଓ ମାଲାପୁରମ୍‌ରେ ବଡ଼ ଧରଣର ଭୂସ୍ଖଳନରେ ପାଖାପାଖି ୪୦ ଜଣ ମାଟିତଳେ ପୋତିହୋଇପଡିଥିବା ଆଶଙ୍କା କରାଯାଉଛି। ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ଓ୍ବାୟନାଡ଼, ମାଲାପୁରମ୍‌, କନ୍ନୁର ଏବଂ ଇଡୁକ୍କି ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। କୋଚି ବିମାନ ବନ୍ଦରକୁ ରବିବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ବର୍ଷା ଲାଗିରହିଥିବାରୁ ରାଜ୍ୟର ୧୪ ଜିଲା ମଧ୍ୟରୁ ୯ଟିରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଶନିବାର ପର୍ଯ୍ୟନ୍ତ ସ୍କୁଲ୍‌ କଲେଜ ବନ୍ଦ ରଖାଯାଇଛି। ଶୁକ୍ରବାର ସକାଳେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିବାବେଳେ ସ୍ଥଳସେନା ଓ ବାୟୁସେନାର ସହାୟତା ଲୋଡ଼ିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେରଳ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ନିଜ ନିର୍ବାଚନମଣ୍ଡଳୀ ଓ୍ବାୟନାଡ଼ ସମେତ ବନ୍ୟା ପ୍ରଭାବିତ ଅନ୍ୟ ଅଞ୍ଚଳର ବିପନ୍ନମାନଙ୍କୁ ସହାୟତା ଯୋଗାଇଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ସହାୟତା ଯୋଗାଇଦିଆଯିବାର ପ୍ରତିଶ୍ରୁତି ଦେଇଥିବା ରାହୁଲ ଟୁଇଟ୍‌ କରିଛନ୍ତି।
ମହାରାଷ୍ଟ୍ରର ବିଭିନ୍ନ ଜିଲାରେ ବନ୍ୟା ସଙ୍ଗିନ୍‌ ରହିଛି। ସର୍ବାଧିକ ପ୍ରଭାବିତ ସାଙ୍ଗଲି ଓ କୋହ୍ଲାପୁର ଜିଲାରେ ନୌସେନାର ୧୨ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି। ୨ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ରର ୫ ଜିଲାରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚତ୍ଛି।
କର୍ନାଟକର କ୍ରିଷ୍ଣା, କାବେରୀ, କାଳୀ, ବରାହୀ, ମାର୍କଣ୍ଡେୟ, ଭୀମା, ମାଳପ୍ରଭା, ଘାଟପ୍ରଭା, ତୁଙ୍ଗା, ଭଦ୍ରାବତୀ, ହେମବତୀ, ଶରାବତୀ, ନେତ୍ରାବତୀ, ତୁଙ୍ଗଭଦ୍ରା, କୁମାରଧାରା, ବରଦା, କାବିନି ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋଡଗୁ ଜିଲାର କୋରଙ୍ଗାଲା ଅଞ୍ଚଳରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। କାନ୍ଥ ପଡି ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ୧ ଲକ୍ଷ ୨୪ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ନିଆଯାଇଥିବାବେଳେ ବର୍ଷାଜନିତ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଜରୁରୀ ବିଭାଗ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସମେତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌)ର ୯ଟି ଟିମ୍‌ ଓ ସେନା ଯବାନ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି।
ସେହିପରି ତାମିଲନାଡୁର ନୀଳଗିରି ପାର୍ବତ୍ୟ ଜିଲାରେ ପ୍ରବଳ ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଜିଲାରେ ସର୍ବାଧିକ ୯୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଇକରାର ଇନ୍ଦିରା ନଗରରେ କାନ୍ଥ ପଡ଼ି ମାଆଝିଅଙ୍କ ମୃତ୍ୟୁ ହୋଇଥିବାବେଳେ କୁରୁଖୁକୁଲି ଡ୍ରେନ୍‌ରୁ ୨ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି କାନ୍ଥ ଭୁଶୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ସେପଟେ ଉତ୍ତରାଖଣ୍ଡର ଟିହରି ଜିଲାରେ ବାଦଲଫଟା ବର୍ଷାରେ ମାଆପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ସକାଳେ ଚାମୋଲି ଜିଲାରେ ଅନ୍ୟ ଦୁଇଜଣ ବନ୍ୟାଜଳରେ ଭାସିଯାଇଛନ୍ତି। ଏହି ପାର୍ବତ୍ୟାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷାରେ ଅନେକ ଘର, ପୋଲ ଭାସିଯିବା ସହ ଫସଲ ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri