୪୭ ବର୍ଷ ବୟସରେ ବି ସୁପରଫିଟ୍‌ ମନ୍ଦିରା

ବମ୍ବେ: ବୟସବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଏ। ହେଲେ କେତେଜଣ ନାୟିକା ଅଛନ୍ତି ଯେଉଁମାନେ ସବୁବେଳେ ଏଭରଗ୍ରିନ୍‌। ସେ ରେଖା ହୁଅନ୍ତୁ ଅବା ମାଧୁରୀ, ବୟସର ଛାପ ଯେମିତି ସେମାନଙ୍କ ପାଖ ମାଡେନି ସେଭଳି ମନେହୁଏ। କେବଳ ଯେ ବଲିଉଡ୍‌ ଅଭିନେତ୍ରୀ ତାହା ନୁହେଁ ଟେଲି ଅଭିନେତ୍ରୀମାନେ ନିଜର ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଯାହାର ଏକ ଉଦାହରଣ ହେଉଛନ୍ତି ମନ୍ଦିରା ବେଦୀ। ମନ୍ଦିରାଙ୍କୁ ଏବେ ୪୭ ବର୍ଷ ହୋଇଥିବା ବେଳେ ସେ ସୁପରଫିଟ୍‌ ମହିଳାଙ୍କ ତାଲିକାରେ ଅଛନ୍ତି।

ଟେଲି ସିରିଜ୍‌ ‘ଶାନ୍ତି’ର ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନଜର ଆସିଥିବା ମନ୍ଦିରା ମଲ୍ଟି ଟ୍ୟାଲେଣ୍ଟଡ୍‌। ଅଥବା କହିପାରିବେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଆଇସିସି କ୍ରିକେଟ ବିଶ୍ୱକପ୍‌ର ହୋଷ୍ଟ ସହ ଜଣେ ଫ୍ୟାଶନ୍‌ ଡିଜାଇନର ଏବଂ ଫିଟ୍‌ନେସ୍‌ ଆଇକନ୍‌ ମଧ୍ୟ।

ପ୍ରତିଦିନ ବ୍ୟାୟାମକୁ କିଛି ସମୟ ଦେବା ଓ ଯୋଗ କରିବା ତାଙ୍କର ଫିଟ୍‌ନେସର କାରଣ। ସେ ଅନେକ ଥର ନିଜ ବ୍ୟାୟାମ ସମୟର ଫଟୋ ଓ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାନ୍ତି। ଯଦି ତାଙ୍କ ଇନ୍‌ଷ୍ଟା ପୃଷ୍ଠାକୁ ଯିବେ ଏଭଳି ଅନେକ କିଛି ଆପଣ ଦେଖିପାରିବେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସ୍ବାମୀ ରାଜ କୌଶଲଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇଥାନ୍ତି।

ଇତି ମଧ୍ୟରେ ମନ୍ଦିରା ଫିଲ୍ମ ଜଗତରେ ୨୫ ବର୍ଷ ପୂରଣ କରିଥିବା ବେଳେ ସଫଳତାର ଶ୍ରେୟ ପରିବାର ଏବଂ ସ୍ବାମୀଙ୍କୁ ଦିଅନ୍ତି। ତାଙ୍କୁ ଡିଡିଏଲ୍‌ଜେ, ସାହୋ, ଇତ୍‌ଫାକ୍‌, ଭୋଡକା ଡାଇରିଜ୍‌ ଭଳି ଫିଲ୍ମରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri