Posted inଜାତୀୟ

୪୬୦ ଦିନରେ ଭାଙ୍ଗିଲା କମଲନାଥଙ୍କ ସରକାର

ଭୋପାଳ,୨୦।୩: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର। ଶୁକବାର ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଇସ୍ତଫା ଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିବା ପରେ ଏହା ସ୍ପଷ୍ଟ ହୋଇଛି। ବହୁମତ ସାବ୍ୟସ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବହୁ ବାଦ ବିବାଦ ଭିତରେ କମଲନାଥ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ଭୋପାଳରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କମଲନାଥ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷାରୋପ କରିବା ସହ ଘୋଡ଼ା ବେପାର କରି କଂଗ୍ରେସ ବିଧାୟକମାନଙ୍କୁ କିଣା ଯାଇଥିବା କହିଛନ୍ତି। ଏହାସହ କଂଗ୍ରେସ ବିଧାୟକମାନଙ୍କୁ ଜୋର ଜବରଦସ୍ତ ଇସ୍ତଫା ଦେବାକୁ ଭାଜପା ବାଧ୍ୟ କରିଥିବା ମଧ୍ୟ କମଲନାଥ କହିଛନ୍ତି। ସୂଚନାଯୋଗ୍ୟ, ଖବରଦାତା ସମ୍ମିଳନୀ ସରିବା ପରେ କମଲନାଥ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଗତ ୨ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ଯାହା ଚାଲିଛି ତାହା ଗଣତନ୍ତ୍ରରେ ଏକ ନୂଆ ଅଧ୍ୟାୟ।


Enter your email to get our daily news in your inbox.

All Right Reserved By Dharitri.Com

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା।...

୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌...

୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …

ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଶିନ୍ଦେ ଧନୁତୀର ଚିହ୍ନ ଦାବି କରିପାରିବେ ନାହିଁ

ନୂଆଦିଲ୍ଲୀ,୮।୧୦: ଶିବସେନା ଓ ଏହାର ଚିହ୍ନକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ...

ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ: ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୪।୯: ଅନ୍ତର୍ଜାତୀୟ ଚାପ ଯୋଗୁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଏହାର ନାମ ପରିବର୍ତ୍ତନ କରିଛି। ମାସୁଦ୍‌ ଅଝାରଙ୍କ ଭାଇ ଅବଦୁଲ୍‌ ରଉଫ୍‌ ଅସଗର ସଂଗଠନର ଦାୟିତ୍ୱ...

୧୦ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ପ୍ରଶାସନିକ ସ୍ତରରେ ଆଲୋଚନା

ନୂଆଦିଲ୍ଲୀ,୭।୧: କୋଟିଆ ବିବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ସହ ଏହାର ସମାଧାନ ନିମନ୍ତେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆସନ୍ତା ୧୦...

ଚାଇନା-ପାକ୍‌କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ...

Advertisement
Archives

Model This Week